Odisha Elections 2024

କ୍ଷେତରେ ଦିଶୁନି ଧଣିଚା, ନଳିତା ଚାଷ

କେନ୍ଦ୍ରାପଡ଼ା,୨୩ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷିଭିତ୍ତିକ। ଏବେ ଖରିଫ ଧାନ ଚାଷ ହେଉଥିବା ବେଳେ ଏହି ସମୟରେ କ୍ଷେତରେ ଧଣିଚା ଓ ନଳିତା ଚାଷ ଦେଖିବାକୁ ମିଳୁଥିଲା। ତେବେ ଚଳିତ ବର୍ଷ କ୍ଷେତରେ ଏହି ଦୃଶ୍ୟ ଦେଖିବାକୁ ମିଳୁନାହିଁ। କେନ୍ଦ୍ରାପଡା ବ୍ଲକ ଅଧୀନ ଜଜାଙ୍ଗସ୍ଥ ଝୋଟ ଗବେଷଣା କେନ୍ଦ୍ର ଅସ୍ତିତ୍ୱ ହରାଇବାକୁ ବସିଛି। କୃଷି ବିଭାଗ ପକ୍ଷରୁ ଉପଯୁକ୍ତ ସମୟରେ ବିହନ ମିଳୁନାହିଁ। ସେହିପରି ବଜାରରୁ ମିଳୁଥିବା ମଞ୍ଜି ଚଢ଼ା ଦରରେ ମିଳୁଥିବା ବେଳେ ଅଧିକାଂଶ ବିହନ ଉତ୍ପାଦନକ୍ଷମ ନୁହେଁ ବୋଲି ଚାଷୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ ଜଜାଙ୍ଗ ଗ୍ରାମର ଚାଷୀ ହରିହର ବେହେରା କହିଛନ୍ତି, ଏହି ଜିଲା ଏକଦା ଝୋଟ ଉତ୍ପାଦନ  କ୍ଷେତ୍ରରେ ସୁନାମ ଆଣିଥିଲା। ଏପରିକି ଏହାର ପ୍ରଚାର, ପ୍ରସାର ସହିତ ଆର୍ଥିକ ସ୍ବାବଲମ୍ବିତା ପାଇଁ କେନ୍ଦ୍ରାପଡ଼ା ବ୍ଲକ ଜଜାଙ୍ଗଠାରେ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ଏଠାରେ ମଧ୍ୟ ନୂତନ ୩ ପ୍ରକାର ନଳିତା ମଞ୍ଜି ସୃଷ୍ଟି କରି ବୈଜ୍ଞାନିକମାନେ ଚାଷୀଙ୍କ ଅର୍ଥନୀତିକୁ ସଚଳ କରିଥିଲେ। ତେବେ ଏହି ଗବେଷଣା କେନ୍ଦ୍ର ଏବେ ନାମକୁ ମାତ୍ର ରହିଛି। ପ୍ଲାଷ୍ଟିକର ଚାହିଦା ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଚାଷୀ ନଳିତା ଚାଷ ପ୍ରତି ଆଗ୍ରହ ଦେଖାଉନାହାନ୍ତି । ଚଢ଼ା ଦରରେ ଖୋଲା ବଜାରରୁ ମଞ୍ଜି କ୍ରୟ ହେଉଥିବା ବେଳେ ଗତ ବର୍ଷ ତୁଳନାରେ ୯୦ ପ୍ରତିଶତ ଚାଷ କମିଛି ବୋଲି ଚାଷୀମାନେ ମତ ଦେଇଛନ୍ତି। ଏସମ୍ପର୍କରେ କୃଷକନେତା ବିଧୁଭୂଷଣ ମହାପାତ୍ର କୁହନ୍ତି, ୨୦୦୫ରେ କେନ୍ଦ୍ରାପଡ଼ା ଜିଲାର ମୋଟ ୨୧୫୨ ହେକ୍ଟର ଅଞ୍ଚଳରେ ଲଳିତା ଚାଷ ହୋଇଥିଲା। ଜଳବାୟୁ, ମୂର୍ତ୍ତିକା ଏହି ଚାଷ ପାଇଁ ଉପଯୁକ୍ତ ଥିବାରୁ ୨୦୧୦ରେ ଏହାର ପ୍ରସାର ହୋଇ ୮ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ କ୍ଷେତରେ ଚାଷ ହୋଇଥିଲା। ଏହାକୁ ଲକ୍ଷ୍ୟ କରି ସହର ନିକଟସ୍ଥ ଜଜାଙ୍ଗଠାରେ ୪୬ ଏକର ଜମିରେ ଝୋଟ ଗବେଷଣାଗାର ପ୍ରତିଷ୍ଠା ହୋଇଥିଲା। ବିଭିନ୍ନ କିସମର ବିହନ ସହଯୋଗରେ ଏହି ଲଳିତା ଚାଷ ୨୦୧୪ରେ ୧୪ ହଜାର ହେକ୍ଟରକୁ ବୃଦ୍ଧି ପାଇଥିବା ବେଳେ ଗତ ୫ ବର୍ଷ ଧରି ଏହି ଗବେଷଣା କେନ୍ଦ୍ରରୁ ବିହନ ବିକ୍ରି ବନ୍ଦ ହୋଇଯାଇଛି। ଜିଲା ପାଇଁ ପ୍ରତିବର୍ଷ ପ୍ରାୟ ୩୦ କୁଇଣ୍ଟାଲ ବିହନ ଆବଶ୍ୟକ ଥିବା ବେଳେ ୨୦୧୮ରେ ମାତ୍ର ୨ କୁଇଣ୍ଟାଲ ବିହନ ଯୋଗାଣ ହୋଇଛି। ଗତ ୪ ବର୍ଷ ଧରି ଗବେଷଣା କେନ୍ଦ୍ରର ବିକ୍ରୟ କେନ୍ଦ୍ରକୁ ବିହନ ଆସିବା ବନ୍ଦ ହୋଇଯାଇଛି। ପ୍ରାୟ ୯୦ ପ୍ରତିଶତ ଚାଷ ଜିଲାରେ କମିଛି ବୋଲି ସେ ପ୍ରକାଶ କରିଛନ୍ତି। ଡେରାବିଶର ହଳଧର ଦାଶ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ, ଖଣି ଅଥବା ବୃହତ୍‌ ମଧ୍ୟମ ଧରଣର ଉଦ୍ୟୋଗ ନାହିଁ। କୃଷି ହିଁ ଜିଲାବାସୀଙ୍କ ପାଇଁ ଏକମାତ୍ର ଅର୍ଥନୀତି ହୋଇଛି। ଏହି ଅର୍ଥକାରୀ ଫସଲ ଲଳିତା ଚାଷ ପ୍ରତି ସରକାରୀ ପ୍ରୋତ୍ସାହନ ଅଭାବ ଝୋଟ ଚାଷକୁ ବିମୁଖ କରୁଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ଲାଷ୍ଟିକ ଅଖା ପ୍ରଚଳନ ବନ୍ଦ କରାଯାଇ ଝୋଟ ବ୍ୟାଗକୁ ପ୍ରୋତ୍ସାହିତ କରାଯିବ। ଏହାସତ୍ତ୍ୱେ ସରକାରୀ ସହଯୋଗ ମିଳୁ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ୧୨ ଏକର ଜମିରେ ଲଳିତା ଚାଷ କରିଥିବା କେନ୍ଦ୍ରାପଡ଼ା ବ୍ଲକ କଂସାର ପଞ୍ଚାୟତର ନିରଞ୍ଜନ ପରିଡା କୁହନ୍ତି, କେନ୍ଦ୍ରାପଡ଼ାର ମାଟି ଲଳିତା ଚାଷ ପାଇଁ ଉପଯୁକ୍ତ। ଏହି ଚାଷ କରି କଲିକତାକୁ ଝୋଟ ପଠାଇବା ସହିତ ମିଠା ଓ ପିତା ଲଳିତା ବିକ୍ରି ହେଉଥିଲା। ଏଥିସହିତ ଦୀପାବଳିରେ କାଉଁରିଆ କାଠି ବିକ୍ରି କରାଯାଇ ହାତକୁ ବେଶ ଦୁଇ ପଇସା ଆସୁଥିଲା। ତେବେ କୃଷି ବିଭାଗର ଅପାରଗତା ଯୋଗୁ ଚଳିତ ବର୍ଷ ବିହନ ମିଳିବା ସମ୍ଭବ ହେଲାନାହିଁ। ଫଳରେ ଖୋଲା ବଜାରରୁ ଆଣିଥିବା ବିହନରୁ ଉପଯୁକ୍ତ ଅମଳ ମିଳିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ପାରିପଙ୍ଗରାର ସରସ୍ବତୀ ସାମଲ କୁହନ୍ତି, ଝୋଟକୁ ବ୍ୟବହାର କରି ଏକ କୁଟୀର ଶିଳ୍ପ ଅଛି। ସ୍ବୟଂ ସହାୟକ ଗୋଷ୍ଠୀର ୬୦ରୁ ଊର୍ଦ୍ଧ୍ୱ ମହିଳା ଏହାକୁ ପରିଚାଳନା କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଝୋଟ ନ ଥିବାରୁ ବାହାର ଜିଲାରୁ ଏହାକୁ କ୍ରୟ କରିବାକୁ ପଡୁଛି। ଝୋଟ ତିଆରି ସାମଗ୍ରୀ ପ୍ରତିଦ୍ୱନ୍ଦୀ ବଜାରରେ ସୁଲଭ ମୂଲ୍ୟରେ ଯୋଗାଇ ଦେଇ ପାରୁନାହୁଁ।  ଗୋଷ୍ଠୀ ଉତ୍ପାଦର ଲାଭାଂଶ କମିଯାଉଛି ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ: ଏଥିରେ ରହିଛି ବଡ଼ ପ୍ରତିଶ୍ରୁତି

ମୋରଡ଼ା,୨୦ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ପାଣିପାଗରେ ଉଷ୍ମତା ଦେଖିବାକୁ ମିଳିଛ। ପ୍ରମୁଖ ରାଜନୈତିକ ଦଳ ଭାଜପା,...

ଭୁଜାଲି ମାଡ଼ରେ ଜଣଙ୍କ ଜୀବନ ଗଲା

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ସ୍ପଷ୍ଟ ଦିବାଲୋକରେ ଏକ ହତ୍ୟାକାଣ୍ଡ ଘଟିଛି। ଭୁଜାଲି ମାଡ଼ରେ ଜଣେ ଲୋକଙ୍କ ମୃତ୍ୟୁ...

୩ ପ୍ରମୁଖ ଦଳ ମଧ୍ୟରେ ହେବ କଡ଼ା ଟକ୍କର

ପରଜଙ୍ଗ,୨୦ା୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୧୯ ନିର୍ବାଚନରେ ଅଳ୍ପକେ ବିଜୟ ପାଇଥିଲା ବିଜେଡି। ଭାଜପା ଏଠାରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଥିଲା। ହେଲେ...

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ

ଛତ୍ରପୁର,୨୦ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକ ସଭା ଅଧୀନ ତଥା...

ମାଓବାଦୀ-ଯବାନ ଗୁଳିବିନିମୟ: ଯବାନ ଗୁରୁତର

ନୂଆପଡ଼ା,୨୦।୫,(ମକାରୁ ବେମାଲ): ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri