Posted inଜାତୀୟ

ଅରୁଣାଚଳ ପ୍ରଦେଶ ସର୍ବଦା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଚାଇନା କିଛି କରିପାରିବ ନାହିଁ: କିରେନ ରିଜିଜୁ

ନୂଆଦିଲ୍ଲୀ,୨୪।୯: ହାଙ୍ଗଝୋରେ ଆୟୋଜିତ ହେଉ ଥିବା ଏସିଆନ୍‌ ଗେମ୍ସରେ ଚାଇନା କିଛି ଭାରତୀୟ ଖେଳାଳିଙ୍କୁ ପ୍ରବେଶ ଅନୁମତି ଦେଇନାହିଁ। ଏହା ଉପରେ ଭାରତ ସରକାର ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଚାଇନା ଗସ୍ତକୁ ବାତିଲ କରିଛନ୍ତି। ଏହି ସମୟରେ ପୂର୍ବତନ କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ଚାଇନାର ଏଭଳି ଆଚରଣକୁ ନିନ୍ଦା କରିଛନ୍ତି।
କିରେନ ରିଜିଜୁ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅରୁଣାଚଳ ଖେଳାଳିଙ୍କୁ ଏସିଆନ୍‌ ଗେମ୍ସରେ ପ୍ରବେଶ କରାଇ ନ ଦେବା ଅରୁଣାଚଳ ପ୍ରଦେଶର ସ୍ଥିତିରେ କୌଣସି ପରିବର୍ତ୍ତନ ଆଣିବ ନାହିଁ। ଏହା ସର୍ବଦା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ। ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିକୁ ମଧ୍ୟ ନିବେଦନ କରିଛନ୍ତି।
କିରେନ ରିଜିଜୁ କହିଛନ୍ତି, ଚାଇନା ଅରୁଣାଚଳବାସୀଙ୍କ ପାଇଁ ଚାଇନା ପ୍ରବେଶ କରିବାରେ ସମସ୍ୟା ସୃଷ୍ଟି କରୁଛି। ଭିଜା ପ୍ରଦାନ କରେ ନାହିଁ। ଏହା ପୂର୍ବରୁ ମଧ୍ୟ ଘଟୁଛି। ଏହାପୂର୍ବରୁ, ଯେତେବେଳେ ମୁଁ ୨୦୦୮ରେ ସଂସଦର ସଦସ୍ୟ ଥିଲି, ସେ ମୋତେ ଏସୀୟ ଅଲିମ୍ପିକ ଗେମ୍ସ ପାଇଁ ସହଜରେ ଭିଜା ଦେଇଥିଲେ। ବେଳେବେଳେ ଚାଇନାର ନୀତି ବୁଝାପଡୁ ନାହିଁ।
ଅରୁଣାଚଳ ଖେଳାଳିଙ୍କୁ ପ୍ରବେଶ ନ କରାଇ ନ ଦେବା ଦୁଃଖର ବିଷୟ। ଏହା ସମସ୍ୟା ସମାଧାନର ସଠିକ ରାସ୍ତା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ବିଶ୍ୱର ଏକ ସମସ୍ୟାବହୁଳ ଅଂଶରେ ଅଛି…’ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ କାହିଁକି କହିଥିଲେ ଏମିତି? ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୬: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସେର୍ଗିଓ ଗୋର୍‌ ଭାରତର ଭୌଗୋଳିକ ସ୍ଥିତି ଉପରେ ମତ ଦେଇଛନ୍ତି। ଆମେରିକାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଗୋର୍‌ ମନ୍ତବ୍ୟ…

ଚାଷ ଆରମ୍ଭରୁ ଚାଷୀଙ୍କୁ ସାର ସଙ୍କଟ: ମହଜୁଦ ସତ୍ତ୍ୱେ ଚାଷୀଙ୍କୁ ମିଳୁନି

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ସର୍ବାଧିକ ଧାନ ଉପତ୍ାଦନ ଯୋଗୁ ରାଜ୍ୟରେ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ, ଚାଷୀଙ୍କ ସମସ୍ୟା…

‘ଶାନ୍ତିର ଦୂତ’ ଭାବରେ ନିଜକୁ ଉପସ୍ଥାପନ କରୁଥିବା ପାକିସ୍ତାନକୁ ଭାରତ ଦେଖାଇବ ତା’ର ଅସଲ ସ୍ଥାନ!

ନୂଆଦିଲ୍ଲୀ/ଇସଲାମାବାଦ,୩୦।୬: ‘ଶାନ୍ତି ସ୍ଥାପନକାରୀ’ ହେବାର ଆଳ ଦେଖାଇ ପାକିସ୍ତାନର ଆତଙ୍କବାଦ ସମ୍ପର୍କରେ ଦ୍ୱୈତ ମାନଦଣ୍ଡର ଖେଳ ଆଉ କାମ କରିବ ନାହିଁ। ଭାରତ ବିଶ୍ୱ ସ୍ତରରେ ପଡ଼ୋଶୀ…

ଆଜି ସୋସିଆଲ ମିଡିଆ ଦିବସ, ସୋସିଆଲ ମିଡିଆ ଡିଜିଟାଲ ଯୁଗରେ ଅବିଚ୍ଛେଦ୍ୟ ଅଙ୍ଗ

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ୍‌,…

ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆଧାର ଲିଙ୍କ୍‌ ନ କଲେ ପେନ୍‌ସନ୍‌ ନାହିଁ

ଭୁବନେଶ୍ୱର,୩୦।୬(ସୁନିତ୍‌ ମିଶ୍ର): ୨୦୨୬-୨୭ରେ ‘ଏସ୍‌ଏନ୍‌ଏ-ସ୍ପର୍ଶ’ ପ୍ଲାଟଫର୍ମ ଜରିଆରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନ୍‌ଏସ୍‌ଏପି) ହିତାଧିକାରୀଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଉଛି। ପୋର୍ଟାଲର ରିପୋର୍ଟ ମୁତାବକ ୩,୩୫,୮୫୦ ଜଣ ହିତାଧିକାରୀ…

ମୋଦିଙ୍କ ନାମ ନେଇ ଭାରତକୁ ସିଧାସଳଖ ଧମକ ଦେଲା ପାକିସ୍ତାନ, କହିଲା ‘ହାତ କାଟିଦେବୁ’, ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୩୦।୬: ସିନ୍ଧୁ ଜଳ ଚୁକ୍ତି ବିବାଦ ସମ୍ପର୍କରେ ପାକିସ୍ତାନ ପୁଣି ଥରେ ଭାରତକୁ ଖାଲି ଧମକ ଦେଇଛି। ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ ମାଲିକ କହିଛନ୍ତି…

ଦ୍ରୁତ ଗତିରେ ଆଗକୁ ବଢୁଛି ମୌସୁମୀ: ଆଗାମୀ ୧୫ଘଣ୍ଟା ମଧ୍ୟରେ ୧୭ ରାଜ୍ୟରେ ପ୍ରବଳ ବର୍ଷା, ଜାରି ହେଲା ‘ମହା-ଆଲର୍ଟ’

ନୂଆଦିଲ୍ଲୀ,୩୦।୬: ପ୍ରବଳ ଗରମ ସହ ସଂଘର୍ଷ କରୁଥିବା ଦେଶବାସୀଙ୍କ ପାଇଁ ଏକ ଖୁସି ଖବର। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ପାଣିପାଗ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri