Posted inଫୁରସତ

ବକ୍ର ମନ୍ଦିର: ଭୂମି ଉପରେ ବଙ୍କା ହୋଇ ଠିଆ ହୋଇଛି…

ସପ୍ତ ଆଶ୍ଚର୍ଯ୍ୟ ବିଷୟରେ ତ ସମସ୍ତେ ଜାଣନ୍ତି। ହେଲେ ଏମିତି ବି କିଛି ସ୍ଥାପତ୍ୟ ଅଛି ଯାହା ସପ୍ତାଶ୍ଚର୍ଯ୍ୟ ତାଲିକାରେ ନାହିଁ ସତ, ହେଲେ ସେଗୁଡିକ କୌଣସି ବିସ୍ମୟଠାରୁ କମ୍‌ ନୁହେଁ। ସେମିତି ଏକ ସ୍ଥାପତ୍ୟ ତାଇଓ୍ବାନରେ ବି ଦେଖିବାକୁ ମିଳେ। ଏହା ଏକ ମନ୍ଦିର, ଯାହା ମାଧ୍ୟାକର୍ଷଣ ଶକ୍ତିର ବିପରୀତ ଭୂମି ଉପରେ ବଙ୍କା ହୋଇ ଠିଆ ହୋଇଛି। ଏହାକୁ ଇଟାଲୀର ଲିନିଂ ଟାଓ୍ବର ଅଫ୍‌ ପିସା ସହ ତୁଳନା କରାଯାଏ। ‘ତାଇହେ ଝେନଜିଙ୍ଗ’ ନାମକ ଏହି ମନ୍ଦିରଟି ତାଇଓ୍ବାନର ଚିୟାଇ କାଉଣ୍ଟିରେ ଅଛି। ଏହା ଆରମ୍ଭରୁ ବଙ୍କା ଅବସ୍ଥାରେ ନ ଥିଲା। ପ୍ରଥମେ ଏହା ସିଧା ଠିଆ ହୋଇଥିଲା। ୨୦୦୯ରେ ତାଇଓ୍ବାନରେ ମୋରାକୋଟ ନାମକ ଏକ ବଡ଼ ତୋଫାନ ଆସିଥିଲା। ଏହି ତୋଫାନ ତାଇଓ୍ବାନରେ ବହୁ କ୍ଷୟକ୍ଷତି କରିଥିଲା। ପ୍ରବଳ ବର୍ଷା ଯୋଗୁ ମାଟି ଧୋଇ ଯାଇଥିଲା। ଅନେକ ବଡ଼ ବଡ଼ କୋଠା ଭାଙ୍ଗି ଯାଇଥିଲା। ଆଉ ଏହି ମନ୍ଦିର ନିଜ ସ୍ଥାନରୁ ୧୦୦ ମିଟର ପର୍ଯ୍ୟନ୍ତ ଖସି ଯିବା ସହ ୪୫ଂ ପର୍ଯ୍ୟନ୍ତ ବଙ୍କା ହୋଇଯାଇଥିଲା। ହେଲେ ମନ୍ଦିରର କିଛି କ୍ଷତି ହୋଇ ନ ଥିଲା। ଏବେବି ଏହି ମନ୍ଦିର ବଙ୍କା ଅବସ୍ଥାରେ ଅଛି ଓ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ସାଜିଛି। ଲୋକେ ଏହି ବକ୍ର ମନ୍ଦିର ସାମ୍ନାରେ ଠିଆ ହୋଇ ଫଟୋ ଉଠାଇବାକୁ ପସନ୍ଦ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri