Posted inଜାତୀୟ

ଏମକେ ଷ୍ଟାଲିନଙ୍କୁ ଭେଟିଲେ କେଜରିଓ୍ବାଲ, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ମାଗିଲେ ସମର୍ଥନ

ନୂଆଦିଲ୍ଲୀ,୧।୬: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗି ପଡିଛନ୍ତି। ଇତି ମଧ୍ୟରେ କେଜରିଓ୍ବାଲ ଗୁରୁବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ତାଙ୍କ ଘରେ ଚେନ୍ନାଇରେ ସାକ୍ଷାତ୍‌ କରିଛନ୍ତି। ଏହି ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ, ଆମ ଆଦମୀ ପାର୍ଟି(ଏଏପି) ଏମପି ସଞ୍ଜୟ ସିଂ, ଏଏପି ନେତା ରାଘବ ଚଢା ଓ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶି ବି ଉପସ୍ଥିତ ଥିଲେ।

ଏଏପିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ କ୍ରମାଗତ ଭାବରେ ଏହି ନିୟମକୁ ସମ୍ବିଧାନ ବିରୁଦ୍ଧରେ ବୋଲି କହୁଛନ୍ତି। ସେ ବୁଧବାର ଟୁଇଟ କରି କହିଛନ୍ତି ଯେ କେନ୍ଦ୍ରର ଅସାମ୍ବିଧାନିକ-ଅଗଣତାନ୍ତ୍ରିକ ‘ଦିଲ୍ଲୀ ବିରୋଧୀ’ ନିୟମ ବିରୁଦ୍ଧରେ ଡିଏମକେଙ୍କ ସମର୍ଥନ ହାସଲ କରିବାକୁ ସେ ଏମ.କେ ଷ୍ଟାଲିନଙ୍କୁ ଭେଟିବେ। ସେ କହିଛନ୍ତି ଯେ ଶୁକ୍ରବାର ସେ ରାଞ୍ଚିରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ଭେଟିବେ।

ଏହାପୂର୍ବରୁ କେଜରିୱାଲ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଅନେକ ନେତାଙ୍କୁ ଭେଟିଛନ୍ତି। ଏହି ନିୟମ ସମ୍ପର୍କରେ ଏହି ସମସ୍ତ ନେତା କେଜରିିୱାଲଙ୍କୁ ସମର୍ଥନ କରିଥିଲେ ଏବଂ କହିଥିଲେ ଯେ ଆମେ ରାଜ୍ୟସଭାରେ ଏହା ବିରୋଧରେ ଭୋଟ ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଗ୍ରାମସଭା, ପ୍ରଭାବିତ ଗ୍ରାମ୍ୟ କମିଟି ତରଫରୁ ଗାଁରେ ବିରୋଧ କରାଯିବାରୁ…

ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri