ଅର୍ଟିକିଲ ୫୧-କ(ଏଚ୍‌)

ବିଜ୍ଞାନ ଓ ପ୍ରଗତି ପରସ୍ପରର ପରିପୂରକ। ଯେଉଁଠାରେ ବିଜ୍ଞାନ ଅଛି ସେଠାରେ ପ୍ରଗତି ଅଛି ଓ ଯେଉଁଠାରେ ପ୍ରଗତି ଅଛି ସେଠାରେ ବିଜ୍ଞାନ ଅଛି। ବିଜ୍ଞାନ କେବଳ ଆର୍ଥିକ ପ୍ରଗତି ଆଣିଛି ତାହା ନୁହେଁ, ଏହା ସହିତ ସାମାଜିକ ବିକାଶ କ୍ଷେତ୍ରରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଯେଉଁ ରାଷ୍ଟ୍ରମାନେ ଆଜି ବିକଶିତ, ସେମାନଙ୍କ ବିକାଶ ପଛରେ ରହିଛି ବିଜ୍ଞାନ। ଯେଉଁ ସମାଜ ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଡେଇଁ ଏକ ନୈତିକତାପୂର୍ଣ୍ଣ ବୌଦ୍ଧିକ ସମାଜ ଆଡ଼କୁ ଅଗ୍ରସର ହୋଇଛି ତା’ପଛରେ ବୈଜ୍ଞାନିକ ବିଚାରଧାରାର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଧରିନେବାକୁ ହେବ। ଅନେକେ ବିଜ୍ଞାନ କହିଲେ କୌଣସି ନୂତନ ଉଦ୍ଭାବନକୁ ବୁଝନ୍ତି। ଏହା କୌଣସି ନୂତନ ଉପାଦେୟ ବସ୍ତୁର ଉଦ୍ଭାବନ ଅଥବା କୌଣସି ବସ୍ତୁ ପ୍ରତିକ୍ରିୟା ସୂତ୍ରର ଆବିଷ୍କାରକୁ ବୁଝିଥାନ୍ତି। ପ୍ରକୃତରେ ଏହା ବିଜ୍ଞାନର ଏକ ଆଂଶିକ ପ୍ରତିଫଳନ। ପ୍ରକୃତ ବିଜ୍ଞାନ ହେଉଛି ସେହି ମାନସିକତା ଯାହା ମାଧ୍ୟମରେ ଜଣେ ନୂତନ ଉଦ୍ଭାବନ ବା ସୂତ୍ରଗତ ଆବିଷ୍କାର ପାଇଁ ପ୍ରେରିତ ହୁଏ। ସମାଜ ବ୍ୟବସ୍ଥା କ୍ଷେତ୍ରରେ ଯାହା ଉତ୍କୃଷ୍ଟତାର ଭାବନାକୁ ଅଙ୍କୁରିତ କରେ।
ଆମ ସମ୍ବିଧାନର ପ୍ରଣେତାମାନେ ଏକ ବିକଶିତ ଓ ସମୃଦ୍ଧ ଭାରତବର୍ଷର ପରିକଳ୍ପନା କରିଥିଲେ। ସେମାନେ ଜାଣିଥିଲେ ଏଦିଗରେ ବିଜ୍ଞାନର ଅବଦାନକୁ ଅଣଦେଖା କରିହେବ ନାହିଁ। ତେଣୁ ସେମାନେ ସମସ୍ତ କ୍ଷେତ୍ରରେ ପ୍ରଗତିଶୀଳ ଭାବନାକୁ ପ୍ରତିଫଳିତ କାରିବାକୁ ଚାହିଁଛନ୍ତି। ବିକଶିତ ରାଷ୍ଟ୍ରମାନଙ୍କ ସହିତ ତାଳଦେଇ ଭାରତ କିପରି କ୍ଷିପ୍ରଭାବେ ଆଗକୁ ବଢ଼ିପାରିବ ସେ ବିଷୟରେ ସମ୍ବିଧାନର ପ୍ରଣେତାମାନେ ଚିନ୍ତା କରିଥିଲେ। ସେମାନେ ସମ୍ବିଧାନର ପ୍ରସ୍ତାବନାରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ରଖିଛନ୍ତି ତାହା ବୈଜ୍ଞାନିକ ବିଚାରରେ ଆସ୍ଥା ସ୍ଥାପନ ବିନା ପ୍ରାପ୍ତ ହେବା ସମ୍ଭବପର ନୁହେଁ। ପ୍ରସ୍ତାବନା ଅନୁଯାୟୀ ଭାରତୀୟ ଗଣରାଜ୍ୟରେ ନ୍ୟାୟ, ସ୍ବତନ୍ତ୍ରତା, ସମାନତା ଓ ଭ୍ରାତୃତ୍ୱଭାବ ସ୍ଥାପନ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପ୍ରଗତିଶୀଳ ଭାବନା ବିନା ସମ୍ଭବ ନୁହେଁ ଓ ପ୍ରଗତିଶୀଳ ଭାବନା ବିଜ୍ଞାନ ବିନା ସମ୍ଭବପର ନୂହେଁ। ଯେଉଁମାନେ ସମ୍ବିଧାନ ରଚନା ଦାୟିତ୍ୱରେ ଥିଲେ ସେମାନଙ୍କ ମଧ୍ୟରୁ ଅନେକେ ବୈଜ୍ଞାନିକ ବିଚାରର ଅନୁଗାମୀ ଥିଲେ। ସେମାନଙ୍କ ଉଚ୍ଚଶିକ୍ଷା ବିଦେଶରେ ହୋଇଥିଲା। ବିଶ୍ୱ ଜନସମୁଦାୟ ଓ ବିଶ୍ୱ ରାଜନୈତିକ ପରିସ୍ଥିତି ସମ୍ବନ୍ଧରେ ତାଙ୍କ ନିକଟରେ ଯଥେଷ୍ଟ ଜ୍ଞାନ ଥିଲା।
ସମ୍ବିଧାନର ପଶ୍ଚାତରେ ଲୁକ୍କାୟିତ ଥିବା ବିଜ୍ଞାନ ପ୍ରତି ଆଗ୍ରହ ବିଧିବଦ୍ଧଭାବେ ୧୯୭୬ରେ ୪୨ତମ ସଂଶୋଧନ ମାଧ୍ୟମରେ ସମ୍ବିଧାନରେ ସ୍ଥାନିତ ହେଲା ଆର୍ଟିକିଲ ୫୧-କ(ଏଚ୍‌) ରୂପରେ। ଏହା ସମ୍ବିଧାନର ନିର୍ଦ୍ଦେଶିତ ନିୟମରେ ମୌଳିକ କର୍ତ୍ତବ୍ୟ ରୂପେ ସୂଚିତ ହୋଇଛି; ଯେଉଁଥିରେ କୁହାଯାଇଛି ଯେ ପ୍ରତ୍ୟେକ ନାଗରିକର ମୌଳିକ କର୍ତ୍ତବ୍ୟ ହେଉଛି ବୈଜ୍ଞାନିକ ଆଭିମୁଖ୍ୟର ବିକାଶ ଘଟାଇବା। ଏହା ସହିତ ଆନୁଷଙ୍ଗିକ ଭାବେ ମାନବିକତାର ବିକାଶ, ଅନୁସନ୍ଧାନ ପ୍ରତି ଆଗ୍ରହର ବିକାଶ ଓ ସଂସ୍କାରମୂଳକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ଏହାର ଅନ୍ତର୍ଗତ କରାଯାଇଛି। ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ ଭାରତବର୍ଷକୁ ଆଧୁନିକତାର ମାର୍ଗରେ ପରିଚାଳିତ କରିବା ପାଇଁ। ସମସ୍ତ ନାଗରିକ ବିଜ୍ଞାନର ଅନୁଗାମୀ ହେବା ଓ ଜୀବନର ପ୍ରତ୍ୟେକ ସୋପାନରେ ବିଜ୍ଞାନକୁ ପ୍ରତିଫଳିତ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ। ଅନ୍ୟ ଯେଉଁ ଆନୁଷଙ୍ଗିକ ବିଷୟଗୁଡିକ ଜଡ଼ିତ ହୋଇ ରହିଛି, ସେଗୁଡ଼ିକ ବିଜ୍ଞାନ ପ୍ରତି ଅଙ୍ଗୀକାରବଦ୍ଧତାରୁ ନିସୃତ। ବିଜ୍ଞାନସମ୍ମତ ସାମାଜିକ ବ୍ୟବସ୍ଥାକୁ ବିଜ୍ଞାନ ସଂସ୍ଥାପନ କରେ। ଏପରି ସମାଜର ମୂଳ ଆଧାର ହେଉଛି ମାନବିକତା। ମନୁଷ୍ୟ କୌଣସି ବିଷୟକୁ ଅନ୍ଧଭାବେ ଅନୁସରଣ ନ କରି ତା’ ଭିତରର ଗୂଢ଼ ରହସ୍ୟକୁ ଭେଦ କରିବା ଉଚିତ। ଏଥିପାଇଁ ତା’ ଭିତରେ ଥିବା ଜାଣିବାର ଆଗ୍ରହ ଜାତ ହେବା ଆବଶ୍ୟକ। ଏହା ହିଁ ବୈଜ୍ଞାନିକ ଅନୁସନ୍ଧାନ। ଏହା ମଧ୍ୟ ତାକୁ ସଂସ୍କାରବାଦୀ କରାଏ। ପୁରାତନ ନିକୃଷ୍ଟତାରୁ ନୂତନ ଉତ୍କୃଷ୍ଟତାକୁ ବାଟ କଢ଼ାଏ। ଏହା ହିଁ ସାମାଜିକ ପରିବର୍ତ୍ତନର ମୂଳ ଆଧାର।
ଭାରତୀୟ ସମାଜ ସମ୍ପୂର୍ଣ୍ଣରୂପେ ଅନ୍ଧବିଶ୍ୱାସ ଓ କୁସଂସ୍କାରରୁ ମୁକ୍ତ ହୋଇଛି ବୋଲି କୁହାଯାଇପାରିବ ନାହିଁ। ଏବେ ବି ଗାଁ ଗହଳିରେ ଗୁଣି-ଗାରେଡ଼ି ଡାହାଣୀ-ଚିରଗୁଣୀ, ତୁଟକା-ଛଡ଼ାଣ ପରି ଅନେକ ପ୍ରକାରର ଅନ୍ଧବିଶ୍ୱାସ ପରିବ୍ୟାପ୍ତ। ଦୈନନ୍ଦିନ ଖବରକାଗଜରେ ଡାହାଣୀ ସନ୍ଦେହରେ ହତ୍ୟା, ଗୁଣିଆ ସନ୍ଦେହରେ ହତ୍ୟା, ଝଡ଼ାଫୁଙ୍କା ଉପରେ ବିଶ୍ୱାସ କରି ମୃତ୍ୟୁବରଣ କରିବା ପରି ବିଷୟ ପ୍ରସାରିତ ହେଉଛି। ସେହିପରି ଅନେକ ପ୍ରକାର କୁସଂସ୍କାର ସମାଜରେ ରହିଛି। ବାଲ୍ୟବିବାହ, ଅନରକିଲିଙ୍ଗ, ପଶୁବଳି ଏପରି କି ନରବଳି ପରି ଅନେକ କୁସଂସ୍କାର ସମାଜରେ ରହିଛି। ଅନେକ ଉଚ୍ଚଶିକ୍ଷିତ ଅନ୍ଧବିଶ୍ୱାସ ଓ କୁସଂସ୍କାରରୁ ମୁକ୍ତ ନୁହନ୍ତି। ପରିତାପର ବିଷୟ ଯେ ଏମାନଙ୍କ ଭିତରୁ କେତେଜଣ ଏଗୁଡ଼ିକର ଯଥାର୍ଥତା ସପକ୍ଷରେ ଯୁକ୍ତି ବାଢ଼ନ୍ତି। ଭାରତୀୟ ସମାଜରେ ଥିବା ଜାତିବ୍ୟବସ୍ଥା ଉଭୟ ଅନ୍ଧବିଶ୍ୱାସ ଓ କୁସଂସ୍କାରର ମିଳିତ ପରିପ୍ରକାଶ। ବୈଜ୍ଞାନିକ ଚେତନାର ବିକାଶ ଓ ମାନବୀୟ ମୂଲ୍ୟବୋଧର ପ୍ରସାର ମାଧ୍ୟମରେ ଏହାକୁ ହଟାଯାଇ ପାରିବ। ସେହିପରି ଧର୍ମୀୟ ମୌଳବାଦ ବାରମ୍ବାର ଆତ୍ମପ୍ରକାଶ କରୁଛି। ସାମଗ୍ରିକ ଭାବେ ସମାଜ ବିଜ୍ଞାନର ଅନୁଗାମୀ ହେଲେ ଓ ବୈଜ୍ଞାନିକ ଚେତନାର ବଶବର୍ତ୍ତୀ ହେଲେ ଯେଉଁ ସଂକୀର୍ଣ୍ଣତାରୁ ମୌଳବାଦ ଜାତହୁଏ, ତାହା ଆପେ ଦୂରେଇଯିବ।
ସମ୍ବିଧାନରେ ସଂଯୋଜିତ ଏହି ମୌଳିକ କର୍ତ୍ତବ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚିତ କରେ। ଏହାର ପାଳନ ଏକ ପ୍ରଗତିଶୀଳ ରାଷ୍ଟ୍ର ଗଠନର ମାର୍ଗକୁ ଉନ୍ମୁକ୍ତ କରେ। ଦେଶକୁ ତଥା ସମାଜକୁ ମଧ୍ୟଯୁଗୀୟ ସଂକୀର୍ଣ୍ଣ ଭାବନାରୁ ବାହାର କରି ଆଧୁନିକତା ଆଡ଼କୁ ନେଇ ଯିବାର ଅଭିପ୍ରାୟ ରଖେ। ଏକ ଐକ୍ୟବଦ୍ଧ, ନ୍ୟାୟପୂର୍ଣ୍ଣ, ସମତାଭିତ୍ତିକ ଓ ଭ୍ରାତୃତ୍ୱଭାବ ଉପରେ ପ୍ରତିଷ୍ଠିତ ଏକ ନୂଆ ସମାଜର ପରିକଳ୍ପନା କରେ। ଉଚ୍ଚତର ବୈଜ୍ଞାନିକ ଚେତନାର ସ୍ଥାପନ ଦ୍ୱାରା ଏହା ସମ୍ଭବପର। ଏ ମୌଳିକ କର୍ତ୍ତବ୍ୟ କେବଳ ନାମକୁ ନୁହେଁ, ଏହା କାମକୁ। ସମ୍ବିଧାନରେ ସ୍ଥାନିତ ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟେକ ନାଗରିକ ଆନ୍ତରିକତାର ସହିତ ପାଳନ କରିବା ଉଚିତ ଓ ଦେଶକୁ ଏକ ଉନ୍ନତ ଶିଖରକୁ ନେଇଯିବା ପାଇଁ ପ୍ରଚେଷ୍ଟା କରିବା ଉଚିିତ। ଧାରା ୫୧-କ(ଏଚ୍‌)ର ବ୍ୟାପକ ପ୍ରଚାର ଓ ପ୍ରସାର ସମୟର ଆବଶ୍ୟକତା।

  • ଅଧ୍ୟାପକ ଗୋପବନ୍ଧୁ
    ଦର୍ଶନ ବିଭାଗ (ଅବସରପ୍ରାପ୍ତ)
    ବାରିପଦା, ମୟୂରଭଞ୍ଜ
    ମୋ:୭୦୦୮୯୭୬୧୮୦

Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri