ଅତିଷ୍ଠ କରୁଛି ପାଉଁଶ ଡମ୍ପିଂ

ସମ୍ବଲପୁର,୧୩ା୬(ବ୍ୟୁରୋ): ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାରେ ଶିଳ୍ପ କାରଖାନା ଗଢ଼ିଉଠିବା ପରେ ପାଉଁଶ ଡମ୍ପିଂ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭାହୋଇଛି। ଝାରସୁଗୁଡ଼ା ପରେ ସମ୍ବଲପୁର ଜିଲାରେ ଏହି ଡମ୍ପିଂ ବଢିବାରେ ଲାଗିଛି। ଯୁଯୁମୁରା ତହସିଲ ଅଞ୍ଚଳରେ ଏଭଳି ଡମ୍ପିଂ ଲୋକଙ୍କୁ ଅତିଷ୍ଠ କରୁଛି। ଏବେ ସଦର ଉପଖଣ୍ଡ ଓ ରେଙ୍ଗାଲି ଅଞ୍ଚଳରେ ପୁଣି ଏଭଳି ୟାର୍ଡ ପାଇଁ ଆବେଦନ କରାଯାଇଥିବା ଜଣାପଡିଛି। ଏହି ସମସ୍ୟା ନେଇ ଯୁଯୁମୁରା ଅଞ୍ଚଳବାସୀ ଅଭିଯୋଗ କରିବା ପରେ ମଧ୍ୟ ପ୍ରଦୂଷଣ ବିଭାଗ କିମ୍ବା ଜିଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ପାଉଁଶର ପାହାଡ଼ ବଢ଼ି ବଢ଼ି ଚାଲିଛି। ଏଥିରେ ନିୟୋଜିତ ଟ୍ରାନ୍ସପୋର୍ଟର ମାଲାମାଲ ହେଉଥିବାବେଳେ ସବୁଜ ବନାନୀ ଉଜୁଡିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ବ୍ୟବସାୟରେ ରାଜନେତାଠାରୁ ଆରମ୍ଭକରି ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହୁଥିବା କୁହାଯାଉଛି। ପ୍ରାୟ ସ୍ଥାନରେ ବେଆଇନ ଭାବେ ଚାଲୁଥିବାବେଳେ ସରକାରୀ ନିୟମକୁ ବେଖାତିର କରି କେତେକ ସ୍ଥାନରେ ପାଉଁଶ ୟାର୍ଡ କରିବାକୁ ଅନୁମତି ମଧ୍ୟ ପ୍ରଦାନ କରାଯାଉଛି। ହେଲେ ସେଥିରେ ଯେଉଁ ସର୍ତ୍ତାବଳୀ ରହିଛି ତାହାକୁ ଅନୁମତି ପାଇଥିବା କମ୍ପାନୀ ପାଳନ କରୁନାହିଁ।
ଯୁଯୁମୁରା ତହସିଲ ନୀଳଡୁଙ୍ଗରୀ (କେଶିଡେରା) ଅଞ୍ଚଳରେ ପାଉଁଶ ଡମ୍ପିଂୟାର୍ଡ କରାଯାଇଛି। ସାମାନ୍ୟ ପବନ ହେଲେ ଏହି ପାଉଁଶ ଜାତୀୟ ରାଜପଥ, ନିକଟସ୍ଥ ଗ୍ରାମକୁ ଉଡ଼ି ଆସୁଛି। ଏପରି କି ଘର ଭିତରେ ପଶିଯାଉଛି। ବର୍ଷ ବର୍ଷ ଧରି ନିକଟ ଗ୍ରାମବାସୀ ଏହାକୁ ବିରୋଧ କରିଆସୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗକ୍ରମେ, ପୂର୍ବରୁ ସବୁଜ ବଳୟ ଓ ବନ୍ୟପ୍ରାଣୀଙ୍କ ଆଶ୍ରୟସ୍ଥଳ ଭାବେ ପରିଚିତ ଥିଲା ଏହି ଘଞ୍ଚ ଜଙ୍ଗଲ। ଏପରି କି ସିସାଲ ଫାର୍ମ ନାମରେ ମଧ୍ୟ ପ୍ରସିଦ୍ଧ ଥିଲା। କିନ୍ତୁ ଏବେ ପରିଚୟ ହରାଇବାକୁ ବସିଲାଣି। ଏଠାରେ ରହୁଥିବା ବନ୍ୟପ୍ରାଣୀ ଓ ନିକଟସ୍ଥ ଗ୍ରାମବାସୀ ଅସୁରକ୍ଷିତ ମନେକରୁଛନ୍ତି। କାରଣ ନିକଟରେ ପାଉଁଶ ଡମ୍ପିଂ ୟାର୍ଡ କରିବାକୁ ଅନୁମତି ଦିଆଯାଇଛି। ଏହାକୁ ନେଇ ସ୍ଥାନୀୟ କବରପାଲି ସରପଞ୍ଚ ଓ ପରିବେଶବିତ୍‌ ପୂର୍ବରୁ ଜିଲାପାଳ ଓ ପ୍ରଦୂଷଣ ବିଭାଗ ପାଖରେ ଅଭିଯୋଗ କରିଥିଲେ। ହେଲେ କୌଣସି ସମାଧାନ ହୋଇପାରିଲା ନାହିଁ। ବୃହତ୍‌ ମାର୍କେଟ ଟର୍ମିନାଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ହେଲେ ଜଙ୍ଗଲ ବିଭାଗ ଅନୁମତି ନ ଦେବାରୁ ଉକ୍ତ ପ୍ରକଳ୍ପ ହୋଇପାରିଲା ନାହିଁ ବୋଲି କୁହାଯାଉଛି। ଅନ୍ୟପଟେ ଦ୍ୱିତୀୟ ଚିିଡ଼ିଆଖାନାରେ ପରିଣତ କରିବାକୁ ମଧ୍ୟ ଯୋଜନା କରାଯାଇଥିଲା। ତାହା ମଧ୍ୟ ଅଧାରେ ରହିଯାଇଛି। ନିକଟରେ ଗ୍ରାମ ରହିଥିବା ବେଳେ କୃଷି ବିଭାଗର ତାଲିମ କେନ୍ଦ୍ର, ଜାତୀୟ ରାଜପଥ, ଗ୍ରାମ୍ୟ ଜଙ୍ଗଲ, ଲୋକଙ୍କ ରୟତି ଜମି ରହିଛି। ହେଲେ କେମିତି ଅନୁମତି ଦିଆଯାଇଛି ତାହା ଏବେ ସନ୍ଦେହଘେରକୁ ଆସିଛି। ୨୦୨୨ ଡିସେମ୍ବର ୨୯ରେ ପଞ୍ଚାୟତ ପତ୍ର ସଂଖ୍ୟା ୫୪୭ରେ ଜିଲାପାଳଙ୍କ ପାଖରେ କବରାପାଲି ସରପଞ୍ଚ ମଧ୍ୟ ଏନ୍‌ଓସି ଦେଇ ନ ଥିବା ଅଭିଯୋଗ କରାଯାଇଥିଲା। ହେଲେ ପ୍ରଦୂଷଣ ବିଭାଗ ଘଟଣାସ୍ଥଳ ପରିଦର୍ଶନକରି ଲୋକଙ୍କ ବାସ୍ତବ ସମସ୍ୟାକୁ ଦେଖି ଯଦି ଅନୁମତି ଦେଇଛି ତା’ହେଲେ ବାତିଲ କରାଯାଉ ବୋଲି ଦାବି ହେଉଛି। ଏ ସମ୍ପର୍କରେ ସମ୍ବଲପୁର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦାୟିତ୍ୱରେ ଥିବା ଅଧିକାରୀ ସତ୍ୟନାରାୟଣ ନନ୍ଦ କହିଛନ୍ତି, ନିକଟରେ ଜଙ୍ଗଲ ଓ ବନ୍ୟପ୍ରାଣୀ ଆଶ୍ରୟସ୍ଥଳ ବାବଦରେ ଜାଣି ନ ଥିଲି। ହେଲେ ପ୍ରଥମେ ତହସିଲଦାର ଓ ଜିଲାପାଳ ଅନୁମତି ଦେବା ପରେ ପ୍ରଦୂଷଣ ବିଭାଗ ଅନୁମତି ଦେଇଥାଏ। ୩ବର୍ଷ ପୂର୍ବରୁ ଅନୁମତି ଦିଆଯାଇଥିଲା। ୨୦୨୩ ମାର୍ଚ୍ଚରେ ଅବଧି ଶେଷ ହେବା ପରେ ପୁଣି ଏକବର୍ଷ ପାଇଁ ସମୟ ବୃଦ୍ଧି କରାଯାଇଛି। ଲୋକଙ୍କ ସମସ୍ୟା ନେଇ ଅଭିଯୋଗ କରିବା ପରେ କମ୍ପାନୀକୁ ନିୟମ ଅନୁସାରେ କାମ କରିବାକୁ ତାଗିଦ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri