ସରକାରୀ କ୍ୱାର୍ଟର୍ସରେ ବାଣ ବିସ୍ଫୋରଣ

ଭୁବନେଶ୍ୱର ୧୨।୫(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୨ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସ ନଂ. ୧୩/୨ରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ବାଣ ବିସ୍ପୋରଣ ଯୋଗୁ ନିଆଁ ଲାଗି କ୍ୱାର୍ଟର୍ସକୁ ଲାଗିଥିବା ଆଜ୍‌ବେଷ୍ଟସ୍‌ ଘରଟି ଜଳିଯାଇଛି। ଏଥିରେ ଘରେ ଥିବା ବିଭିନ୍ନ ସାମଗ୍ରୀ ପୋଡ଼ିଯାଇଛି। ଘରର ଆଜ୍‌ବେଷ୍ଟସ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ହେଲେ ନିଆଁ ମୁଖ୍ୟ କ୍ୱାର୍ଟର୍ସକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମ ବାହିନୀ ପହଞ୍ଚତ୍ ଏହାକୁ ଆୟତ୍ତ କରିବାରୁ ବଡ଼ କ୍ଷୟକ୍ଷତିକୁ ଏଡାଇ ଦିଆଯାଇପାରିଛି। ଏହି ସରକାରୀ କ୍ୱାର୍ଟର୍ସ ଚିତ୍ତରଞ୍ଜନ ଲେଙ୍କାଙ୍କ ନାମରେ ରହିଥିବାବେଳେ ସେ ଲୋକସେବା ଭବନସ୍ଥିତ ପ୍ଲାନିଂ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିବା ଜଣାପଡିଛି। ଅଗ୍ନିଶମ ବିଭାଗର ଡେପୁଟି ଅଫିସର ଅବନୀ ସ୍ବାଇଁ କହିଛନ୍ତି, ଶର୍ଟ ସର୍କିଟ ଯୋଗୁ ଇଲେକଟ୍ରିକ୍‌ ବୋର୍ଡରେ ଲାଗିଥିବା ନିଆଁ ତଳେ ଥିବା କୁମ୍ପି ବାଣ ଉପରେ ପଡିବାରୁ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଘର ଭିତରେ ବାଣ ତିଆରି ଲାଗି ପ୍ରସ୍ତୁତ ହୋଇଥିବା ବାରୁଦ, କୁଣ୍ଡା, ମାଟି ଆଦି ପଡିଥିବା ଦେଖିବାକୁ ମିଳିଛି। ତେଣୁ ଏଠାରେ ବେଆଇନ ଭାବେ ବାଣ ତିଆରି ହେଉଥିବା ସନ୍ଦେହ କରାଯାଉଛି। ଏପଟେ ଝିଅର ବାହାଘର ପାଇଁ ବାଣ କିଣି ରଖାଯାଇଥିବା ପଡୋଶୀ କହିଛନ୍ତି। ତେଣୁ କ୍ୟାପିଟାଲ ଥାନା ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରିବା ସହ ଅଗ୍ନିକାଣ୍ଡର ଠିକ କାରଣ ଜାଣିବା ଲାଗି ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି, ତଦନ୍ତରେ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯିବ। ଚିତ୍ତରଞ୍ଜନ ବେଆଇନ ଭାବେ ଘରେ ବାଣ ଗଚ୍ଛିତ କରି ରଖିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେ ଓ ତାଙ୍କ ପରିବାର ଲୋକେ ଘରେ ତାଲା ପକାଇ ପଳାଇଛନ୍ତି। ସେମାନଙ୍କୁ ପଚରାଉଚରା ପରେ ଘଟଣାର ସତ କ’ଣ ଜଣାପଡିବ ଓ ଏହାପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହ ପୋଲିସ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି। ବାଣ ଯୋଗୁ ଅଗ୍ନିକାଣ୍ଡ ଘଟିବା କଥା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ମାତାବରଣ ଦେଖାଦେଇଛି।
ପଡୋଶୀଙ୍କ କହିବାନୁସାରେ, ଉକ୍ତ କ୍ୱାର୍ଟର୍ସକୁ ଲାଗି ଗୋଟିଏ ଆଜ୍‌ବେଷ୍ଟସ ଘରକୁ ଚିତ୍ତରଞ୍ଜନ ଷ୍ଟୋର୍‌ ରୁମ୍‌ କରିଥିଲେ। ସେଠାରେ ବାଣ ରହିଥିଲା। ଗୁରୁବାର ସକାଳେ ଉକ୍ତ ଘରେ ନିଆଁ ଲାଗିବା ସହ କ୍ୱାର୍ଟର୍ସ ପରିସର ଧୂଆଁମୟ ହୋଇଯାଇଥିଲା। ଏପରିକି ଉକ୍ତ ଘର ଭିତରୁ ବିସ୍ଫୋରଣ ଶବ୍ଦ ଶୁଣାଯିବା ପରେ ଘଟଣା ଜାଣିବା ପାଇଁ ଲୋକେ ପାଚେରି ଡେଇଁ ଭିତରକୁ ଯାଇ ପାଣି ଢାଳି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଘର ଭିତରେ କୁମ୍ପିବାଣ ସହ ବାରୁଦ ପଡିଥିବା ଦେଖି ଅଗ୍ନିଶମ ଟିମ୍‌କୁ ଖବର ଦିଆଯାଇଥିଲା। ଅଗ୍ନିଶମ ଟିମ୍‌ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲା। ଘର ଭିତରେ ବଡ଼ ବିସ୍ଫୋରକ ନ ଥିବାରୁ ଅଧିକ କ୍ଷୟକ୍ଷତି ହୋଇନାହିଁ।
ଗତ ଏପ୍ରିଲ ୩ରେ ଭିଏସ୍‌ଏସ୍‌ନଗର ଜିଏଲ କଲୋନୀରେ ବାଣ ଭିଡୁଥିବାବେଳେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଏହି ଛାତିଥରା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା। ଏହାର ମାସେ ପରେ ପୁଣି ବେଆଇନ ଭାବେ ଘର ଭିତରେ ବାଣ ରଖିବା ଓ ବିସ୍ଫୋରଣରେ ଘର ଜଳିଯିବା ଘଟଣାକୁ ନେଇ ପୋଲିସର କାର୍ଯ୍ୟଧାରା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?