Posted inଜାତୀୟ

୪ ମାସ ପରେ ଜେଲ୍‌ରୁ ବାହାରିଲେ ଆଶିଷ…

ଲଖିମପୁର, ୧୫।୨ : ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ୍‌ ମିଳିଛି। ୪ ମାସ ପରେ ସେ ଲଖିମପୁର ଜେଲ୍‌ରୁ ବାହାରକୁ ଆସିଛନ୍ତି। ଗତ ସପ୍ତାହରେ ଆହ୍ଲାବାଦ୍‌ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍‌ ଆଶିଷଙ୍କ ଜାମିନ୍‌ ମଞ୍ଜୁର କରିଥିଲେ।

ଆଶିଷଙ୍କୁ ୩ ଲକ୍ଷ ଟଙ୍କାର ଦୁଇଟି ବେଲ୍‌ ବଣ୍ଡ୍‌ ଜମା କରିବାକୁ କୁହାଯାଇଥିଲା। ବଣ୍ଡ୍‌ ସହିତ ଆବଶ୍ୟକୀୟ କାଗଜ ପତ୍ର ଜମା କରିବା ପରେ ଏହାର ଭେରିଫିକେଶନ କରାଯାଇ ଆଶିଷଙ୍କୁ ଜାମିନ୍‌ରେ ମୁକୁଳା ଯାଇଥିଲା।

୨୦୨୧ ଅକ୍ଟୋବର ୩ରେ ଘଟିଥିବା ଏହି ମାମଲାରେ ଏସ୍‌ଆଇଆଟି ପକ୍ଷରୁ ୫୦୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା। ଚାର୍ଜସିଟ୍‌ରେ ମୁଖ୍ୟ ଅଭିଯୁକ୍ତ ଭାବେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାମ ଉଲ୍ଲେଖ ହୋଇଥିଲା। ଏସ୍‌ଆଇଟି ପକ୍ଷରୁ ସିଜେଏମ୍‌ଙ୍କ କୋର୍ଟରେ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ଆଶିଷଙ୍କ ସମେତ ୧୬ ଜଣଙ୍କୁ ଅଭିଯୁକ୍ତ ଭାବେ ଉଲ୍ଲେଖ ହୋଇଥିଲା।

୪ ଚାଷୀଙ୍କୁ ଜିପ୍‌ ମଡ଼ାଇ ମାରିବା ସହିତ ଫାୟାରିଂ କରିବା ଅଭିଯୋଗ ଆଶିଷ ଏବଂ ତାଙ୍କ ସାଥିମାନଙ୍କ ବିରୋଧରେ ଏହି ଅଭିଯୋ ହୋଇଥିଲା। ଅଣାଯାଇଛି। ଆଶିଷଙ୍କ ସମେତ ତାଙ୍କର ଅନ୍ୟ ସାଥିମାନଙ୍କ ବିରୋଧରେ ହତ୍ୟା, ହତ୍ୟାର ଉଦ୍ୟମ ଆଦି ଅଭିଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ମହିଳା କିରାଣିଙ୍କୁ ଉଲଗ୍ନ କରି ଡାକ୍ତରୀ ପରୀକ୍ଷା

ସୁରଟ୍‌,୨୨ା୨: ଗୁଜରାଟର ଭୁଜ୍‌ରେ ୬୮ କଲେଜ ଛାତ୍ରୀଙ୍କୁ ଉଲଗ୍ନ କରି ଋତୁସ୍ରାବ ପରୀକ୍ଷା କରାଯିବାର ଦିନ କେଇଟା ପରେ ସୁରଟରେ ମହିଳାମାନଙ୍କ ପ୍ରତି ପୁଣି ଏକ...

ବିବାହ କରିବାକୁ ଜିଦ୍‌ ଧରିଲେ ୬୫ ବର୍ଷୀୟ ବ୍ୟକ୍ତି: ଶେଷରେ ବର ବେଶରେ ସଜେଇ ହୋଇ ଜାଣନ୍ତୁ କାହାକୁ କଲେ ବିବାହ

ଆମେଠି,୨୧।୬: ଉତ୍ତରପ୍ରଦେଶର ଆମେଠିରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଏକ ଅନନ୍ୟ ବିବାହ ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବ୍ୟକ୍ତି ବିବାହ କରିବାକୁ...

ଅରୁଣାଞ୍ଚଳରେ ଚାଇନାର ଗାଁ ନିର୍ମାଣ: ପ୍ରଥମ ଥର ମୁହଁ ଖୋଲିଲା ଭାରତ

ନୂଆଦିଲ୍ଲୀ,୧୧।୧୧: ଅରୁଣାଞ୍ଚଳ ପ୍ରଦେଶରେ ଚାଇନା ୧୦୦ ଘର ବିଶିଷ୍ଟ ଏକ ଗ୍ରାମ ନିର୍ମାଣ କରିଥିବା ନେଇ ଆମେରିକାର ପ୍ରତିରକ୍ଷା ବିଭାଗ ରିପୋର୍ଟରେ ସବିଶେଷ ତଥ୍ୟ ପ୍ରକାଶ...

କାମ ଦେଲା ମୋଦି-ଶାହଙ୍କ ମାଷ୍ଟ୍ରର ଷ୍ଟ୍ରୋକ୍‌

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ରାଜନୀତିରେ ଅଚାନକ ରାଜନୈତିକ ସମୀକରଣ ବଦଳି ଯାଇଛି। ପୁଣିଥରେ ଦେବେନ୍ଦ୍ର ଫଡ଼ନବିସ ମୁଖ୍ୟମନ୍ତ୍ରୀ ଡୋର ଧରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

ସର୍ଦ୍ଦାର ପଟେଲଙ୍କ ୬୯ତମ ପୁଣ୍ୟତିଥି: ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୧୫।୧୨: ସ୍ବାଧୀନ ଭାରତ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୬୯ ତମ ପୁଣ୍ୟତିଥି ରବିବାର ପାଳିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ...

ଏକଜୁଟ ହୋଇ କରୋନା ବିରୋଧରେ ଲଢ଼ିବା ପରିବର୍ତ୍ତେ ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଛି ଭାଜପା: ସୋନିଆ

ନୂଆଦିଲ୍ଲୀ,୨୩।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଅଚଳାବସ୍ଥା ଦେଖାଦେଇଛି। ଏପରିସ୍ଥଳେ ଦେଶବାସୀ ଏକଜୁଟ ହୋଇ ଲଢ଼ିବାର ଆବଶ୍ୟକତା ରହିଛି। ତେବେ ଏପରିସ୍ଥଳେ ବି ଭାଜପା...

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ମୃତ

ଭୋପାଳ,୧।୮: ମଧ୍ୟପଦେଶ ଜବଲପୁର ସ୍ଥିତ ନ୍ୟୁଲାଇଫ୍‌ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି...

ସ୍କୁଲ ଖୋଲିବା ପରେ ୨୭ ଛାତ୍ର କରୋନା ପଜିଟିଭ

କୁର୍ନୁଲ, ୨୧।୧୦: ଆନ୍ଧ୍ର ପ୍ରଦେଶ କୁର୍ନୁଲ ଜିଲାର ୪ଟି ଘରୋଇ ବିଦ୍ୟାଳୟର ୨୭ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣା ସେତେବେଳେ ସାମ୍ନାକୁ...

Advertisement
Archives

Model This Week