Posted inଜାତୀୟ

ପଶ୍ଚିମବଙ୍ଗରେ ଧାରା ୩୫୫ ଲାଗୁ ହେବା ଜରୁରୀ, ମମତା ସରକାରଙ୍କ ପତନ ଆସନ୍ତା ୫-୬ ମାସ ମଧ୍ୟରେ: ଭାଜପା…

କୋଲକାତା,୧୭।୭ : ହିଂସା କାରଣରୁ ପଶ୍ଚିମବଙ୍ଗରେ ସମ୍ପ୍ରତି ପଞ୍ଚାୟତ ନିର୍ବାଚନ ହେଡଲାଇନରେ ରହିଛି। ଏଭଳି ପରିସ୍ଥିତିରେ ରାଜ୍ୟର ଦୁଇ ବରିଷ୍ଠ ଭାଜପା ନେତା ପୂର୍ବାନୁମାନ କରିଛନ୍ତି। ଭାଜପା ନେତା କହିଛନ୍ତି ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ବର୍ତ୍ତମାନର ଟିଏମସି ସରକାରଙ୍କର ଆସନ୍ତା ପାଞ୍ଚ ମାସ ମଧ୍ୟରେ ପତନ ଘଟିପାରେ।

ଉତ୍ତର ୨୪ ପରଗଣା ଜିଲାର ବନଗାଓ୍ବଁ ନିର୍ବାଚନମଣ୍ଡଳୀରୁ ଭାଜପାର ଲୋକସଭା ସଦସ୍ୟ ତଥା ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର କହିଛନ୍ତି ମୁଁ ନିଶ୍ଚିତ କରିପାରିବି ବର୍ତ୍ତମାନର ରାଜ୍ୟ ସରକାର ଅଧିକରୁ ଅଧିକ କେତେ ମାସ କ୍ଷମତାରେ ରହିବେ? ଏହା ପାଞ୍ଚ କିମ୍ବା ଛଅ ମାସ। ଏହା ସହିତ ସେ ମଧ୍ୟ ରାଜ୍ୟରେ ସମ୍ବିଧାନର ଧାରା ୩୫୫ ଲାଗୁ କରିବାକୁ ଦାବି କରିଛନ୍ତି।

ଶାନ୍ତନୁ ଠାକୁର ଏଭଳିି ମନ୍ତବ୍ୟ ଦେବାର କିଛି ଘଣ୍ଟା ପରେ ପଶ୍ଚିମବଙ୍ଗରେ ଭାଜପା ରାଜ୍ୟ ସଭାପତି ତଥା ବାଲୁରଘାଟରୁ ଦଳର ଲୋକସଭା ସଦସ୍ୟ ସୁକାନ୍ତ ମଜୁମଦାର ମଧ୍ୟ କିଛି ସବିଶେଷ ତଥ୍ୟ ଦେଇଛନ୍ତି। ମଜୁମଦାର କହିଛନ୍ତି, ରାଜ୍ୟ ସରକାରଙ୍କର ପାଞ୍ଚ-ଛଅ ମାସ ମଧ୍ୟରେ ଯେକୌଣସି ସମୟରେ ପତନ ଘଟିପାରେ। ଯେକୌଣସି ସମୟରେ ବିଧାୟକଙ୍କ ଗୋଷ୍ଠୀ ନିଜର ସମର୍ଥନ ପ୍ରତ୍ୟାହାର କରିନେବାର ଆଶଙ୍କା ରହିଛି।

ସମ୍ବିଧାନର ଧାରା 355 ଜରୁରୀକାଳୀନ ବ୍ୟବସ୍ଥାର ଏକ ଅଂଶ ଯାହା ସମ୍ବିଧାନର ଭାଗ ୧୮ ରେ ଅନ୍ତର୍ଭୁକ୍ତ।ଯେଉଁଥିରେ କୁହାଯାଇଛି ପ୍ରତ୍ୟେକ ରାଜ୍ୟକୁ ବାହ୍ୟ ଆକ୍ରୋଶ ତଥା ଆଭ୍ୟନ୍ତରୀଣ ବିଶୃଙ୍ଖଳାରୁ ରକ୍ଷା କରିବା ତଥା ସମ୍ବିଧାନର ନିୟମ ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ସରକାର କାର୍ଯ୍ୟ କରିବା ନିଶ୍ଚିତ କରିବା କେନ୍ଦ୍ରର କର୍ତ୍ତବ୍ୟ ।

ଭାଜପା ନେତାଙ୍କ ମନ୍ତବ୍ୟ ନେଇ ରାଜ୍ୟ ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଏହା ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଧୁ ଆଧିକାରୀ ଅନେକ ଆକଳନ କରିଛନ୍ତି। ବର୍ତ୍ତମାନ ସେମାନେ ସମୟ କହି ଭବିଷ୍ୟବାଣୀ କରୁଛନ୍ତି। ସେମାନଙ୍କୁ ଏପରି ଭବିଷ୍ୟବାଣୀ କରିବାକୁ ଦିଅନ୍ତୁ। ସେମାନଙ୍କର ସ୍ବପ୍ନ କେବେ ପୂରଣ ହେବ ନାହିଁ। ପଶ୍ଚିମବଙ୍ଗରେ ଭାଜପାର କୌଣସି ଆଧାର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?