ରାତି ୧୧ ରେ ବରାନୁଗମନ, ବରଯାତ୍ରୀ ଯିବେ ୨ଶହ

ପୁରୁଣା ଭୁବନେଶ୍ୱର,୧।୬(ଡି.ଏନ୍‌.ଏ.): ଆସନ୍ତା ୪ ତାରିଖରେ ଶୀତଳଷଷ୍ଠୀ। ଏହି ଅବସରରେ ପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଦେବଦମ୍ପତିଙ୍କ ମଧ୍ୟରେ ବିଧି ମୁତାବକ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏନେଇ ମଙ୍ଗଳବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ଦିର ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ସାମନ୍ତରାୟ ଅଧ୍ୟକ୍ଷତା କରିଥିଲେ। ଶ୍ରୀଜୀଉଙ୍କ ବିବାହ ନୀତି ଓ ଫେରନ୍ତା ଶୀତଳଷଷ୍ଠୀ ନେଇ ନୀତିନିର୍ଘଣ୍ଟ କରାଯାଇଥିଲା। ସକାଳ ୬ଟା ୩୦ରେ ମଙ୍ଗଳ ଆଳତି, ଅବକାଶ, ୬ଟାରୁ ୯ଟା ୩୦ ମଧ୍ୟରେ ସାହାଣମେଲା ଦର୍ଶନ, ସକାଳ ୭ଟାରେ କୋଠରୋଷ ଧୋପଖାଳ ଏବଂ ହୋମ ଓ ପାକକାର୍ଯ୍ୟ ଆରମ୍ଭ, ପୂର୍ବାହ୍ନ ୧୦ଟାରେ ମହାସ୍ନାନ, ୧୦ଟା ୨୦ରୁ ୧୧ଟା ମଧ୍ୟରେ ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ଠାକୁରାଣୀ ବଲ୍ଲଭ, ୧୨ଟା ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ, ୩ଟାରୁ ୫ଟା ପର୍ଯ୍ୟନ୍ତ ବଲ୍ଲଭ ଦ୍ୱିପ୍ରହର ଧୂପ, ଠାକୁରାଣୀଙ୍କ ଦ୍ୱିପ୍ରହର ଧୂପ, ସନ୍ଧ୍ୟା ୫ଟାରୁ ୬ଟା ପହୁଡ଼, ୬ଟାରୁ ୬ଟା ୩୦ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି, ୬ଟା ୩୦ରୁ ରାତି ୮ଟା ବେଶ, ସନ୍ଧ୍ୟାଧୂପ ପରେ ଦିଅଁ ବିଜେ, ଠାକୁରାଣୀଙ୍କ ସନ୍ଧ୍ୟାଧୂପ, ରାତି ୮ଟାରେ ଶ୍ରୀ କପିଳନାଥ ବିଜେ, ୮ଟାରୁ ୯ଟା ବଡ଼ସିଂହାର, ପଞ୍ଚବକ୍ର ବିଜେ, ପୁଷ୍ପାଞ୍ଜଳି ଓ ପହୁଡ଼, ରାତି ୯ଟାରୁ ୧୦ଟା ୩୦ ମନ୍ଦିର ମଧ୍ୟରେ ବରଯାତ୍ରୀ ଭୋଜି(୨୦୦ ଜଣଙ୍କ ପାଇଁ), ରାତି ୧୧ଟାରେ ବରାନୁଗମନ, ରାତ୍ର ୧୨ଟା ୩୦ରୁ ୪ଟା ୩୦ ମଧ୍ୟରେ ବିବାହ ପାଇଁ ନୀତିନିର୍ଘଣ୍ଟ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବଡୁ ନିଯୋଗ ସଭାପତି ଅଞ୍ଚଳ ବଡୁ, ପ୍ରଶାନ୍ତ ସମର୍ଥା, ବିଶୋଇ, ଆପଟିଆ ଓ ଅନ୍ୟ ସେବାୟତମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?