Posted inଫୁରସତ

ନଡ଼ା କାରିଗରୀ

ନଡ଼ାରେ ତିଆରି ବିଭିନ୍ନ କଳାକୃତି ପ୍ରଦର୍ଶନ କରି ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍‌ ପ୍ରଶଂସିତ ହୋଇପାରିଛନ୍ତି ସେ । ଏଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଆଉ ସମ୍ମାନ। ସେ ହେଲେ ପ୍ରଦୀପ୍ତ କୁମାର ନାୟକ, ପିତା ମୁରଲିଧର ନାୟକ, ମା’ କଲ୍ୟାଣୀ ନାୟକ। ଘର ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜିରାଳ ଗାଁରେ । ସେ କୁହନ୍ତି, ମା’ବାପାଙ୍କୁ ଲୁଚାଇ ସ୍କୁଲ ବୟସରୁ ପାଠପଢ଼ା ସହିତ ରଫ୍‌ ଖାତା ଓ ଭେଲ୍‌ଭେଟ୍‌ କାଗଜ, ଦିଆସିଲି କାଠିକୁ ନେଇ ବିଭିନ୍ନ ଚିତ୍ର ତିଆରି କରୁଥିଲି । ଅନେକ ପରିତ୍ୟକ୍ତ ସାମଗ୍ରୀକୁ ନେଇ ବିଭିନ୍ନ କଳାକୃତି ଓ ଚିତ୍ର କରୁଥିଲି। ୧୯୮୯ରେ ହାଇସ୍କୁଲ ପଢ଼ା ସରିଲା ପରେ କଲେଜରେ ପଢିଲି। ସେହି ସମୟରେ ନଡ଼ାରେ ଚିତ୍ର କରିବାକୁ ମନସ୍ଥ କଲି। ଏଥିପାଇଁ ଧାନ ଅମଳ ସମୟରେ ନଡ଼ାକୁ ସଂଗ୍ରହ କରିବାକୁ ପଡ଼ିଥାଏ। କିଛିଦିନ ସେହି ନଡ଼ା ପାଣି ଖାଇଲା ପରେ ହଳଦିଆ ପଡ଼ିଯାଏ। ପରେ ସେହିନଡ଼ାକୁ ପରିଷ୍କାରକରି ସାଇଜ୍‌କରି କାଟି ରଖିଥାଏ। ନଡ଼ାର ଦୁଇଟି ରୂପ ରହିଛି – ଗୋଟିଏ ସୂକ୍ଷ୍ମଅଂଶକୁ ବ୍ଲେଡ୍‌ରେ ଚିରି ପଲିଶ୍‌ କରାଯାଏ, ଏହାକୁ ଫାଇବର କୁହନ୍ତି। କିନ୍ତୁ ଚିତ୍ରର ଆକାର ଅନୁସାରେ ସାଇଜ୍‌ ହୋଇ କଟାଯାଇଥିବା ନଡ଼ାକୁ ପାଣିରେ ଭିଜାଇ ଖରାରେ ଶୁଖାଇଥାଏ। ଡ୍ରଇଂ ଶିଟ୍‌ରେ ଅଙ୍କନ ହୋଇଥିବା ଚିତ୍ରକୁ ଟ୍ରେନ୍ସଂପେପର କିମ୍ବା ପିଚ୍‌ ବୋର୍ଡ ଫ୍ରେମ୍‌ରେ କଳାକପଡ଼ା ଉପରେ ଅଙ୍କିତ ଚିତ୍ରରେ ଆବଶ୍ୟକ ମୁତାବକ ନଡ଼ାର ବିଭିନ୍ନ ଅଂଶକୁ ଅଠା ସାହାଯ୍ୟରେ ଲଗାଯାଇଥାଏ। ଏଥିରେ କୌଣସି ରଙ୍ଗ ଦିଆଯାଇ ନ ଥାଏ। ଏହି ନଡ଼ାକଳାକୃତିକୁ ୧୯୯୩ରେ ବିହାରର ରାଞ୍ଚତ୍ଠାରେ ଆୟୋଜିତ ଜାତୀୟ ଶିଶୁକଳା କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରିଥିଲି। ସେହିପରି ୧୯୯୪ରେ ଦୁର୍ଗାପୁରଠାରେ ଏକ୍ସପୋ-ସ୍ପେଶାଲ ଟ୍ରେଡ୍‌ ଫେୟାରରେ ନଡ଼ା ଚିତ୍ରକଳା ପ୍ରଦର୍ଶିତ କରାଯାଇଥିଲା। ୧୯୯୫ରେ ଢେଙ୍କାନାଳ ଲକ୍ଷ୍ମୀପୂଜା ଉପଲକ୍ଷେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପ୍ରଦର୍ଶନୀ ମେଳା, ପୁରୀ ବେଳାଭୂମି ମହୋତ୍ସବ, ୧୯୯୬ରେ ସିଲିଗୁଡ଼ିଠାରେ ଆୟୋଜିତ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରଣାଳୟର ପ୍ରଦର୍ଶନୀ ମେଳାରେ ନଡ଼ା କଳାକୃତି ପ୍ରଦର୍ଶନ କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ମେଳା ଓ ଉତ୍ସବରେ ଏହି କଳାକୃତିକୁ ପ୍ରଦର୍ଶିତ କରିଆସୁଛି। ଏବେ ଆମ ଜିରାଳ ଗ୍ରାମରେ ମା’ କଲ୍ୟାଣୀ ନଡ଼ା କଳା ତାଲିମ କେନ୍ଦ୍ର ଖୋଲି ଶତାଧିକ ଯୁବତୀ ଓ ମହିଳାଙ୍କୁ ତାଲିମ ଦେଉଛି। ବିଭିନ୍ନ ହସ୍ତକଳା ପ୍ରଦର୍ଶନୀରେ ନଡ଼ାରେ ତିଆରି ବିଭିନ୍ନ ଦେବୀଦେବଙ୍କ ଚିତ୍ର, ନାନା ପ୍ରଜାତିର ପକ୍ଷୀ, ଜୀବଜନ୍ତୁ, ଗଛ, ଫୁଲ ଫଳ ଆଦି କଳାକୃତିକୁ ତିଆରିକରି ପ୍ରାୟ ୨ଶହଟଙ୍କାରୁ ଆରମ୍ଭକରି ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ଏହି ନଡ଼ାତିଆରି କଳାକୃତିକୁ ବିକ୍ରି କରାଯାଇଥାଏ। ଆମ ରାଜ୍ୟର ହସ୍ତକଳାକାରିଗରିରେ ଏହି ନଡ଼ାକଳା ଭିନ୍ନ ପରିଚୟସୃଷ୍ଟି କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri