ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ମାଙ୍କଡକୁ ଦେଖିବାକୁ ମିଳୁଛି। ମାଙ୍କଡ଼ଟି ଜଣେ ବୃଦ୍ଧା ଶୋଇଥିବା ବେଳେ ତାଙ୍କ ପାଖରେ ବସି ତାଙ୍କୁ ଗେଲ କରୁଛି। ପରେ ସେ ଚାଲି ଯାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
They loved with a love that was more than love 💕
A monkey regularly fed by 90 year grandma, barged in & hugged her when she fell ill. Just look how happy she is! pic.twitter.com/ulW3tecXgD— Susanta Nanda IFS (@susantananda3) July 7, 2021