Posted inଖେଳ

ଜାହିର ଖାନଙ୍କୁ ପଛରେ ଛାଡ଼ିଲେ ଅଶ୍ୱିନ

ଅହମ୍ମଦାବାଦ,୨୪।୨: ଭେଟେରାନ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୂର୍ବତନ ଭାରତୀୟ ପେସର ଜାହିର ଖାନଙ୍କୁ ପଛରେ ପକାଇ ଦେଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଟିମ୍‌ ଇଣ୍ଡିଆ ପାଇଁ ଜାହିର ଖାନ ତିନୋଟି ଫର୍ମାଟକୁ ମିଶାଇ ମୋଟ ୫୯୭ଟି ଉଇକେଟ ନେଇଥିଲେ। ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୮ତମ ଓଭରରେ ଓଲି ପୋପଙ୍କୁ ଆଉଟ୍‌ କରିବା ସହ ଜାହିରଙ୍କ ଉଇକେଟ ସଂଖ୍ୟାକୁ ପଛରେ ପକାଇ ଦେଇଛନ୍ତି ଅଶ୍ୱିନ। ଏବେ ଅଶ୍ୱିନ ୫୯୯ ଉଇକେଟ ସହ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ଉଇକେଟ ହାତେଇଥିବା ବୋଲରଙ୍କ ତାଲିକାରେ ୪ର୍ଥ ସ୍ଥାନ ଅକ୍ତିଆର କରିଛନ୍ତି। ଏହି ତାଲିକାରେ ସର୍ବାଧିକ ୯୫୩ ଉଇକେଟ ସହ ଶୀର୍ଷରେ ଅଛନ୍ତି ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ। ତାଙ୍କ ପଛକୁ ରହିଛନ୍ତି ହରଭଜନ ସିଂ (୭୦୭) ଓ କପିଲ ଦେବ (୬୮୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଐତିହାସିକ ବିଜୟକୁ ନେଇ ଏଭଳି କହିଲେ ଅଧିନାୟକ: ଦୁଇ ଖେଳାଳିଙ୍କୁ ଦେଲେ ଶ୍ରେୟ

ଗାବା,୧୯।୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେ ଖୁସି ପ୍ରକଟ କରିଛନ୍ତି। ଏହି ବିଜୟର ଗୁରୁତ୍ୱ ଅଧିକ। ଏହାକୁ...

ଦିନେ ଥିଲେ ଆଇପିଏଲରେ ସେନସେଶନ ଏବେ କରୁଛନ୍ତି ଚାଷ

ଭିନ୍ନ ଧରଣ ବୋଲିଂ ଆକଶନ ପାଇଁ ଦିନେ ଆଇପିଏଲରେ ଥିଲେ। ଆଇପିଏଲ ୨୦୦୯ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ ଉତ୍ତର ପ୍ରଦେଶ ବାମହାତୀ ମଧ୍ୟଗତିର...

ଟି୨୦ ସିରିଜ ଜିତିଲା ଭାରତ

ସିଡ୍‌ନୀ,୬।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ ଭଳି ଦ୍ୱିତୀୟ ମ୍ୟାଚ୍‌କୁ ମଧ୍ୟ ଅତି ସହଜରେ ଜିତି ପ୍ରତିଶୋଧ ନେବାରେ ସଫଳ ହୋଇଛି ଟିମ୍‌ ଇଣ୍ଡିଆ।...

ଥାଇଲାଣ୍ଡ ଓପନ୍‌: ସାଇନା, ଶ୍ରୀକାନ୍ତଙ୍କ ଅଗ୍ରଗତି; କାଶ୍ୟପ ଓହରିଲେ

ବ୍ୟାଙ୍କକ୍‌,୧୪।୧(ପି.ଟି.): ଏଠାରେ ଆରମ୍ଭ ହୋଇଥିବା ଥାଇଲାଣ୍ଡ ଓପନ୍‌ ସୁପର ୧୦୦୦ ଟୁର୍ନାମେଣ୍ଟରେ ଭାରତର କିଡାମ୍ବୀ ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି...

‘ଭାରତକୁ ଆଇପିଏଲ୍‌ରୁ କ’ଣ ମିଳିଛି… ସବୁଠାରୁ ଖରାପ ଟିମ୍‌’

ଲଣ୍ଡନ,୧୧।୧୧: ଧଳା ବଲ୍‌ କ୍ରିକେଟ ଇତିହାସରେ ଭାରତ ସବୁଠାରୁ ଖରାପ ପ୍ରଦର୍ଶନକାରୀ ଦଳ ବୋଲି କଟାକ୍ଷ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍‌ ଭାଓନ୍‌। ଇଣ୍ଡିଆନ...

ଏଥର ମଧ୍ୟ ପାକିସ୍ତାନ ସହ ଖେଳିବ ନାହିଁ ଭାରତ

ଦୁବାଇ, ୧୪।୭- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳାଯିବ ନାହିଁ। ଇଂଲଣ୍ଡ ବିପକ୍ଷ ଆଗାମୀ...

କ୍ରୀଡ଼ା ଛାତ୍ରାବାସ ପୁନର୍ଗଠନ ପ୍ରସଙ୍ଗ: ଅମିତ, ଦୀପସାନ, ଷ୍ଟାନିଲଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୧୨।୮(କ୍ରୀଡ଼ା ପ୍ରତିନିଧି)-କ୍ରୀଡ଼ା ପ୍ରତିଭା ଅନ୍ବେଷଣ କରି ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ଲକ୍ଷ୍ୟରେ ୧୯୮୫ ମସିହାରେ ଓଡ଼ିଶାରେ କ୍ରୀଡ଼ା ଛାତ୍ରାବାସ ସ୍ଥାପନ କରାଯାଇଥିଲା। ସେହି...

ୟୁଏସ୍‌ ଓପନ୍‌ ଟେନିସ୍‌: ନାଡାଲଙ୍କ ବିଜୟ ଅଭିଯାନ, ତୃତୀୟ ରାଉଣ୍ଡରେ ଡିମିଟ୍ରୋଭ, ନିଶିକୋରି

ନ୍ୟୁୟର୍କ,୨୯।୮(ଏଏଫ୍‌ପି)- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ତୃତୀୟ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ କେତେଜଣ ସିଡେଡ ଖେଳାଳି...

Advertisement
Archives

Model This Week