Posted inଫୁରସତ

କଳାକୃତି ଦେଇଛି ରୋଜଗାର

କୌଣସି ଉତ୍ସବ ହେଉ କିମ୍ବା ମାଙ୍ଗଳିକ କାଯର୍‌ୟକ୍ରମ ଅବସରରେ ଯଦି ଭୋଜିଭାତର ଆୟୋଜନ ହୁଏ ତେବେ ସାଲାଡ ତ ଯେମିତି ବି ହେଉ ହୁଏ । ଏଥିରେ ବିଶେଷକରି କାକୁଡ଼ି, ଗାଜର, ଟମାଟୋ ଓ ପିଆଜ ଆଦି ପନିପରିବାର ବ୍ୟବହାର ହୋଇଥାଏ। କିନ୍ତୁ ଏହିସବୁ ପରିବା ଓ ଫଳକୁ ନେଇ ହେଉଥିବା କଳାକୃତୀ ଏବେ ଭୋଜିର ଅନ୍ୟତମ ଆକର୍ଷଣ ପାଲଟୁଛି।ତା’ସହ ରହୁଛି ବରଫର କାରିଗରୀ। ଏମିତି କଳାକୃତିକୁ ଯେ କେହି ଦେଖିଲେ ଟିକେ ଅଟକିଯିବେ । ହେଲେ ଏମିତି ପନିପରିବା ଓ ବରଫରେ ଖୋଦେଇ କଳାକୃତି ୨୦ବର୍ଷ ଧରି ତିଆରି କରିଆସୁଛନ୍ତି ଜଣେ ଯୁବକ। ସେ ହେଲେ ପ୍ରେମାନନ୍ଦ ବାରିକ ।

ଘର ଖୋର୍ଦ୍ଧା ଜିଲାର ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବେଣୁପୁର ଗାଁରେ। ସେ କୁହନ୍ତି,ଏହି ପନିପରିବା କାର୍ଭିଂ କଳାକୃତି ତିଆରି ପାଇଁ କୌଣସି ଆର୍ଟ କଲେଜରେ ପାଠ ପଢ଼ିନାହିଁ କି କେଉଁଠି ଟ୍ରେନିଂ ନେଇନାହିଁ । ମାଟ୍ରିକ ପାସ୍‌ ପରେ ଗାଁରୁ ଭୁବନେଶ୍ୱରକୁ ଆସିଥିଲି। ଏଠାକାର ଏକ ହୋଟେଲରେ ଦେଖିଲି ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ବରଫ କାଭିର୍ଂ , ଭେଜିଟେବୁଲ କାଭିର୍ଂ ରେ ସୁନ୍ଦରସୁନ୍ଦର କଳାକୃତି ତିଆରି କରୁଥିଲେ। ଏଥିରେ ପ୍ରଭାବିତ ହେଲି। ଏହାପରେ ମନେମନେ ଚିନ୍ତାକଲି ଏମିତି କଳାକୃତିକୁ କିପରି କରିପାରିବି। ଏଥିପାଇଁ ୧୯୯୫ରୁ ବିଭିନ୍ନ ପରିବାକୁ କାଟି ଏହି ଅଭ୍ୟାସ ଜାରି ରଖିତ୍ଲି। କାଭିର୍ଂକାମକୁ ଭଲରେ କରିପାରୁଥିବାରୁ ଦିଲ୍ଲୀ ଯାଇ ପ୍ରାୟ ୫ବର୍ଷ ରହିଥିଲି । ଦିଲ୍ଲୀର ଏକ ବଡ଼ ହୋଟେଲରେ ସାଲାଡ ଡେକୋରେଶନ କାର୍ଯ୍ୟ କଲି।

ଅବଶ୍ୟ ବିଶାଖାପାଟଣାରେ ୨୦୦୧ରେ ଖ୍ରୀଷ୍ଟମାସ ସ୍ୟାଣ୍ଡ ଆର୍ଟ ଓ ଆବାସ କାର୍ଭିଂ କରିଥିଲି। ଏମିତିରେ ଦେଶର ବିଭିନ୍ନ ସହରରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଏହି କାର୍ଭିଂ ପ୍ରୋଗ୍ରାମ କରି ସାରିଲିଣି। ତେବେ କାର୍ଭିଂ ଡିଜାଇନ୍‌ ଅନୁସାରେ ପ୍ରଥମେ ବଡ଼ବଡ଼ ପନିପରିବାକୁ ଆଣିବାକୁ ପଡ଼ିଥାଏ। ତାପରେ ଡିଜାଇନ୍‌କୁ ନଜର ରଖି ପନିପରିବାର ଚୋପା କିମ୍ବା ଉପରଭାଗରେ ହାଲୁକାରେ ସ୍କେଚ୍‌ରେ ବିଭିନ୍ନ ଆକୃତିର ଚିତ୍ର କରାଯାଇ ଥାଏ। ତାପରେ ଛୁରିରେ କଟାଯାଇ ଡିଜାଇନ ଅନୁସାରେ କଳାକୃତିର ନମୁନାକୁ ବାହାର କରାଯାଇ ସୁନ୍ଦରସୁନ୍ଦର କଳାକୃତି ତିଆରି କରାଯାଇଥାଏ। ଏହି କାର୍ଭିଂ କଳାକୃତି ପାଇଁ ଗାଜର, ବିଟ୍‌, ମୂଳା, ପିଆଜ, ପତ୍ରକୋବି, ଫୁଲକୋବି, କ୍ୟାପସିକମ, ତରଭୁଜ, କଖାରୁ, କଦଳୀ, କାକୁଡ଼ି ଆଦି ବିଭିନ୍ନ ପନିପରିବା ଦରକାର ପଡ଼ିଥାଏ। କେବଳ ପନିପରିବା ନୁହେଁ ବରଂ ବରଫରେ ମଧ୍ୟ ବରଫକୁ କଟିଂକରି ବରଫକାର୍ଭିଂ କଳାକୃତି କରାଯାଇଥାଏ। ଏହା ଟିକେ ନିଆରା ଲାଗେ। ବରଫ କଟିଂ, ପନିପରିବା ଓ ଫଳ କଟିଂ, ସାଲାଡ ଡେକୋରେଶନ, ଫଳ ଡେକୋରେଶନ, ପେଣ୍ଟିଂ, ଫ୍ଲାଓ୍ବାର ଡେକୋରେଶନ ଓ ବାଲୁକାକଳାକୃତି ଆଦିର ଆଦର ଦିନକୁଦିନ ବଢୁଥିବାରୁ ଏମିତି କାମରେ ଆଜିକାଲି ବହୁ ଯୁବତୀଯୁବକ ରୁଚି ରଖୁଛନ୍ତି। ଏଥିରେ ଭଲ ରୋଜଗାର ହୋଇପାରୁଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri