ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରିପାରିବେ ଅସାଞ୍ଜ

ଲଣ୍ଡନ,୨୧ା୫: ଆମେରିକାକୁ ପ୍ରତ୍ୟର୍ପଣ ବିରୋଧରେ ଓ୍ବିକିଲିକ୍ସ ଓ୍ବେବ୍‌ସାଇଟ୍‌ର ପ୍ରତିଷ୍ଠାତା ଜୁଲିଅନ୍‌ ଅସାଞ୍ଜ ଅପିଲ୍‌ କରିପାରିବେ ବୋଲି ଲଣ୍ଡନର ଏକ ଅଦାଲତ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଫଳରେ ୫୨ ବର୍ଷୀୟ ଅସାଞ୍ଜଙ୍କ ଆଇନଗତ ଲଢ଼େଇ ଆହୁରି ଦୀର୍ଘ ହେବାକୁ ଯାଉଛି। ବ୍ରିଟେନ୍‌ ସରକାରଙ୍କ ପ୍ରତ୍ୟର୍ପଣ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବାର ସୁଯୋଗ ରହିଛି ବୋଲି ହାଇକୋର୍ଟ ବିଚାରପତି ଭିକ୍ଟୋରିଆ ଶାର୍ପ ଏବଂ ଜେରେମି ଜନ୍‌ସନ କହିଥିଲେ। ପ୍ରାୟ ୧୫ ବର୍ଷ ପୂର୍ବେ ଆମେରିକାର କେତେକ ଗୋପନ ଦସ୍ତାବିଜ୍‌କୁ ଅସାଞ୍ଜ ତାଙ୍କ ଓ୍ବେବ୍‌ସାଇଟ୍‌ରେ ପ୍ରଘଟ କରିବାରେ କମ୍ପ୍ୟୁଟରର ଦୁରୁପଯୋଗ ଅଭିଯୋଗ ସହ ସେ ୧୭ଟି ଗୁପ୍ତଚରଗିରି ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଅଷ୍ଟ୍ରେଲିଆର ଏହି କମ୍ପ୍ୟୁଟର ବିଶେଷଜ୍ଞ ଲଣ୍ଡନସ୍ଥିତ ଇକ୍ୟୁଏଡର ଦୂତାବାସ ଶରଣରେ ୭ ବର୍ଷ ରହିବା ପରେ ୫ ବର୍ଷ ହେଲା ଲଣ୍ଡନର ହାଇସିକ୍ୟୁରିଟି ବେଲମାର୍ଶ କାରାଗାରରେ ରହିଛନ୍ତି।
ଗୁପ୍ତଚର ବୃତ୍ତି ଅଭିଯୋଗରେ ଯଦି ଅସାଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣ କରାଯାଏ, ତେବେ ସେଠାରେ ତାଙ୍କୁ ସାମ୍ବାଦିକତା ଅଧିକାରର ସୁରକ୍ଷା ମିଳିବା ଆବଶ୍ୟକ। ଆମେରିକା ଏଥିପାଇଁ ପର୍ଯ୍ୟାପ୍ତ ପ୍ରତିଶ୍ରୁତି ଦେଇ ନ ଥିବା ଅସାଞ୍ଜଙ୍କ ଓକିଲ ଏଡ୍‌ଓ୍ବାଡ ଫିଜ୍‌ଗରାଲ୍ଡ ଅଦାଲତଙ୍କୁ ଜଣାଇଥିଲେ। ଆମେରିକାର ବିଭିନ୍ନ ତଥ୍ୟ ପ୍ରକାଶ କରିବାରେ ଜଣେ ସାମ୍ବାଦିକ ଭାବେ ତାଙ୍କ ଅଧିକାରକୁ ସୁରକ୍ଷା ମିଳିବା ଆବଶ୍ୟକ, ଯେଉଁ ଗ୍ୟାରେଣ୍ଟି ଦେବାରେ ପ୍ରସିକ୍ୟୁଟରମାନେ ବିଫଳ ହୋଇଥିବା ଫିଜ୍‌ଗରାଲ୍ଡ କହିଥିଲେ। ଗୁପ୍ତଚର ବୃତ୍ତି ଅଭିଯୋଗରେ ବିଚାରର ସମ୍ମୁଖୀନ ହେବା ଲାଗି ଅସାଞ୍ଜଙ୍କୁ ଯଦି ଆମେରିକା ପଠାଯାଏ ତେବେ ଲଣ୍ଡନ ହାଇକୋର୍ଟରେ ଶୁଣାଣିର ଶେଷ ହୋଇପାରେ କିମ୍ବା ପ୍ରତ୍ୟର୍ପଣ ବିରୋଧରେ ତାଙ୍କୁ ଅପିଲ ପାଇଁ ଆଉ ଏକ ସୁଯୋଗ ଦିଆଯାଇପାରେ। ଅସାଞ୍ଜ ଆମେରିକାରେ ବିଚାରର ସମ୍ମୁଖୀନ ହେଲେ ତାଙ୍କ ଅଧିକାର କ୍ଷୁଣ୍ଣ ନ ହେବା ନେଇ ଓ୍ବାଶିଂଟନର ଅଧିକାରୀମାନଙ୍କ ପ୍ରତିଶ୍ରୁତି ଉପରେ ବିଚାରପତି କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଉପରେ ସବୁକିଛି ନିର୍ଭର କରୁଛି। ଓ୍ବିକିଲିକ୍ସରେ ପ୍ରକାଶ ପାଇଁ ଆମେରିକାର କୂଟନୈତିକ କେବୁଲ ଏବଂ ସାମରିକ ଫାଇଲ ଚୋରି କରିବାରେ ଅସାଞ୍ଜ ସେଠାର ସେନା ଗୋଇନ୍ଦା ବିଶ୍ଳେଷକ ଚେଲସିଆ ମାନିଙ୍ଗ୍‌ଙ୍କୁ ପ୍ରୋତ୍ସାହିତ ଓ ସହଯୋଗ କରିଥିଲେ ବୋଲି ଯୁକ୍ତରାଷ୍ଟ୍ରର ପ୍ରସିକୁ୍ୟୁଟରମାନେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଅସାଞ୍ଜଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, ଜଣେ ସାମ୍ବାଦିକ ଭାବେ ଅସାଞ୍ଜ ଇରାକ ଓ ଆଫଗାନିସ୍ତାନରେ ଆମେରିକା ସେନା କରିଥିବା ଭୁଲ୍‌କୁ ପ୍ରଘଟ କରିଛନ୍ତି। ସେ ରାଜନୈତିକ ପ୍ରେରଣାରେ ଏଭଳି କରିଥିବା ନେଇ ବିଚାରର ସମ୍ମୁଖୀନ ହେଲେ, ତାଙ୍କୁ ନ୍ୟାୟ ମିଳି ନ ପାରେ ବୋଲି ଅସାଞ୍ଜଙ୍କ ଓକିଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଟ୍ରମ୍ପଙ୍କ ବଡ଼ ଘୋଷଣା: ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ରଖିଲେ ଏହି ନାଁ, ସାରା ବିଶ୍ୱ ଆଶ୍ଚର୍ଯ୍ୟ!

ଓ୍‌ବାଶିଂଟନ୍‌,୨୬।୯: ଇରାନ ଆମେରିକା ସମ୍ମୁଖରେ ଷ୍ଟ୍ରେଟ ଅଫ ହର୍ମୁଜକୁ ପୁଣିଥରେ ଖୋଲିବା ପାଇଁ ପ୍ରସ୍ତାବ ରଖିଛି। ଏହି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?