ଚଢ଼ାଉ, ଗିରଫଦାରି, ଠିକ୍‌ ତଦନ୍ତକୁ ଗୁରୁତ୍ୱ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଆଇନ ଏବଂ ବଟଲିଂ ପ୍ଲାଣ୍ଟ ଅପରେଶନ ଉପରେ ଏକ ଦିନିକିଆ କର୍ମଶାଳା ଶୁକ୍ରବାର ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ସମସ୍ତ ଅବକାରୀ ଅଧିକାରୀ ଅଂଶଗ୍ରହଣ କରିଥିଲେ ା କର୍ମଶାଳାକୁ ଉଦ୍‌ଘାଟନ କରି ଅବକାରୀ କମିଶନର ଆଶିଷ କୁମାର ସିଂହ ସମସ୍ତଙ୍କୁ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ କହିବା ସହ ଚଢାଉ, ଜବତ ଏବଂ ତଦନ୍ତ ସମୟରେ ଆଇନକୁ ଠିକ୍‌ ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ହାଇକୋର୍ଟର ସର୍ବଶେଷ ରାୟ ଆଧାରରେ କାର୍ଯ୍ୟ କରିବାକୁ ସେ ସମସ୍ତ ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା ଏଥିସହ ସେ କହିଛନ୍ତି, ଅଭିଯୁକ୍ତଙ୍କ ବେଆଇନ କାରବାର ରୋକିବା ପାଇଁ ନୂତନ ବୈଷୟିକ ଜ୍ଞାନକୌଶଳର ଦକ୍ଷତା ରହିବା ଆବଶ୍ୟକ। ଏଥିସହ ଆଇନକୁ ପାଳନ କରିବା ତଥା କୋର୍ଟରେ ପ୍ରମାଣ ଉପସ୍ଥାପନ ପାଇଁ ସମସ୍ତେ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଥିଲେ।
ଅବକାରୀ ଡେପୁଟୀ କମିଶନର ରାମଚନ୍ଦ୍ର ମିଶ୍ର ଯୋଗଦେଇ ଅନଲାଇନ୍‌ ମାଧ୍ୟମରେ ଅବକାରୀ ନିୟମ ଓ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଆଇନ୍‌ ଅନୁଯାୟୀ ଚଢାଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟପ୍ରଦାନ ତଥା ମାମଲାର ଏକୀକରଣ ଏବଂ ବାଜ୍ୟାପ୍ତି ଉପରେ ତର୍ଜମା କରିବା ଆବଶ୍ୟକ ବୋଲି ମିଶ୍ର ମତ ରଖିଥିଲେ। ସେହିଭଳି ଡେପୁଟି କମିଶନର ରଜତ କୁମାର ପ୍ରହରାଜ ବଟଲିଂ ପ୍ଲାଣ୍ଟ ପରିଚାଳନା ପ୍ରଣାଳୀ ଉପସ୍ଥାପନ କରିଥିଲେ। ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ପାଲଟା, ଯୁଗ୍ମ କମିଶନର ଡକ୍ଟର ଦିବ୍ୟ ଲୋଚନ ମହାନ୍ତି, ଡେପୁଟୀ କମିଶନର ଦଣ୍ଡପାଣି ବେହେରା ଓ ଡମ୍ବରୁଧର ଖଣ୍ଡା କର୍ମଶାଳାରେ ନିଜ ମତ କରିଥିଲେ। ଅବକାରୀ ଅଧିକାରୀମାନେ ବରିଷ୍ଠ ଅଧିକାରୀଙ୍କଠାରୁ ବିଭିନ୍ନ ପ୍ରସଙ୍ଗରେ ପଚାରି ବୁଝିଥିଲେ। ଚଢାଉ, ଜବତ, ଅନୁସନ୍ଧାନ ଏବଂ ପ୍ରମାଣ ଯୋଗାଡ କରିବାର କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। କର୍ମଶାଳାରେ ଅବକାରୀ କମିଶନର ସିଂହ ପ୍ରତି ମାସରେ ଏହିପରି ତାଲିମ ଶିବିର ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ଦିନରେ ସମସ୍ତ ଅବକାରୀ ଅଫିସରଙ୍କୁ ତାଲିମ ଦେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିବା ସହିତ ସେମାନଙ୍କର ଦୈନନ୍ଦିନ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟରେ ଏହା ସହାୟତା କରିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଘାଇ ପାଣି ଦୂଷିତ, ପାନୀୟଜଳ ପ୍ରକଳ୍ପ ଅଚଳ

ହିଞ୍ଜିଳିକାଟୁ,୨୧ା୩(ଡି.ଏନ୍‌.ଏ.) – ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତ ଅଧୀନ ଗୋପୀନାଥପୁର ଗ୍ରାମରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଗ୍ରାମ୍ୟ ଜଳ ଯୋଗାଣ...

୨୦୨୪ ପାଇଁ ପ୍ରସ୍ତୁତ ହେଲେଣି ସବୁ ଦଳ

ଭୁବନେଶ୍ବର,୧୫ା୧୨(ବ୍ୟୁରୋ): ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ସମୟ ପୂର୍ବରୁ ହୋଇପାରେ ବୋଲି ରାଜନୈତିକ ମହଲରେ ଏକ ପ୍ରକାର ଚର୍ଚ୍ଚା ଚାଲିଛି। ତେବେ ଏଭଳି ସ୍ଥିତିରେ...

ବିକ୍ରି ହେଲାନି, ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ସୋନପୁର,୨୮।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଦୁଗ୍ଧ ଶୀତଳ କେନ୍ଦ୍ର ସମ୍ମୁଖ ରାସ୍ତାରେ ମଙ୍ଗଳବାର ଚାଷୀମାନେ କ୍ଷୀର ଢାଳି ପ୍ରତିବାଦ କରିଥିଲେ। ଓମ୍‌ଫେଡ୍‌ ଚାଷୀଙ୍କ...

ପୌର ନିର୍ବାଚନ: ଅଡୁଆରେ ସରକାର

ଭୁବନେଶ୍ୱର,୨୪।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗୁରୁବାର ସରିଯାଇଛି। ତେବେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ଏବେ ଅଡୁଆ...

ଗ୍ୟାସ୍‌ ଲିକ୍‌ ହୋଇ ହୋଟେଲରେ ଅଗ୍ନିକାଣ୍ଡ

ରଣପୁର,୧୫।୬(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଏକ ହୋଟେଲରେ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟିଛି ।...

ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ

ଭୁବନେଶ୍ୱର,୭।୨ (ବ୍ୟୁରୋ):ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର ଲିଭର୍‌ ସିରୋସିସ୍‌ ଜନିତ ରୋଗରେ ପୀଡ଼ିତ ଥିବାବେଳେ ଅଧିକ ଚିକିତ୍ସା ପାଇଁ ମଙ୍ଗଳବାର ଦିଲ୍ଲୀ ଯିବେ। ତାଙ୍କୁ ଦିଲ୍ଲୀସ୍ଥିତ...

ନକଲି ଡାକ୍ତରଙ୍କ ହେବ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୧୧।୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। ତାଙ୍କ ମିଛ ଧରିବା ପାଇଁ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୮୮୮ କରୋନା ଆକ୍ରାନ୍ତ : ରାୟଗଡାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୯।୮(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୨୮୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାୟଗଡା ଜିଲାରୁ ସର୍ବାଧିକ ୪୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୧୦, ଗଞ୍ଜାମରୁ...

Advertisement
Archives

Model This Week