ସହକାରୀ ନିବନ୍ଧକଙ୍କୁ ଆକ୍ରମଣ: ସମିତି ସଭାପତି, ସମ୍ପାଦକ ଗିରଫ

ଆଠଗଡ, ୨୭ା୧୦(ସ୍ବ.ପ୍ର): ଆଠଗଡସ୍ଥିତ ସହକାରୀ ନିବନ୍ଧକ, ସମବାୟ ସମିତି କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ହେବା ସହିତ ସହକାରୀ ନିବନ୍ଧକ ଅଶୋକ କୁମାର ପାଣିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବଡ଼ମ୍ବା ବ୍ଲକ ଗୋପପୁର ସେବା ସମବାୟ ସମିତି ସମ୍ପାଦକ ସୂର୍ଯ୍ୟମଣି ସାମନ୍ତରାୟ ଓରଫ ଟୁଟୁ ପଣ୍ଡା, ସଭାପତି କାର୍ତ୍ତିକେଶ୍ୱର ପରିଡ଼ା ଓ ତାଙ୍କର ଜଣେ ସହଯୋଗୀ ଏହି ଘଟଣା ଘଟାଇଛନ୍ତି। ପୋଲିସ ସଭାପତି ପରିଡ଼ା ଓ ସମ୍ପାଦକ ସାମନ୍ତରାୟଙ୍କୁ ଗିରଫ କରିଛି।

ପ୍ରକାଶ ଯେ, କଟକ ଜିଲାପାଳଙ୍କ ଚିଠି ନଂ ୧୨୦୦/୧୩ା୨ା୨୦୧୫ରୁ ବଡ଼ମ୍ବା ବ୍ଲକ ଝାଜିଆ ପଞ୍ଚାୟତର ୧୫୦ରୁ ଊଦ୍ଧର୍‌ବ ଚାଷୀ ନିକଟସ୍ଥ ସୁନାପାଳ ସେବା ସମବାୟ ସମିତି ଜରିଆରେ ଧାନ ବିକ୍ରି କରିଆସୁଥିଲେ। ଝାଜିଆ ପଞ୍ଚାୟତ ସଂଲଗ୍ନ ଗ୍ରାମଗୁଡିକ ଗୋପପୁର ସେବା ସମବାୟ ସମିତି ଅଧୀନରେ ଆସୁଥିବାରୁ ଚଳିତ ବର୍ଷ ଏହି ଗ୍ରାମର ଚାଷୀମାନଙ୍କଠାରୁ ଗୋପପୁର ସମିତି ଧାନ କିଣିବା ପାଇଁ ସଭାପତି ପରିଡ଼ା ଓ ସମ୍ପାଦକ ସାମନ୍ତରାୟ କଟକ ଜିଲାପାଳ, ସାଧାରଣ ଯୋଗାଣ ଅଧିକାରୀ ଓ ଉପନିବନ୍ଧକଙ୍କୁ ଦରଖାସ୍ତ କରିଥିଲେ। ଏହି ସମୟରେ ଝାଜିଆ ପଞ୍ଚାୟତର ସରପଞ୍ଚ ଏମ୍‌. ନାୟକ, ସମିତି ସଭ୍ୟ ମନୋଜ କୁମାର ବେହେରା ଓ ନାଏବ ସରପଞ୍ଚ ରେମି ସ୍ବାଇଁ ପ୍ରମୁଖ ଗ୍ରାମରୁ ଦୂରତା କମ ଦୃଷ୍ଟିରୁ ପୂର୍ବପରି ସୁନାପାଳ ସେବା ସମିତିରେ ଧାନ ବିକ୍ରି ପାଇଁ ଲିଖିତ ଭାବରେ ଅଧିକାରୀମାନଙ୍କୁ ଜଣାଇଥିଲେ। ତେଣୁ ଉଭୟ ପକ୍ଷର ଦରଖାସ୍ତକୁ ଭିତ୍ତିକରି ଅଧିକାରୀମାନେ ସହକାରୀ ସମବାୟ ନିବନ୍ଧକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମୁତାବକ ଆଠଗଡ ସମବାୟ ସହକାରୀ ନିବନ୍ଧକ ଅଶୋକ କୁମାର ପାଣି ବୁଧବାର ଜାଝିଆ ସରପଞ୍ଚ, ସମିତି ସଭ୍ୟ, ନାଏବ ସରପଞ୍ଚ, ସୁନାପାଳ ସମବାୟ ସମିତି ସଭାପତି ସନ୍ତୋଷ କୁମାର ମିଶ୍ର, ସମ୍ପାଦକ ପଦ୍ମନାଭ ଘଡ଼େଇ, ଗୋପପୁର ସମିତି ସଭାପତି, ସମ୍ପାଦକଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ ଦିନ ୧୧ଟାରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନୋଟିସ ଜାରି କରିଥିଲେ। ମାତ୍ର ଧାର୍ଯ୍ୟ ସମୟ ମଧ୍ୟରେ ଗୋପପୁର ସେବା ସମବାୟ ସମିତି ସଭାପତି ଓ ସମ୍ପାଦକ ଯୋଗଦେଇ ନ ଥିଲେ। ତେଣୁ ନୋଟିସ ଜାରି ହୋଇଥିବା ଅନ୍ୟମାନେ ଲିଖିତ ମତ ପ୍ରଦାନକରି ଚାଲିଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଗୋପପୁର ସେବା ସମବାୟ ସମିତି ସଭାପତି କାର୍ତ୍ତିକେଶ୍ୱର, ସମ୍ପାଦକ ସୂର୍ଯ୍ୟମଣି ଓ ତାଙ୍କର ଜଣେ ସହଯୋଗୀ କାର୍ଯ୍ୟାଳୟକୁ ଆସି ସହକାରୀ ନିବନ୍ଧକ ଅଶୋକ କୁମାର ପାଣିଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ କାର୍ଯ୍ୟାଳୟର ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି। ଏ ସଂକ୍ରାନ୍ତରେ ଆଠଗଡ ଥାନାରେ ସହକାରୀ ନିବନ୍ଧକ ପାଣି ଏତଲା ଦେବା ପରେ ପୋଲିସ ୨୬୩/୨୨ରେ ମାମଲା ରୁଜୁ କରିବା ସହିତ ସୂର୍ଯ୍ୟମଣି ଓ କାର୍ତ୍ତିକେଶ୍ୱରଙ୍କୁ ଗିରଫ କରାଯାଇଛି ଓ ସହଯୋଗୀ ଫେରାର ଥିବା ଥାନା ଅଧିକାରୀ ବାମଦେବ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri