କୃତ୍ରିମ ବୁଦ୍ଧିମତ୍ତା ଓ ନିଯୁକ୍ତି ସଙ୍କଟ

ରୁଦ୍ର ପ୍ରସନ୍ନ ରଥ

 

୨୦୨୩ରେ ସାରା ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ)କୁ ନେଇ ଏକ ବଡ଼ ଧରଣର ଆନ୍ଦୋଳନ ସାଧାରଣ ଜନତାଙ୍କ ଦୃଷ୍ଟି ଆଢୁଆଳରେ ବେଶ୍‌ ଜୋର୍‌ସୋରରେ ଚାଲିଛି। କୃତ୍ରିମ ବୁଦ୍ଧିମତ୍ତା କ’ଣ ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାର ଆବଶ୍ୟକତା କ’ଣ ଏହାକୁ ତଥାପି ସାଧାରଣ ଲୋକ ଏଯାଏ ବୁଝିପାରି ନ ଥିବେ। ସିଧାସଳଖ କହିବାକୁ ଗଲେ କୃତ୍ରିମ ବୁଦ୍ଧିମତା ହେଉଛି ଏପରି ଏକ ବ୍ୟବସ୍ଥା ଯାହା କମ୍ପ୍ୟୁଟର ମାଧ୍ୟମରେ ତଥ୍ୟର ଅନୁଶୀଳନ ଏବଂ ବିଶ୍ଲେଷଣ କରି ଏପରି ଏକ ନୂଆ ବ୍ୟବସ୍ଥା ତିଆରିକରେ ଯାହା ମଣିଷର ପରିବର୍ଦ୍ଧିତ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ। ଇଣ୍ଟରନେଟ୍‌ ଥିବା ଲକ୍ଷ ଲକ୍ଷ ୱେବ୍‌ସାଇଟ୍‌ରୁ ନିମିଷକ ମଧ୍ୟରେ ତଥ୍ୟ ସଂଗ୍ରହକରି ଏହାର ସାରାଂଶକୁ ଆପଣଙ୍କ ଆଗରେ ଥୋଇବାକୁ ସକ୍ଷମ। ପୁଣି ଏହି କୃତ୍ରିମ ବୁଦ୍ଧିମତ୍ତାକୁ ଆଧାରକରି ତିଆରି ହେଉଥିବା ଚାଟ୍‌ ବଟ୍‌ ବା ଚାଟ୍‌ ଜିପିଟି ଏତେ ତ୍ୱରିତ ବେଗରେ କାମ କରୁଛି ଯେ ଏହା ଲୋକଙ୍କର ଜୀବିକା ପାଇଁ ସଙ୍କଟ ସୃଷ୍ଟି କଲାଣି। ଏହା ଲୋକଙ୍କର ଜୀବିକାକୁ କିପରି ପ୍ରଭାବିତ କରିବାର କ୍ଷମତା ରଖିଛି ତାହା ଗୋଟିଏ ଛୋଟିଆ ଉଦାହରଣ ଦ୍ୱାରା ବୁଝିହେବ।
କୌଣସି ଗୋଟିଏ କମ୍ପାନୀ ନିଜ ଉପତ୍ାଦର ବିଜ୍ଞାପନ ଖବରକାଗଜରେ ଦେବା ପାଇଁ ଚାହଁିଲା। ଏଥିପାଇଁ ପ୍ରଥମେ କ’ଣ ଲେଖାଯିବ ତାହା ସ୍ଥିର କରାଯିବ, ପୁଣି ଏଥିରେ କେଉଁ ଫଟୋ ବ୍ୟବହାର ହେବ ତାହା ବି ସ୍ଥିର କରିବାକୁ ପଡ଼ିବ। ଆଗ ଫଟୋ ଉଠାହେବ ଏବଂ ତାହା ପରେ ଫଟୋ ଅନୁଯାୟୀ ପାଠ ଲେଖାହେବ। ପୁଣି ଏକାଧିକ ଭାଷାରେ ଏହି ବିଜ୍ଞାପନଟିକୁ ତିଆରି କରିବାକୁ ହେଲେ ଆପଣକୁ ବହୁଭାଷା ଜାଣିଥିବା ଲୋକ ଖୋଜିବାକୁ ପଡ଼ିବ। ମୋଟ ଉପରେ ଏହିପରି ଗୋଟିଏ ବିଜ୍ଞାପନ ତିଆରି କରିବାକୁ ଏକାଧିକ ଲୋକ କିଛି ଘଣ୍ଟାର ସମୟ ନେବେ। ପୁଣି ଯଦି ତିଆରି ବେଳେ ସେ ବିଜ୍ଞାପନରେ ତ୍ରୁଟି ରହିଲା ତେବେ ଏହାକୁ ବଦଳାଇବାକୁ ସେହି ବ୍ୟକ୍ତିମାନେ ରାଜି ହୋଇ ନ ପାରନ୍ତି। ଏପରି କ୍ଷେତ୍ରରେ ଆପଣ ଯଦି ମୁଖ୍ୟ ପରିଚାଳକ ଏହି ବିଜ୍ଞାପନଟିକୁ କରି ଛପାଇବାକୁ ହେଲେ ଆପଣଙ୍କୁ ନାକେଦମ୍‌ ହେବାକୁ ପଡ଼ିବ। ଏପରି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ବିଶିଷ୍ଟ ସଫ୍ଟୱେର କିମ୍ବା ଆପ୍‌ ବ୍ୟବହାରକରି ଆପଣ ଏହି କାମକୁ ମାତ୍ର କେଇ ମିନିଟ୍‌ ଭିତରେ କରିଦେବେ। ଆପଣ କ’ଣ କରିବାକୁ ଚାହଁୁଛନ୍ତି ତାହା ସ୍ପଷ୍ଟକଲେ କୃତ୍ରିମ ବୁଦ୍ଧିମତ୍ତା ବଳରେ ବଳୀୟାନ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ଏହି କାମ ମାତ୍ର କେଇ ମିନିଟ୍‌ରେ କରିଦେବେ। କେବଳ ଏହି ଗୋଟିଏ କାମ ନୁହେଁ, ବରଂ ଏହି ବିଜ୍ଞାପନକୁ ଆପଣ ଯେତେ ପ୍ରକାର ସମ୍ଭବ ଆପଣ ଅଦଳବଦଳ କରି ତିଆରି କରିପାରିବେ ଏବଂ ଏଥିପାଇଁ ସେହି ଆପ୍‌ ବା ସଫ୍ଟୱେର ବ୍ୟସ୍ତ ହେବ ନାହିଁ। ଏବେ ଆପଣ ନିଜର କର୍ମଚାରୀଙ୍କ ଉପରେ ବିରକ୍ତି ପ୍ରକାଶକରି ସେମାନଙ୍କୁ ଚାକିରିରୁ ବିଦା କରି ସମ୍ପୂର୍ଣ୍ଣରୂପେ କୃତ୍ରିମ ବୁଦ୍ଧିମତ୍ତା ଉପରେ ଭରସା କରିବା ବେଶ୍‌ ସମୀଚୀନ।
ଠିକ୍‌ ଏହିପରି ଘଟଣା ଆଗକୁ ଘଟିବାକୁ ଯାଉଛି। କୃତ୍ରିମ ବୁଦ୍ଧିମତ୍ତାର ବ୍ୟାପକ ବଜାର ପ୍ରବେଶ ଫଳରେ ଏବେ ହଜାର ହଜାର ଲୋକ ନିଜର ଜୀବିକା ହରାଇବାକୁ ଯାଉଛନ୍ତି। ନିବେଶ ଫାର୍ମ ଗୋଲ୍ଡମ୍ୟାନ୍‌ ସାଚ୍‌ ରିପୋର୍ଟ ଅନୁଯାୟୀ ଆଗାମୀ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱରେ ପ୍ରାୟ ୩୦ କୋଟି ଚାକିରି ପ୍ରଭାବିତ ହେବ। ଶିକ୍ଷକତା, ଲେଖକ, ପରିଚାଳକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଅନେକ ଲୋକ ଏଥିରେ ପ୍ରଭାବିତ ହେବେ। ମୋଟ୍‌ ଉପରେ ଲୋକ ସିଧାସଳଖ କାମ ଏବଂ ଜ୍ଞାନ କୃତ୍ରିମ ବୁଦ୍ଧିମତ୍ତା ବିଶିଷ୍ଟ ଆପ୍‌ କିମ୍ବା ସଫ୍ଟୱେରଠାରୁ ହାସଲ କରିନେବେ ଏବଂ ଏଥିପାଇଁ ଆଉ ମାଧ୍ୟମର ଆବଶ୍ୟକତା ରହିବ ନାହିଁ। ସାରା ବିଶ୍ୱରେ ମୋଟାମୋଟି ୯୫% ଚାକିରି କୌଣସି ନା କୌଣସି ଉପାୟରେ ପ୍ରଭାବିତ ହେବ। ଏଥିପାଇଁ ଏବେ ସାରା ପୃଥିବୀରେ କୋକୁଆ ଭୟ ଖେଳିଯାଇଛି। ଆଇଟି ପରି କ୍ଷେତ୍ରରେ କାମ କରୁଥିବା ଲୋକ ଯେଉଁମାନେ କୋଡିଂ ଇତ୍ୟାଦି କରନ୍ତି ସେମାନଙ୍କ କ୍ଷେତ୍ରରେ ବ୍ୟାପକ ଛଟେଇ ଦେଖାଦେଉଛି। ମୋଟ ଉପରେ ଆଗାମୀ ୬ମାସ ପରେ ନିଯୁକ୍ତି କ୍ଷେତ୍ର ସଙ୍କୁଚିତ ହେବ ଏବଂ ସାରା ଦୁନିଆକୁ ଏଆଇ କବଳିତ କରିବ ବୋଲି ଜଳଜଳ ଦେଖାଦେଲାଣି।
ତେବେ ଦୁର୍ଯ୍ୟୋଗ ଯେଉଁଠି ସୁଯୋଗ ବି ସେଇଠି ଥାଏ। କୁହାଯାଉଛି ଯେଉଁମାନେ ଏଆଇ ସମ୍ପର୍କିତ ବିଷୟବସ୍ତୁ ଉପରେ ତାଲିମ ପାଇଥିବେ ସେମାନେ ଏଆଇର ସହାୟତାରେ ଏଆଇକୁ ହରାଇପାରିବେ। ଘୋଡ଼ା କିମ୍ବା ହାତୀ ମଣିଷଠୁ ଶକ୍ତିଶାଳୀ ହେଲେ ବି ସେମାନଙ୍କୁ କାଇଦାରେ ରଖିବାକୁ ତାଲିମ ପାଇଥିବା ମଣିଷ ଆଗରେ ସେମାନେ ବୋଲମାନି ରହିବାକୁ ବାଧ୍ୟ ହୁଅନ୍ତି। ସେହିପରି ଏବେଠୁ ଯେଉଁମାନେ ଏଆଇକୁ ନେଇ ଭୟଭୀତ ସେମାନେ ଯଦି ସେନେଇ ତାଲିମ ନେବେ ଏବଂ ଦ୍ରୁତଭାବେ ପରିବର୍ତ୍ତନଶୀଳ ପୃଥିବୀରେ ନିଜକୁ ଆଗରେ ରଖିପାରିବେ ତେବେ ସେମାନେ ଏ ଯୁଦ୍ଧରେ ବିଜୟଲାଭ କରିପାରିବେ।
କୁହାଯାଏ, ମଣିଷର ମସ୍ତିଷ୍କର କ୍ଷମତାକୁ ଆହ୍ବାନ କଲା ପରି କୌଣସି ଶକ୍ତି ଏଯାଏ ଆତ୍ମପ୍ରକାଶ କରିପାରିନାହିଁ। ଏଆଇକୁ କୌଣସି ପ୍ରସଙ୍ଗରେ ନିର୍ଦ୍ଦେଶ ଦେବା, ସେଥିରୁ ତଥ୍ୟ ବାହାର କରିବା ଏବଂ ତଥ୍ୟର ଉପଯୋଗକରି ମାନବ କଲ୍ୟାଣ ପାଇଁ ନୂଆ ନୂଆ ଯୋଜନା କରିବା ନିମନ୍ତେ ଶେଷରେ ମଣିଷର ମସ୍ତିଷ୍କଟିଏ ଦରକାର। ଏଣୁ ଯେଉଁମାନେ ଏବେ ବି ମଣିଷ ସମାଜ ପାଇଁ ଚିନ୍ତା କରନ୍ତି, ଯୋଜନା କରନ୍ତି ଏବଂ ନିଜର ଜୀବନକୁ ସେଦିଗରେ ସମର୍ପିତ ବୋଲି ଭାବନ୍ତି ସେମାନଙ୍କୁ ଏବେ ଏଆଇ କର୍ମକ୍ଷେତ୍ରରୁ ହଟାଇ ପାରିବନାହିଁ। ଏଠାରେ କମ୍ପ୍ୟୁଟରର ଉଦାହରଣ ଅନେକେ ଦେଇପାରନ୍ତି ଯେ କମ୍ପ୍ୟୁଟରର ଆବିର୍ଭାବ ପରେ ଭାରତବର୍ଷରେ ଲୋକଙ୍କର ଚାକିରି ଗଲାନାହିଁ। ମାତ୍ର ଅନେକ ନୂତନ ଚାକିରି ସୃଷ୍ଟି ହେଲା। ଏଣୁ ଏଆଇ ଆସିବା ପରେ ବି ସମାନ କଥା ଘଟିବ। କିନ୍ତୁ ପ୍ରକୃତ କଥା ହେଉଛି, କମ୍ପ୍ୟୁଟର କ୍ରମ ବିବର୍ତ୍ତନ ପ୍ରଥମ କିଛି ବର୍ଷ ଧରି ବେଶ୍‌ ଧୀର ଥିଲା ଏବଂ ଭାରତ ବର୍ଷ ଏହାକୁ ବହୁ ବିଳମ୍ବରେ ଗ୍ରହଣ କରିଥିଲା। ଏଣୁ ଆମ ଦେଶରେ ଆଜି କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ର ପ୍ରଚଳନ ଅନେକ ଜାଗାରେ ହୋଇପାରିନାହିଁ। ଅପରପକ୍ଷରେ ଦୁବାଇ ଏବଂ ଜାପାନ ଭଳି ଦେଶରେ ସବୁ କାମ କମ୍ପ୍ୟୁଟରରେ ହେଉଛି। ସେମାନଙ୍କର କର୍ମଦକ୍ଷତା ଆମ ଦେଶ ତୁଳନାରେ କାହିଁ କେତେ ଆଗରେ। ତେବେ ଏଆଇର ବିବର୍ତ୍ତନ ବେଶ୍‌ ଦ୍ରୁତ ଏବଂ ଏହା ଖୁବ୍‌ ଦ୍ରୁତ ଗତିରେ ବ୍ୟାପୁଛି। ଏହାକୁ ନଜର ନ ଦେଲେ ଭାରତ ବିଶ୍ୱ ମାନଚିତ୍ରରେ ପଛରେ ରହିଯିବେ।
ଏହି ପରିପ୍ରେକ୍ଷୀରେ ଗୋଟିଏ କଥା ଶେଷକଥା ଭାବେ କୁହାଯାଇପାରେ। ପ୍ରତି ପରିବର୍ତ୍ତନ ସମାଜ ଏବଂ ବ୍ୟବସ୍ଥା ଉପରେ ପ୍ରଭାବ ପକାଏ। ଏହି ପରିବର୍ତ୍ତନର ଆହ୍ବାନକୁ ସ୍ବୀକାର କରି ଏଥିରେ ସାମିଲ ହୋଇ ନିଜକୁ ପ୍ରସ୍ତୁତ କରିବା ହିଁ ଆମ ସମସ୍ତଙ୍କ ପାଇଁ ବେଶ୍‌ ଉପଯୋଗୀ ହେବ। ଯଦି ଏଆଇର କ୍ଷମତା ଏବଂ ଦକ୍ଷତାକୁ ନଜର ଅନ୍ଦାଜ କରି ଆମେ ନିଜକୁ ପ୍ରସ୍ତୁତ ନ କରିବା ତେବେ ଆଗାମୀ ଦିନରେ ଆମ ଚାକିରି କେବଳ ଆମ ପାଇଁ ହିଁ ଯିବ। ତେବେ ଏବେଠୁ ନିଜକୁ ପ୍ରସ୍ତୁତ କରିନେବାର ସମୟ ଆସି ପହଞ୍ଚିଛି।
ଧବଳଗିରି, ଯାଜପୁର ରୋଡ୍‌
ମୋ- ୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?