ଲାଠିରେ ବ୍ୟାପିଲା ଝାଡ଼ାବାନ୍ତି

ବ୍ରହ୍ମପୁର ଅଫିସ,୯।୧୦:ଗଞ୍ଜାମ ଜିଲାରେ ଗତ କିଛିମାସ ହେଲା ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଠି ଗ୍ରାମରେ ଗତ ୧ ତାରିଖଠାରୁ ଝାଡ଼ାବାନ୍ତି ବ୍ୟାପିଛି । ୩୭ଜଣ ଶିଶୁ, ମହିଳା ଓ ବୃଦ୍ଧ ଏବେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ତରଫରୁ ଗାଁକୁ ଯୋଗାଣ ହେଉଥିବା ପାଇପ୍‌ ପାଣି ବ୍ୟବହାର ପରେ ବହୁ ଗ୍ରାମବାସୀ ଆକ୍ରାନ୍ତ ହୋଇଥିଲେ। ସେଠାକାର ପରିସ୍ଥିତି ଜଟିଳ ହେବାରୁ ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଲାଠି ଗଁାରେ ପହଞ୍ଚି ରୋଗୀଙ୍କ ଚିକିତ୍ସା କରିଛନ୍ତି। ଏହା ସହିତ ଗଁାକୁ ପାଇପ୍‌ ଜଳ ଯୋଗାଣ ବନ୍ଦ କରାଯାଇଥିବା ଏଡିଏମ୍‌ଓ ଡା. ଆର୍‌. ଜଗଦୀଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହାସହିତ କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ବ୍ଲକରେ କାମ କରୁଥିବା ସମସ୍ତ ସ୍ବାସ୍ଥ୍ୟ ଟିମ୍‌ ୨୪ ଘଣ୍ଟିଆ ଆଲର୍ଟ ରହିବାକୁ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଦିଗପହଣ୍ଡି ବ୍ଲକ ଭୀଷ୍ମଗିରିରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଥିବା ଖବର ଆସିବା ପରେ ସେଠାକୁ ଏକ ଟିମ୍‌ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଡା. ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରାୟ ୧୧ଜଣ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ଲାଠି ଗାଁର କିଛି ଲୋକ ଗତ ୧ ତାରିଖରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଗାଁର ବିଭିନ୍ନ ସାହିକୁ ଝାଡ଼ାବାନ୍ତି ବ୍ୟାପିଥିଲା। ପ୍ରତିଦିନ କିଛି କିଛି ଲୋକ ଝାଡ଼ାବାନ୍ତି ସମସ୍ୟା ନେଇ ଲାଠି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମା ଶଙ୍କର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ଲାଠି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ରୋଗୀଙ୍କ ଚିକିତ୍ସା କରିଥିଲା। ଲାଠି ସ୍ବାସ୍ଥ୍ୟକେନ୍ଦ୍ରରେ କୁକୁଡ଼ାଖଣ୍ଡି ବ୍ଲକର ମେଡିକାଲ ଟିମ୍‌ ରହିଛନ୍ତି। ଗତ ୧ତାରିଖରୁ ଏଯାବତ ୩୭ ଜଣ ଆକ୍ରାନ୍ତ ହୋଇଥିବା ଡା. ପଟ୍ଟନାୟକ କହିଛନ୍ତି। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଦୁଇଜଣ ଲାଠି ସ୍ବାସ୍ଥ୍ୟକେନ୍ଦ୍ର ଡାଇରିଆ ୱାର୍ଡରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ପକ୍ଷରୁ ଲାଠି ଗାଁର ବିଭିନ୍ନ ଘରକୁ ପାଇପ୍‌ ଯୋଗେ ପାଣି ଯୋଗାଣ ହେଉଛି। ବିଭିନ୍ନ ସ୍ଥାନରେ ପାଇପ୍‌ ଫାଟିବାରୁ ପାଣି ପ୍ରଦୂଷିତ ହେଉଛି। ସେହି ପାଣି ବ୍ୟବହାର କରିବା ଦ୍ୱାରା ଝାଡ଼ାବାନ୍ତି ବ୍ୟାପିଥିବା ଡା. ପଟ୍ଟନାୟକ କହିଛନ୍ତି। ଲୋକମାନେ ଏ ଦିଗରେ ଅଧିକ ସଚେତନ ରହିବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଉଛି ବୋଲି ଲାଠି ସରପଞ୍ଚ ରାଧାମୋହନ ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରପୁରରେ ଅଗ୍ନିକାଣ୍ଡ: ୨ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ ଅଫିସ/ତିହିଡ଼,୧୩।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କୋହ୍ଲ ପଞ୍ଚାୟତ ଅମରପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ ଗୋରୁ ଜୀବନ୍ତ...

ବାଇପାସ୍‌ ରାସ୍ତାରେ ଲୁଟୁଛନ୍ତି ଲୁଟେରା

ବୈପାରିଗୁଡ଼ା,୧୯।୧୦(ଡି.ଏନ୍‌.ଏ.): କୋରାପୁଟ ଜିଲାର ବୈପାରିଗୁଡ଼ା-ଜୟପୁର ବାଇପାସ୍‌ ରାସ୍ତା ଏବେ ଲୁଟେରାଙ୍କ କବଳରେ ରହିଛି। ସନ୍ଧ୍ୟା ହେଲେ ରାସ୍ତାକଡ଼ରେ ବିଭିନ୍ନ ମାରଣାସ୍ତ୍ର ଧରି ଲୁଚି ରହୁଛନ୍ତି ଲୁଟେରା...

କନ୍ଧମାଳ ୧୦ ଦିନ ଲକ୍‌ଡାଉନ୍‌: ଜାଣନ୍ତୁ..

ଫୁଲବାଣୀ ଅଫିସ,୨୮।୭: କନ୍ଧମାଳ ଜିଲାକୁ ୧୦ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ୨୯ ତାରିଖ ସକାଳ ୫ଟାରୁ ୭ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯିବାକୁ...

ଆଇଆଇସିଙ୍କ ଥାର୍ଡ ଡିଗ୍ରୀ ଘଟଣା ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା କୁଡୁମୀ ସେନା

ପାଟଣା,୨୦।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନାରେ ଜଣେ ଅଭିଯୁକ୍ତଙ୍କୁ ଥାନାଧିକାରୀ ଥାନା ଭିତରେ ଥାର୍ଡ ଡିଗ୍ରୀ କରୁଥିବାର ଭିଡିଓ ସୋମବାର ଭାଇରାଲ ହେବା ସହ ଜିଲାରେ ଚର୍ଚ୍ଚାର...

ତୃଷାର୍ତ୍ତ ପକ୍ଷୀଙ୍କ ସେବାରେ କିନ୍ନର ଚିନ୍ମୟୀ

ଛେଣ୍ଡିପଦା, ୪।୪(ସ୍ବ.ପ୍ର.)- ଆତଙ୍କର ଅନ୍ୟନାମ ପାଲଟିଛି କରୋନା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶ ଏବେ ଲକଡ଼ାଉନରେ। ଏହାପରେ ଅସ୍ୱାଭାବିକ ହୋଇପଡିଛି ଜୀବନଯାତ୍ରା। ଗରିବ,...

ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାକୁ ଅଣଦେଖା

କେନ୍ଦୁଝର,୨୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଉପାନ୍ତ ଯୋଡ଼ା-ବଡ଼ବିଲ ଖଣି ଅଞ୍ଚଳରେ ଓଡ଼ିଆ ଭାଷାକୁ ଅଣଦେଖା କରାଯାଉଛି। ସରକାରଙ୍କ ତାଗିଦା ସତ୍ତ୍ୱେ ଓଡ଼ିଆରେ ନାମଫଳକ ବା ସୂଚନା ଫଳକ...

ଜଣେ କ୍ୟାଡର ମାଓବାଦୀ ଅଟକ

ବଲାଙ୍ଗୀର ଅଫିସ,୧୯ା୭: ବୌଦ୍ଧ-କନ୍ଧମାଳ ସୀମାନ୍ତ ଗୁଡ଼ଭେଲାରୁ ସୋମବାର ଜଣେ କ୍ୟାଡର ମାଓବାଦୀ ଅଟକ ରଖାଯାଇଥିବା ଜଣାପଡ଼ିଛି। ଖପ୍ରାପୋଲ ଯାଉଥିବା ସମୟରେ ବଲାଙ୍ଗୀର ପୋଲିସ ଦ୍ୱାରା କେକେବିଏନ୍‌ର...

ଜିଲା ପ୍ରଶାସନର ନୂଆ ନିୟମ: ଦିନେ ଛାଡି ଦିନେ ଖୋଲିବ ଏହି ସବୁ ଦୋକାନ; ଜାଣନ୍ତୁ କେଉଁ କାଟାଗୋରୀରେ କିଏ

କୋରୁକୋଣ୍ଡା,୧୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପ୍ରଶାସନ ତରଫରୁ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସହରରେ ସମସ୍ତ ଦୋକାନ ଖୋଲିବା ନେଇ ନୋଟିସ ଜାରି ହୋଇଛି। ତେବେ କେଉଁ କେଉଁ...

Advertisement
Archives

Model This Week