Posted inଜାତୀୟ

ଆର୍ୟନଙ୍କ ଉପରୁ ହଟିଲା ସପ୍ତାହକୁ ଥରେ ହାଜିରା କଟକଣା

ମୁମ୍ବାଇ, ୧୫।୧୨: ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଜାମିନ ସର୍ତ୍ତ ଅନୁଯାୟୀ ଆଉ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅଫିସରେ ପ୍ରତି ଶୁକ୍ରବାର ହାଜିରା ଦେବାକୁ ପଡ଼ିବ ନାହିଁ। ଏହି କଟକଣାରୁ ତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି ବମ୍ବେ ହାଇକୋର୍ଟ।

କ୍ରୁଜ୍‌ ଜାହାଜରେ ରେଭ୍‌ ପାର୍ଟି ବେଳେ ଡ୍ରଗ୍ସ ସହ ଏନ୍‌ସିବି ଆର୍ୟନଙ୍କୁ ଗିରଫ କରିଥିଲା। ଜାମିନ ପ୍ରଦାନ ବେଳେ ପ୍ରତି ଶୁକ୍ରବାର ଏନ୍‌ସିବି ଅଫିସରେ ହାଜର ହେବାକୁ ସର୍ତ୍ତ ରଖାଯାଇଥିଲା। ସର୍ତ୍ତାବଳୀ କୋହଳ କରିବା ପାଇଁ ଆର୍ୟନ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ତ୍ତାବଳୀରେ ସଂଶୋଧନ କରାଯାଇଥିବା ବିଚାରପତି ଏନ୍‌.ଡବ୍ଲ୍ୟୁ. ସାମ୍ବ୍ରେଙ୍କ ଖଣ୍ଡପୀଠ କହିଛନ୍ତି।

କେବଳ ଦିଲ୍ଲୀ ଏନ୍‌ସିବି କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଲେ ଆର୍ଯ୍ୟନ ହାଜର ହେବେ। ଏଥିପାଇଁ ୭୨ ଘଣ୍ଟା ପୂର୍ବରୁ ଏନ୍‌ସିବି ତାଙ୍କୁ ନୋଟିସ କରିବାକୁ ପଡ଼ିବ। ସେହିପରି ଆର୍ୟନ ମୁମ୍ବାଇ ବାହାରକୁ ଯିବା ପାଇଁ ଏନ୍‌ସିବିରେ ଯାତାୟାତର ବିବରଣୀ ଦାଖଲ କରିବାକୁ କୁହାଯାଇଥିଲା। ଏହି ସର୍ତ୍ତରେ ମଧ୍ୟ ସଂଶୋଧନ କରାଯାଇଛି। ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବାକୁ ହେଲେ ତାଙ୍କୁ ଯାତ୍ରା ବିବରଣୀ ଦେବାକୁ ପଡ଼ିବ ନାହିଁ। ତେବେ ଅନ୍ୟ କୌଣସି ସ୍ଥାନକୁ ଗଲେ ବିବରଣୀ ଦାଖଲ କରିବାକୁ ହେବ ବୋଲି ହାଇକୋର୍ଟ କହିଛନ୍ତି। ଆର୍ୟନଙ୍କ ମାମଲା ସହ ଏବେ ମୁମ୍ବାଇ ଏନ୍‌ସିବି କାର୍ଯ୍ୟାଳୟର କିଛି କରିବାର ନାହିଁ। ତାଙ୍କ ମହକିଲ ତଦନ୍ତରେ ସହଯୋଗ କରିବା ସହ ଦିଲ୍ଲୀ ଏସ୍‌ଆଇଟି ତଦନ୍ତର ସମ୍ମୁଖୀନ ହୋଇ ବୟାନ ରେକର୍ଡ କରାଇଛନ୍ତି। ତେଣୁ ତାଙ୍କ ଜାମିନ ସର୍ତ୍ତାବଳୀ ଉଠାଇଦେବାକୁ ଆର୍ୟନଙ୍କ ଓକିଲ ଅମିତ୍‌ ଦେଶାଇ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡ ସରକାରଙ୍କ ବଡ ଘୋଷଣା ୧୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳୀ ମାଗଣା!

ଡେରାଡୁନ,୮ ।୭: ଉତ୍ତରାଖଣ୍ଡ ସରକାରଙ୍କ ଶକ୍ତି ମନ୍ତ୍ରୀ ହରକ ସିଂ ରାୱତ ଶକ୍ତି ବିଭାଗର ପ୍ରଥମ ବୈଠକରେ ଏକ ବଡ ଘୋଷଣା କରିଛନ୍ତି । ଏଣିକି...

ଶୁଦ୍ଧିକ୍ରିୟାର ୧୨ ବର୍ଷ ପରେ ଘରକୁ ଫେରିଲେ

ଜିର୍‌ନିଆ : ଜୀବିତ ବ୍ୟକ୍ତିର ଅନ୍ତିମ ସଂସ୍କାରର ସବୁ ବିଧି ସମ୍ପନ୍ନ କରାଯିବା ପରେ ୧୨ ବର୍ଷ ପରେ ବ୍ୟକ୍ତି ପୁଣି ଘରକୁ ଫେରିବା ଘଟଣାରେ...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ମାମଲାର ନ୍ୟାୟିକ ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ: ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,୧୨।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ମାମଲାର ନ୍ୟାୟିକ ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଗୁରୁବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ ୩ ଜଣିଆ ଆୟୋଗ ଗଠନ କରାଯାଇଛି।...

ଚଳିତ ବର୍ଷ ମୌସୁମୀ ରହିବ ସ୍ବାଭାବିକ…

ନୂଆଦିଲ୍ଲୀ, ୧୪।୪ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚଳିତ ବର୍ଷ ମୌସୁମୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଏହି ସୂଚନା ସାଧାରଣ ଲୋକଙ୍କ...

କଂଗ୍ରେସ ମଙ୍ଗ ଧରିବାକୁ ପ୍ରିୟଙ୍କା ଅମଙ୍ଗ

ନୂଆଦିଲ୍ଲୀ,୨୫ା୭: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଦଳର ମଙ୍ଗ ଧରିବା ପାଇଁ ମନାକରିଦେଇଛନ୍ତି। ସେ ଅଧ୍ୟକ୍ଷ ପଦରେ ଆସୀନ ହେବା ପାଇଁ...

ନିର୍ବାଚନ ପ୍ରଚାରର ସୁପର ସନ୍‌ଡେ’

ନୂଆଦିଲ୍ଲୀ,୧୩ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଷ୍ଟାର ପ୍ରଚାରକଙ୍କର ଭିଡ ଦେଖିବାକୁ ମିଳିଲାଣି । ରବିବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ...

ବିଜୟ ପୂର୍ବରୁ ଉତ୍ସବର ପରିବେଶ

ନୂଆଦିଲ୍ଲୀ,୧୧।୨: ଏକ୍‌ଜିଟ୍‌ ପୋଲ୍‌ର ଆକଳନକୁ ଦେଖିଲେ ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆମ ଆଦମୀ ପାର୍ଟି(ଏଏପି) ସପକ୍ଷରେ ଯାଉଥିବା ଦେଖାଯାଉଛି। ଏହାକୁ ନେଇ ଏବେଠାରୁ...

ଅଚଳ ହେବ ୨ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,୧୯।୫: ଅଚଳ ହେବ ୨ହଜାର ଟଙ୍କିଆ ନୋଟ୍‌। ଆଉ ୨ହଜାର ଟଙ୍କାର ନୋଟ୍‌ ଛାପିବନି ଭାରତୀୟ ରିଜର୍ଭ ବ୍ୟାଙ୍କ। ନୋଟ୍‌ ଫେରେଇ ନେବା ନେଇ ଶୁକ୍ରବାର...

Advertisement
Archives

Model This Week