Posted inଜାତୀୟ

ହରିଆଣାରେ ‘ମେକ୍‌ ଇଣ୍ଡିଆ ନମ୍ବର ଓ୍ବାନ’ ଅଭିଯାନ ଆରମ୍ଭ କରିବେ କେଜ୍‌ରିଓ୍ବାଲ

ଚଣ୍ଡିଗଡ଼,୬।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ବୁଧବାର ହରିଆଣାରୁ ‘ମେକ ଇଣ୍ଡିଆ ନମ୍ବର ୱାନ’ ଅଭିଯାନ ଆରମ୍ଭ କରିବେ। ଏହି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିବେ। ସେପ୍ଟେମ୍ବର ୭ରେ ହିସାରରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିବେ କେଜ୍‌ରିଓ୍ବାଲ। ଗଣମାଧ୍ୟମ ସହ କଥା ହେବା ପରେ ଯୁବ ନେତାଙ୍କ ସହ ଉଭୟ ନେତା ଅପରାହ୍ନ ୩ଟାରେ ଟାଉନହଲ୍‌ରେ ଏକ ବୈଠକରେ ଯୋଗଦେବେ। ଏହାପରେ ମାନ ଓ କେଜ୍‌ରିଓ୍ବାଲ ସନ୍ଧ୍ୟା ୫ଟାରେ ସୋନାଲୀ ଫୋଗାଟଙ୍କ ପରିବାରକୁ ଭେଟିବାକୁ ତାଙ୍କ ଘରକୁ ଯିବେ ବୋଲି ଜଣାପଡ଼ିଛି। ସେହିପରି ସେପ୍ଟେମ୍ବର ୮ରେ ଆମ ଆଦମୀ ପାର୍ଟି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ବାହାର କରାଯିବ। ଉଭୟ ନେତା ଗୁରୁବାର ସକାଳ ୧୧ଟାରେ ଏହି ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ। ଏଥିସହ ଅପରାହ୍ନ ୧ଟାରେ ତ୍ରିରଙ୍ଗା ଯାତ୍ରା ଶେଷ ହେଉଥିବା ସ୍ଥାନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଯାହାକୁ ଅରବିନ୍ଦ କେଜ୍‌ରିୱାଲ ଏବଂ ଭଗଓ୍ବନ୍ତ ମାନ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଚାଇନାର ଚିନ୍ତା

ବିଶାଖାପଟନମ୩ ।୧୧: ପୂର୍ବ ଲଦ୍ଦାଖରେ ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବା ବେଳେ ମଙ୍ଗଳବାର ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ମାଲାବାର ନୌସେନା ଅଭ୍ୟାସର...

ରେକର୍ଡ ପରେ ରେକର୍ଡ କରୁଛି କରୋନା

ନୂଆଦିଲ୍ଲୀ,୨୭।୮: ବେଳକୁ ବେଳ ଗମ୍ଭୀର ହେବାରେ ଲାଗିଛି କରୋନା ସ୍ଥିତି। ଗତ ୨୪ ଘଣ୍ଟାରେ ୭୫,୭୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ପୁଣିଥରେ...

ପ୍ରବାସୀ ଭାରତୀୟଙ୍କୁ ଅନ୍‌ଲାଇନ ଭୋଟିଂ ଅଧିକାର ଦେଇ ପାରନ୍ତି ମୋଦି ସରକାର

ନୂଆଦିଲ୍ଲୀ,୨୬ ।୩: କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଲୋକ ସଭାର ପ୍ରଶ୍ନକାଳ ସମୟରେ ବିଦେଶରେ ରହୁଥିବା ଭାରତୀୟଙ୍କୁ ଅନଲାଇନ ମତଦାନ ଅଧିକାର ଦେବା ସମ୍ପର୍କରେ...

ତେଲେଙ୍ଗାନା କଂଗ୍ରେସରେ ବିଦ୍ରୋହ

ହାଇଦ୍ରାବାଦ,୭ା୬ (ଆଇଏଏନ୍‌ଏସ୍‌):ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଗୁରୁବାର ତେଲେଙ୍ଗାନାରେ ଦଳକୁ ବଡ଼ ଝଟକା ଲାଗିଛି। ରାଜ୍ୟରେ କଂଗ୍ରେସ ନେତୃତ୍ୱ ପ୍ରତି ଅସନ୍ତୁଷ୍ଟ ୧୨...

୨୦୧୬ ସେପ୍ଟେମ୍ବରରେ ହୋଇଥିଲା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ,୨୧।୫: ସେନା ପକ୍ଷରୁ ପ୍ରଥମ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ୨୦୧୬ ସେପ୍ଟେମ୍ବର ମାସରେ କରାଯାଇଥିଲା। ଉରି ଗ୍ୟାରିଶନ୍‌ ଆକ୍ରମଣର ପ୍ରତିଶୋଧ ନେବା ଲାଗି ସେନା ପକ୍ଷରୁ ଏଭଳି ପଦକ୍ଷେପ...

ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୦।୬: ଭୋପାଳ ଏମ୍‌ପି ପ୍ରଜ୍ଞା ଠାକୁର ପ୍ରାୟତଃ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥା’ନ୍ତି। ଏଥର ପ୍ରଜ୍ଞା ଭାଜପାରୁ ନିଲମ୍ବିତ ହୋଇଥିବା ନୁପୁର ଶର୍ମାଙ୍କ ସମର୍ଥନରେ...

ସ୍ବାମୀଙ୍କ ଭୟରେ ୫ ମହଲାରୁ ଡେଇଁଲେ ସ୍ତ୍ରୀ

ନୂଆଦିଲ୍ଲୀ, ୧୬।୫: ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ସ୍ବାମୀଙ୍କ ଭୟରେ ୫ମହଲା ଛାତରୁ ଡେଇଁ ପ୍ରାଣ ହରାଇଛନ୍ତି। ମୃତ ମହିଳା...

ବୁଲେଟ୍ ଫ୍ରୁଫ୍ ଗାଡି ଯୋଗୁ ବଞ୍ଚିଗଲି: ନଡ୍ଡା

କୋଲକାତା,୧୦ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିମ ବଙ୍ଗ ଗସ୍ତର ଶେଷ ଦିନରେ ତାଙ୍କ ରାଲି ଉପରେ ଆକ୍ରମଣ ହୋଇଥିଲା ।...

Advertisement
Archives

Model This Week