Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ହାତ ଯୋଡି ନିବେଦନ କଲେ କେଜ୍‌ରିୱାଲ

ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ବିରାଟ ବିଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀରେ ନିର୍ବାଚନ ଆୟୋଗ ଦ୍ୱାରା ମ୍ୟୁନିସିପାଲିଟି ନିର୍ବାଚନକୁ ସ୍ଥଗିତ ରଖିବା ଏବଂ ଏହା ପଛରେ ଦିଆଯାଇଥିବା ଯୁକ୍ତି ଉପରେ କେଜ୍‌ରିୱାଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗଣତନ୍ତ୍ର ପାଇଁ ଏହା ଭଲ ନୁହେଁ। ପରାଜୟ ଭୟରେ ଭାଜପା ନିର୍ବାଚନକୁ ସ୍ଥଗିତ ରଖିଛି ବୋଲି ସେ ଅଭିଯୋଗ କରିଛନ୍ତି। କେଜ୍‌ରିୱାଲ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନକୁ ସ୍ଥଗିତ ରଖିବାକୁ କିମ୍ବା ବାତିଲ କରିବାକୁ ନିର୍ବାଚନ ଆୟୋଗକୁ କିପରି ନିର୍ଦ୍ଦେଶ ଦିଆଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି। ଏପରି ବ୍ୟବସ୍ଥା କେଉଁଠାରେ ଅଛି? ନିର୍ବାଚନ ଆୟୋଗର ଭାଜପା ଚାପରେ ପଡ଼ି ନିର୍ବାଚନ ଘୁଞ୍ଚାଇଥିବା ସେ କହିଛନ୍ତି। ନିର୍ବାଚନ ନ ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହାତ ଯୋଡି ନିବେଦନ କରିଛନ୍ତି କେଜ୍‌ରିୱାଲ।
ସୂଚନାଯୋଗ୍ୟ, ଦିଲ୍ଲୀରେ ମ୍ୟୁନିସିପାଲିଟି ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ ଆୟୋଗ ମାର୍ଚ୍ଚ ୯ ସକାଳେ ଏକ ପ୍ରେସ ନିମନ୍ତ୍ରଣ ପତ୍ର ଜାରି କରି ସେଦିନ ସନ୍ଧ୍ୟା ୫ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଥିଲା। କିନ୍ତୁ ଅପରାହ୍ନ ୪ଟାରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖିଥିଲେ ଯେ ଆମେ ଦିଲ୍ଲୀର ତିନିଟି ନିଗମକୁ ଏକଜୁଟ କରିବାକୁ ଚାହୁଁଛୁ, ତେଣୁ ଆଜି ନିର୍ବାଚନକୁ ସ୍ଥଗିତ ରଖନ୍ତୁ।
କେଜ୍‌ରିୱାଲ ଅଭିଯୋଗ କରିଛନ୍ତି, ଏହା ପରେ ନିର୍ବାଚନ ଆୟୋଗ ଏମସିଡି ନିର୍ବାଚନକୁ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି। ବୋଧହୁଏ ୭୫ ବର୍ଷର ଇତିହାସରେ ଏହା ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଏକ ରାଜ୍ୟର ନିର୍ବାଚନ ଆୟୋଗକୁ ନିର୍ବାଚନକୁ ସ୍ଥଗିତ ରଖିବାକୁ ସିଧାସଳଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri