Posted inଜାତୀୟ

‘ଦର୍‌ଦାମ୍‌ ବୃଦ୍ଧି, ବେକାରୀ ସମସ୍ୟା ପାଇଁ ମୋଦି ନୁହେଁ, ମୋଗଲ ସମ୍ରାଟ ଦାୟୀ’

ନୂଆଦିଲ୍ଲୀ ,୫।୭:ଏଆଇଏମଆଇଏମ ମୁଖ୍ୟ ତଥା  ଏମ୍‌ପି ଅସାଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି । ଦର୍‌ଦାମ୍‌ ବୃଦ୍ଧି ଏବଂ ବେକାରୀ ଭଳି ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ  ସେ ତାତ୍ସଲ୍ୟ କରି କହିଛନ୍ତି, ଦେଶରେ ଦର୍‌ଦାମ୍‌ ବୃଦ୍ଧି, ବେକାରୀ ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନୁହନ୍ତି, ମୋଗଲ ଦାୟୀ।

ସୂଚନାଯୋଗ୍ୟ, ଦେଶର ସବୁ ସମସ୍ୟା ପାଇଁ ମୋଦି ସରକାର ମୁସଲମାନଙ୍କୁ ଦାୟୀ କରୁଥିବା କହି ଓଓ୍ବାଇସି ଏହା ଉପରେ ନିଜ ମତ ରଖିଛନ୍ତି। ଏଆଇଏମଆଇଏମ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ଓଓ୍ବାଇସି କହିଛନ୍ତି, ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି, ଦରଦାମ ବୃଦ୍ଧି ଘଟୁଛି, ପେଟ୍ରୋଲ-ଡିଜେଲ ଶହେ ଟଙ୍କାରୁ ଅଧିକ ହୋଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ନୁହନ୍ତି, ମୋଗଲ ସମ୍ରାଟ ଔରଙ୍ଗଜେବ ହିଁ ଦାୟୀ। ଯୁବକଙ୍କ ପାଇଁ କୌଣସି କାମ ନାହିଁ, ଏଥିପାଇଁ ସମ୍ରାଟ ଆକବର ଦାୟୀ । ତାଜମହଲର ନିର୍ମାଣ ପାଇଁ ପେଟ୍ରୋଲ ଲିଟର ୧୧୫ ଟଙ୍କା ହୋଇଛି। ଯଦି ତାଜମହଲ ନିର୍ମାଣ ହୋଇ ନ ଥାନ୍ତା, ତେବେ ଆଜି ୪୦ ଟଙ୍କାରେ ପେଟ୍ରୋଲ ମିଳିଥାନ୍ତା। ସେହି ଅର୍ଥ ସଞ୍ଚୟ କରି ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବା ଉଚିତ ଥିଲା। ଭାରତରେ କ’ଣ କେବଳ ମୋଗଲମାନେ ଶାସନ କରୁଥିଲେ। ତାଙ୍କ ପୂର୍ବରୁ ଅଶୋକ, ଚନ୍ଦ୍ରଗୁପ୍ତ ବି ଏହି ଦେଶକୁ ଶାସନ କରୁଥିଲେ। କିନ୍ତୁ ଭାଜପାକୁ ଗୋଟିଏ ଆଖିରେ ମୋଗଲ ଓ ଅନ୍ୟ ଆଖିରେ ପାକିସ୍ତାନ ଦେଖାଯାଉଛି। ଆମକୁ କିନ୍ତୁ ମୋଗଲଠୁ କିଛି ନେବାର ନାହିଁ କି ପାକିସ୍ତାନ ସହ କିଛି ସମ୍ପର୍କ ନାହିଁ। ଆମର ଜିନ୍ନାଙ୍କ ସହ ବି କିଛି ସମ୍ପର୍କ ନାହିଁ । ଭାରତ ଆମ ଜନ୍ମଭୂମି। ବଞ୍ଚିବୁ ଏବଂ ମରିବୁ ଏଇଠି। ଭାରତକୁ ଛାଡି କୁଆଡେ ଯିବାର ପ୍ରଶ୍ନ ଉଠୁନି ବୋଲି ଓଓ୍ବାଇସି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri