ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବେ ଯାତ୍ରା କଳାକାର

ଭୁବନେଶ୍ୱର,୨୨।୨ (ବ୍ୟୁରୋ): ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବାକୁ ସୋମବାରଠାରୁ ଆନ୍ଦୋଳନକୁ ଓହ୍ଲାଇବେ ଯାତ୍ରା କଳାକାର। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ। ଏଥିସହ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ। ଏଥିରେ ବିଭିନ୍ନ ବର୍ଗର କଳାକାର ସାମିଲ ହେବେ ବୋଲି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଚେତାବନୀ ଦେଇଛି।
ରବିବାର ସାମ୍ବାଦିକ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ କର୍ମକର୍ତ୍ତାମାନେ ଯାତ୍ରା କଳାକାରଙ୍କ ଦୁଃଖ ବଖାଣିବା ସହ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି, ଦୀର୍ଘ ୧୧ମାସର କୋଭିଡ୍‌ କଟକଣା କାରଣରୁ କୌଣସି ଯାତ୍ରା ପରିବେଷଣ କରାଯାଉନାହିଁ। ଫଳରେ ଓଡ଼ିଶା ଯାତ୍ରା କଳାକାର ଓ ସେମାନଙ୍କ ପରିବାରର ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। ଅନେକ କଳାକାର ବାଧ୍ୟହୋଇ ଦାଦନ ଖଟିବାକୁ ଚାଲି ଯାଇଥିବାବେଳେ ଶହ ଶହ କଳାକାର ବାହାର ରାଜ୍ୟରେ ଡ୍ୟାନ୍ସ କରିବାକୁ ଯାଇ ସେଠାରେ ନିଜ ପିଲା ପରିବାର ସହିତ ବନ୍ଧା ପଡ଼ି ନିର୍ଯାତନାର ଶିକାର ହେଉଛନ୍ତି। ପୁଣି କେତେଜଣ କଳାକାର ରୋଗଗ୍ରସ୍ତ ହୋଇ ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନ ପାରି ମୃତ୍ୟୁବରଣ ମଧ୍ୟ କରିଛନ୍ତି। ତେବେ ରାଜ୍ୟ ସରକାର ଫେବୃୟାରୀ ମାସ କୋଭିଡ୍‌ ଗାଇଡ୍‌ ଲାଇନରେ ୫ଶହ ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦେଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ବାଧକ ସାଜିଛି। ୫ଶହ ଲୋକ ଏକାଠି ହେଲେ ଆଇନଶୃଙ୍ଖଳା ବ୍ୟାହତ ହେବ କହି ଏହାକୁ ଏଡାଇ ଯାଉଛନ୍ତି। ଯାତ୍ରା ବନ୍ଦ ଯୋଗୁ ହଜାର ହଜାର କଳାକାରଙ୍କ ପାଇଁ ମରିବା ବଞ୍ଚତ୍ବା ସମାନ ହୋଇଯାଇଛି। ସମସ୍ତଙ୍କ ପାଇଁ କରୋନା କଟକଣା କୋହଳ କରି ଦିଆଯାଇଥିବାବେଳେ ଯାତ୍ରା କଳାକାରଙ୍କୁ ଅନୁମତି ନ ଦେଇ ଅବିଚାର କରାଯାଉଛି ବୋଲି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ୨ହଜାର ଦର୍ଶକରେ ସବୁ ବର୍ଗର କଳା ପରିବେଷଣ କରିବାକୁ ଅନୁମତି ପ୍ରଦାନ କରିବାକୁ ସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri