Posted inଜାତୀୟ

ଆଶିଷଙ୍କ ଜାମିନ ମାମଲା, ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୫।୪ : ଲଖୀମପୁର ଖେରୀ ମାମଲାରେ ଆଶିଷ ମିଶ୍ରଙ୍କ ଜାମିନ ନେଇ ସୁପ୍ରିମ୍‌କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ତାଙ୍କ ଜାମିନ ଖାରଜ ପାଇଁ କରାଯାଇଥିବା ଆବେଦନର ବିଚାର ସୁପ୍ରିମକୋର୍ଟର ସ୍ବତନ୍ତ୍ର ଖଣ୍ଡପୀଠ ମଙ୍ଗଳବାର ଏଭଳି କରିଛନ୍ତି। ପ୍ରଧାନ ବିଚାରପତି ଏନ୍‌.ଭି ରମନା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ହେମା କୋହଲିଙ୍କ ତେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି।

ଗତ ବର୍ଷ ଅକ୍ଟୋବର ୩ ରେ ଲଖୀମପୁର ଖେରୀରେ ଏହି ଘଟଣା ଘଟିଥିଲା। ଏହା ପୂବରୁ କୋର୍ଟ କହିଥିଲେ ଯେ କୋର୍ଟଙ୍କ ଦ୍ୱାରା ଗଠିତ କମିଟି ଆଶିଷ ମିଶ୍ରଙ୍କ ଜାମିନ ଖାରଜ କରିବାକୁ ମଧ୍ୟ ସୁପାରିଶ କରିଛନ୍ତି। ଲଖୀମପୁର ଖେରୀ ଘଟଣା ଉପରେ ନଜର ରଖିବା ପାଇଁ ଏହି କମିଟି ଗଠନ କରାଯାଇଥିଲା। ଏଥିସହ ସୁପ୍ରିମକୋର୍ଟ ମଧ୍ୟ ଆଶିଷ ମିଶ୍ରଙ୍କ ଜାମିନ ଖାରଜ ନକରି ଥିବାରୁ ୟୁପି ସରକାରଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରମନା ୟୁପି ସରକାରଙ୍କ ଆଇନଜୀବୀଙ୍କୁ କହିଥିଲେ, ଲଖୀମପୁର ମାମଲାର ଯାଞ୍ଚ କରୁଥିବା ବିଚାରପତି ଜାମିନ ନାମଞ୍ଜୁର କରିବାକୁ ପରାମର୍ଶ ଦେଇଛନ୍ତି। ଏହା ପରେ ମଧ୍ୟ କାହିଁକି ଏପରି କରାଯାଇ ନ ଥିଲା ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଥିଲେ। ମାର୍ଚ୍ଚ ୧୬ ରେ ଆଶିଷ ମିଶ୍ରଙ୍କ ଜାମିନ ଖାଜର ଦାବିରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ନୋଟିସ ଜାରି କରିଥିଲେ।

ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ନେତୃତ୍ୱରେ ଗଠିତ ବେଞ୍ଚ କହିଥିଲେ ଯେ ସମସ୍ତ ସାକ୍ଷୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ଦିଅନ୍ତୁ। ରାଜ୍ୟ ସରକାର ସାକ୍ଷୀମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେଉନାହାଁନ୍ତି ବୋଲି ଅଭିଯୋଗ ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ଆଶିଷ ଜାମିନରେ ଆସିବା ପରେ ଜଣେ ସାକ୍ଷୀଙ୍କୁ ଆକ୍ରମଣ କରାଯାଇଥିଲା।

ଏହାକୁ ଭୁଲ ବୋଲି କହି ରାଜ୍ୟ ସରକାର କହିଥିଲେ ଯେ ୯୮ ସାକ୍ଷୀଙ୍କୁ ସୁରକ୍ଷା ଦିଆଯାଇଛି। ଯେଉଁ ସାକ୍ଷୀଙ୍କ ଉପରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି ତାହା ହେଉଛି ହୋଲି ରଙ୍ଗ କରିବା ସମୟରେ ବିବାଦ ମାମଲା। ଗତ ବର୍ଷ ଅକ୍ଟୋବର ୩ ରେ ଉତ୍ତରପ୍ରଦେଶର ଲଖମୀପୁର ଖେରୀରେ କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କ ଉପରେ ଏକ ଗାଡି ଚଲାଯାଇଥିଲା। ଏହି କାରଣରୁ କିଛି ଚାଷୀଙ୍କ ମୃତୂ୍ୟ ଘଟିଥିଲା। ଏହି ମାମଲା ସୁପ୍ରିମକୋର୍ଟରେ ଆସିଥିଲା। ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଗିରଫ ନକରିବା ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ପରେ ପୋଲିସ ସକ୍ରିୟ ହୋଇ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ଗିରଫ କରିଥିଲା। ଚଳିତ ବର୍ଷ ଫେବୃଆରୀ ୧୦ରେ ଆହ୍ଲାବାଦ ହାଇକୋର୍ଟ ଆଶିଷଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବରିଷ୍ଠ ଆଇନଜୀବୀ ଦୁଶାନ୍ତ ଦୁବେ ଏବଂ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା ମୃତ କୃଷକଙ୍କ ପରିବାର ସୁପ୍ରିମକୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଖାରଜ କରିବାକୁ ଦାବି କରାଯାଇ ଥିଲା।

ଅଭିଯୋଗ ହୋଇଥିଲା ଯେ ଜାମିନ ପ୍ରଦାନ ବେଳେ ହାଇକୋର୍ଟ ଅପରାଧର ଗୁରୁତ୍ୱକୁ ବିଚାରକୁ ନେଇନାହାଁନ୍ତି। ରାଜ୍ୟ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବା ଉଚିତ। କିନ୍ତୁ ତାହା ମଧ୍ୟ କରାଯାଇ ନାହିଁ। ପୂର୍ବରୁ ୟୁପି ସରକାର ଏକ ଜବାବ ଦାଖଲ କରି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ସେକ୍ସ ସ୍କାଣ୍ଡାଲରେ ଏଚ୍‌.ଡି ରେଭନ୍ନା ଗିରଫ

ବେଙ୍ଗାଲୁରୁ,୪ା୫: କର୍ନାଟକ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ବିଧାୟକ ଏଚ୍‌.ଡି. ରେଭନ୍ନାଙ୍କୁ ଏସ୍‌ଆଇଟି ଶନିବାର ଗିରଫ କରିଛି। ରେଭନ୍ନାଙ୍କ ଘରେ କାମ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌, ନିର୍ଦ୍ଦେଶ ଜାରି କଲେ ଜିଲାପାଳ

ପୁରୀ,୪ା୫: ପ୍ରଧାନମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ଚିକିଲିରେ ପ୍ରଧାନମନ୍ତ୍ରୀଙ୍କ ସଭା ଥିବାରୁ ଡ୍ରୋନ ଉଡ଼ାଣ ଉପରେ ରୋକ୍‌ ଲଗାଯାଇଛି।...

‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’

ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ...

ବାୟୁସେନା ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୩ ଆହତ

ନୂଆଦିଲ୍ଲୀ,୪ା୫: ଶନିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ସୁରାନକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ବାୟୁସେନା କର୍ମଚାରୀ ଯାଉଥିବା ଦୁଇଟି ଗାଡିରେ ଆକ୍ରମଣ କରିଛନ୍ତି। ଯେଉଁଥିରେ ଭାରତୀୟ ବାୟୁସେନାର...

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ...

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri