ଚଢ଼ାଉ, ଗିରଫଦାରି, ଠିକ୍‌ ତଦନ୍ତକୁ ଗୁରୁତ୍ୱ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଆଇନ ଏବଂ ବଟଲିଂ ପ୍ଲାଣ୍ଟ ଅପରେଶନ ଉପରେ ଏକ ଦିନିକିଆ କର୍ମଶାଳା ଶୁକ୍ରବାର ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ସମସ୍ତ ଅବକାରୀ ଅଧିକାରୀ ଅଂଶଗ୍ରହଣ କରିଥିଲେ ା କର୍ମଶାଳାକୁ ଉଦ୍‌ଘାଟନ କରି ଅବକାରୀ କମିଶନର ଆଶିଷ କୁମାର ସିଂହ ସମସ୍ତଙ୍କୁ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ କହିବା ସହ ଚଢାଉ, ଜବତ ଏବଂ ତଦନ୍ତ ସମୟରେ ଆଇନକୁ ଠିକ୍‌ ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ହାଇକୋର୍ଟର ସର୍ବଶେଷ ରାୟ ଆଧାରରେ କାର୍ଯ୍ୟ କରିବାକୁ ସେ ସମସ୍ତ ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା ଏଥିସହ ସେ କହିଛନ୍ତି, ଅଭିଯୁକ୍ତଙ୍କ ବେଆଇନ କାରବାର ରୋକିବା ପାଇଁ ନୂତନ ବୈଷୟିକ ଜ୍ଞାନକୌଶଳର ଦକ୍ଷତା ରହିବା ଆବଶ୍ୟକ। ଏଥିସହ ଆଇନକୁ ପାଳନ କରିବା ତଥା କୋର୍ଟରେ ପ୍ରମାଣ ଉପସ୍ଥାପନ ପାଇଁ ସମସ୍ତେ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଥିଲେ।
ଅବକାରୀ ଡେପୁଟୀ କମିଶନର ରାମଚନ୍ଦ୍ର ମିଶ୍ର ଯୋଗଦେଇ ଅନଲାଇନ୍‌ ମାଧ୍ୟମରେ ଅବକାରୀ ନିୟମ ଓ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଆଇନ୍‌ ଅନୁଯାୟୀ ଚଢାଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟପ୍ରଦାନ ତଥା ମାମଲାର ଏକୀକରଣ ଏବଂ ବାଜ୍ୟାପ୍ତି ଉପରେ ତର୍ଜମା କରିବା ଆବଶ୍ୟକ ବୋଲି ମିଶ୍ର ମତ ରଖିଥିଲେ। ସେହିଭଳି ଡେପୁଟି କମିଶନର ରଜତ କୁମାର ପ୍ରହରାଜ ବଟଲିଂ ପ୍ଲାଣ୍ଟ ପରିଚାଳନା ପ୍ରଣାଳୀ ଉପସ୍ଥାପନ କରିଥିଲେ। ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ପାଲଟା, ଯୁଗ୍ମ କମିଶନର ଡକ୍ଟର ଦିବ୍ୟ ଲୋଚନ ମହାନ୍ତି, ଡେପୁଟୀ କମିଶନର ଦଣ୍ଡପାଣି ବେହେରା ଓ ଡମ୍ବରୁଧର ଖଣ୍ଡା କର୍ମଶାଳାରେ ନିଜ ମତ କରିଥିଲେ। ଅବକାରୀ ଅଧିକାରୀମାନେ ବରିଷ୍ଠ ଅଧିକାରୀଙ୍କଠାରୁ ବିଭିନ୍ନ ପ୍ରସଙ୍ଗରେ ପଚାରି ବୁଝିଥିଲେ। ଚଢାଉ, ଜବତ, ଅନୁସନ୍ଧାନ ଏବଂ ପ୍ରମାଣ ଯୋଗାଡ କରିବାର କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। କର୍ମଶାଳାରେ ଅବକାରୀ କମିଶନର ସିଂହ ପ୍ରତି ମାସରେ ଏହିପରି ତାଲିମ ଶିବିର ଆୟୋଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ଦିନରେ ସମସ୍ତ ଅବକାରୀ ଅଫିସରଙ୍କୁ ତାଲିମ ଦେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିବା ସହିତ ସେମାନଙ୍କର ଦୈନନ୍ଦିନ ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟରେ ଏହା ସହାୟତା କରିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?