ଆଶାକର୍ମୀଙ୍କୁ ରାସ୍ତାରେ ହାଣିଲେ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଭାଇକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି କ୍ୟାପିଟାଲ ଥାନା ଅଞ୍ଚଳର ଜଣେ ଆଶାକର୍ମୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଲୋକ ମନୋଜଙ୍କୁ ମାଡ ମାରୁଥିବା ବେଳେ ଭଉଣୀ ମଞ୍ଜୁଲତା(ଆଶାକର୍ମୀ) ବିରୋଧ କରିବାରୁ ଜଣେ ଦୁର୍ବୃତ୍ତ ତାଙ୍କୁ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରଞ୍ଜୁଲତାଙ୍କ ଅଭିଯୋଗ କ୍ରମେ ପୋଲିସ ଦଫା ୩୫୧,୨୯୪, ୩୨୬, ୩୦୭, ୩୪ ଆଇପିସିରେ ଏକ ମାମଲା (ନଂ.୪୮୮/୨୧) ରୁଜୁ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ସ୍ଥାନୀୟ ଥାନା ୟୁନିଟ-୬ ତାରିଣୀ ବସ୍ତିର କାଳିଆ ଓରଫ ସୁଶାନ୍ତ ନାୟକ(୪୨)। ଅନ୍ୟ ୩ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଗିରିଜା ସଙ୍କର ଚକ୍ରବର୍ତ୍ତୀ କହିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ତାରିଣୀ ବସ୍ତିରେ ରହୁଥିବା ମନୋଜ ନାୟକ କ୍ୟାପିଟାଲ ହସ୍ପିଟାଲରେ ଚାଲୁଥିବା ଅକ୍ସିଜେନ ପ୍ଲାଣ୍ଟର ସୁୁପର ଭାଇଜର ଭାବେ ଦାୟିତ୍ୱରେ ଅଛନ୍ତି। ଅକ୍ସିଜେନ ପ୍ଲାଣ୍ଟରେ ଚୋରି କରିବାକୁ ନେଇ ବୁଧବାର ରାତିରେ ଅଭିଯୁକ୍ତଙ୍କ ସହ ମନୋଜଙ୍କ ବଚସା ହୋଇଥିଲା। ଏନେଇ ଅଭିଯୁକ୍ତମାନେ ମନୋଜଙ୍କ ଉପରେ ରାଗ ରଖିଥିଲେ। ମନୋଜ ସାହି ରାସ୍ତାରେ ଯାଉଥିବା ସମୟରେ ଅଭିଯୁକ୍ତମାନେ ମନୋଜଙ୍କୁ ଆକ୍ରମଣ କରିଥିଲେ। ମନୋଜ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଡାକ ପକେଇବାରୁ ତାଙ୍କ ଭଉଣୀ ରଞ୍ଜୁଲତା ଦୌଡି ଆସି ଝଗଡା ସମାଧାନ କରି ଭାଇଙ୍କୁ ନେଇଯାଉଥିଲେ। ସେତିକିବେଳେ ପଛରୁ ଜଣେ ଅଭିଯୁକ୍ତ ଆସି ହାତରେ ଧରିଥିବା ଫାର୍ସାରେ ମଞ୍ଜୁଲତାଙ୍କୁ ଆକ୍ରମଣ କରିଥିଲେ। ମଞ୍ଜୁଲତାଙ୍କ ହାତ, ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ହାତୀ ମୃତ୍ୟୁକୁ ନେଇ ବୈଷୟିକ କମିଟିର ବୈଠକ, ଚିକିତ୍ସା ପଦ୍ଧତିକୁ କଲେ ତର୍ଜମା

ବାରଙ୍ଗ,୨୨।୯(ଡି.ଏନ୍‌.ଏ.): ନନ୍ଦନକାନନରେ ଗତ କିଛିଦିନ ମଧ୍ୟରେ ଲଗାତର ହାତୀ ମୃତ୍ୟୁ ହେଉଥିବାରୁ ଏହାର ମୁଖ୍ୟ କାରଣ ଖୋଜିବା ପାଇଁ ଶନିବାର ବୈଷୟିକ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ...

ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ

ଭୁବନେଶ୍ୱର,୪।୬(ବ୍ୟୁରୋ): ଆର୍‌ଡବ୍ଲୁଏସ୍‌ଏସ୍‌(ଗ୍ରାମ୍ୟ ପାନୀୟଜଳ ଓ ପରିମଳ) କଟକ ଡିଭିଜନ-୨ର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିବରାମ ବିଶ୍ୱାଳଙ୍କୁ ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆୟବର୍ହିଭୂତ...

ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଲା କଳ୍ପନାଙ୍କ ସ୍ମୃତି

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଛି ପର୍ବତାରୋହୀ ତଥା ଏଭରେଷ୍ଟ ବିଜୟିନୀ ସ୍ବର୍ଗତା କଳ୍ପନା ଦାସଙ୍କ ସ୍ମୃତି। ୨୦୦୮ରେ କଳ୍ପନା ଏଭରେଷ୍ଟ ଚଢିଥିବାବେଳେ ଯେଉଁ ପୋଷାକ...

ହତ୍ୟା ନୁହେଁ, ପାଣିରେ ବୁଡି ମୃତ୍ୟୁ: ଏସ୍‌ପି

ଭୁବନେଶ୍ୱର, ୭।୩(ବ୍ୟୁରୋ): ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏସ୍‌ପି ବି. ଗଙ୍ଗାଧର। ସେ କହିଛନ୍ତି, ଚିନ୍ମୟୀଙ୍କୁ...

ପ୍ରଧାନମନ୍ତ୍ରୀଙ୍କ ‘ଅମ୍ଫନ’ ସହାୟତା: ଖର୍ଚ୍ଚ କରିବାକୁ ଅନୁମତି ଦେଉନି କେନ୍ଦ୍ର

ଭୁବନେଶ୍ୱର,୮।୨(ବ୍ୟୁରୋ): ଓଡ଼ିଶା ବାତ୍ୟାପ୍ରବଣ ରାଜ୍ୟ। ଏଥିଯୋଗୁ ପ୍ରତ୍ୟେକ ବର୍ଷ ବହୁ ଧନ ଜୀବନ ନଷ୍ଟ ହେଉଛି। ବାତ୍ୟା ଦାଉରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର...

ତରୁଣକାନ୍ତି ମିଶ୍ର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ୨୦୧୯ ମସିହା ଲାଗି ଓଡ଼ିଶାରୁ ସମ୍ମାନଜନକ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ପାଇବେ ଖ୍ୟାତନାମା ଲେଖକ ତରୁଣକାନ୍ତି ମିଶ୍ର। ସେ ତାଙ୍କ ରଚିତ କ୍ଷୁଦ୍ରଗଳ୍ପ...

ଲୁଟ୍‌ ବେଳେ ବାଇକ୍‌ ପଡ଼ିଗଲା: ଲୁଟେରା ଲୁଟ୍‌ ସାମଗ୍ରୀ, ବାଇକ୍‌ ଛାଡ଼ି ଫେରାର

ଖୋର୍ଦ୍ଧା ଅଫିସ/ଯାଁଳା, ୧୮।୭(ଡି.ଏନ.ଏ.) : ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥର କେ.କେ. ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ରାତି...

ବାତ୍ୟା ଫନୀ ପ୍ରତିଶ୍ରୁତି ଅଧିକାରୀ ଭୁଲିଗଲେ: ଲଘୁଚାପ ବର୍ଷାରେ ବେସାହାରା ୫ ପରିବାର

ପୁରୁଣା ଭୁବନେଶ୍ୱର/ପିପିଲି, ୨୭ା୧୦(ଡି.ଏନ.ଏ.): ଗରିବଙ୍କ ପାଇଁ ଦରଦ ଦେଖାଉଥିବା ନେତା ଓ ପ୍ରଶାସକଙ୍କ ଅସଲ ମୁଖା ଗୋଟିଏ ଲଘୁଚାପ ବର୍ଷା ପଦାରେ ପକାଇ ଦେଲା। ଲଘୁଚାପ...

Advertisement
Archives

Model This Week