Posted inଫୁରସତ

ସିଗାରେଟ୍‌ ଟାଣି ୪୨ କି.ମି. ମାରାଥନ୍‌ ଦୌଡ଼

ବେଜିଂ: ମାରାଥନ୍‌ ଦୌଡ଼ର ମୁଖ୍ୟ ଉଦ୍ଦେଶ୍ୟ ଶରୀରକୁ ଫିଟ୍‌ ରଖିବା । ଏକାଧିକ କିଲୋମିଟରର ମାରାଥନ୍‌ରେ ସୁସ୍ଥ ଲୋକ ଭାଗ ନେଉଥିବାର ଦେଖାଯାଏ। କିନ୍ତୁ ଚାଇନାର ବେଶ୍‌ ଜଣାଶୁଣା ୫୦ ବର୍ଷୀୟ ଚେନ୍‌ ସ୍ମୋକର ସିଗାରେଟ୍‌ ଟାଣି ୪୨ କି.ମି. ଦୂର ମାରାଥନ ଦୌଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସେ ଅଙ୍କଲ ଚେନ୍‌ ଭାବେ ଜଣାଶୁଣା। ଆଶ୍ଚର୍ଯ୍ୟର କଥା ମାତ୍ର ୩ ଘଣ୍ଟା ୨୮ ମିନିଟ୍‌ରେ ସେ ଏହି ମାରାଥନ୍‌ ପୂରା କରିଛନ୍ତି।

ନଭେମ୍ବର ୬ରେ ଜିଆନ୍ଦେରେ ଶିନ୍‌ ଆଞ୍ଜିଆଙ୍ଗରେ ଅନୁଷ୍ଠିତ ହୋଇଥିବା ମାରାଥନରେ ପ୍ରାୟ ୧,୫୦୦ ଜଣ ଭାଗ ନେଇଥିବାବେଳେ ସେମାନଙ୍କ ଭିତରୁ ମାତ୍ର ୫୭୪ ଜଣ ଏହାକୁ ପୂରା କରିପାରିଛନ୍ତି। ମାରାଥନ୍‌ରେ ଦୌଡ଼ିବା ସମୟରେ ଅଙ୍କଲ ଚେନ୍‌ ନୂଆ କରି ସିଗାରେଟ୍‌ ଟାଣୁନାହାନ୍ତି ବରଂ ୨୦୧୮ ଗୁଆଙ୍ଗଝୋଉ ମାରାଥନ୍‌ ଏବଂ ୨୦୧୯ରେ ଅନୁଷ୍ଠିତ ଶିଆମେନ୍‌ ମାରାଥନରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଅଙ୍କଲ ଚେନ୍‌ଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକା ସାଙ୍ଗରେ ମା’ ହେବାକୁ ପଣ କରିଥିଲେ ୩ ଭଉଣୀ, କାରଣ ଜାଣିଲେ…

ଯାଆଁଳା ପିଲାଙ୍କ ପାଇଁ ଅନେକ କିଛି ରହିବା ସ୍ବାଭାବିତ। କିନ୍ତୁ କାଲିଫର୍ନିଆରେ ଏକାଠି ଜନ୍ମ ହୋଇଥିବା ୩ ଭଉଣୀଙ୍କ ଜୀବନରେ ଏମିତି ଏକ ମୁହୂର୍ତ୍ତ ଆସିଛି...

ଅନ୍‌ଲାଇନ୍‌ରେ ଜୋତା ଅର୍ଡର କରିଥିଲେ ମହିଳା, କମ୍ପାନୀ କହିଲା ୮୦୩ ଦିନରେ ହେବ ଡେଲିଭର

ଆଜିକାଲି ଲୋକଙ୍କ ପାଇଁ କିଛି ବି ଜିନିଷ କିଣିବା ସହଜ ହୋଇପଡ଼ିଛି। କାରଣ ଆମ ହାତରେ ଥିବା ଛୋଟ ଫୋନ୍‌ଟିଏ ଜରିଆରେ ସମସ୍ତ କାମ କରି...

ଓଡ଼ିଆ ଭାଷା ପ୍ରତି ଗୁରୁତ୍ୱ ରହୁ

୧୯୩୬ ମସିହାରେ ଭାଷାକୁ ଭିତ୍ତିକରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ତେଣୁ ଭାଷାଭିତ୍ତିକ ଏକତ୍ୱ ପାଇଁ ଯେଉଁ ଆନ୍ଦୋଳନ ହୋଇଥିଲା, ବର୍ତ୍ତମାନ ସେହି ଭାଷା...

ଆମେରିକୀୟ ବ୍ଲଗରଙ୍କ ଭିଡିଓକୁ ୩୨ ମିଲିୟନ ଭ୍ୟୁ: ଭୁଲରେ ଅପରିଚିତଙ୍କୁ କୁଣ୍ଢାଇ ଅଡ଼ୁଆରେ ପଡ଼ିଥିଲେ

ଆମେରିକୀୟ ବ୍ଲଗର ମେରି କ୍ୟାଥେରିନ ବ୍ୟାକ୍‌ଷ୍ଟ୍ରମଙ୍କ ସହ ଘଟିଥିବା ଏକ ମଜାଦାର ଘଟଣା ସମ୍ପର୍କିତ ଭିଡିଓ ସମ୍ପ୍ରତି ଫେସ୍‌ବୁକ୍‌ରେ ଭାଇରାଲ ହୋଇଛି। ସେ କିଭଳି ଭୁଲରେ...

ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରେ ଏହି ୟୁଟ୍ୟୁବର୍‌ଙ୍କୁ ମିଳୁଛି ଶୁଭେଚ୍ଛା

ଭାରତ-ଚାଇନା ମଧ୍ୟରେ ସୀମା ଉତ୍ତେଜନା ଲାଗି ରହିଛି। ଏସବୁ ମଧ୍ୟରେ ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ବ୍ୟାନ୍‌(ନିଷିଦ୍ଧ) କରିଦେଇଛନ୍ତି। ସରକାରଙ୍କ ଏଭଳି...

ପାଣିକୁ ଦେଖି କୁକୁର ହେଉଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବିବାହର ୮ ଦିନ ପରେ ସ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ଯୁବତୀ ସହ ଫେରାର୍‌ ହୋଇଗଲେ ବର

ରାମପୁର, ୯।୮: ନୂଆ ଜୀବନର ଅନେକ ସ୍ବପ୍ନ ନେଇ ଶାଶୁ ଘରେ ପହଞ୍ଚତ୍ଥିଲେ ନବବିବାହିତ କନ୍ୟା। ଏପରିକି ହାତରୁ ମେହେନ୍ଦି ମଧ୍ୟ ଲିଭି ନ ଥିଲା।...

ଏଲନ ମସ୍କଙ୍କ ପିଲାଦିନର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ…

ଓ୍ବାଶିଂଟନ,୯।୭ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ବିଲିୟନେୟାର ଏଲନ ମସ୍କ ହେଡଲାଇନରେ ରହିଆସୁଛନ୍ତି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି...

Advertisement
Archives

Model This Week