ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲେ

ବାଉଁଶୁଣୀ,୧୩।୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳରେ କିଛିଦିନ ହେଲା ଚାଲିଥିଲା ସେକ୍ସ ର଼୍ୟାକେଟ। ଗୁରୁବାର ରାତିରେ ପୋଲିସ ପାଟ୍ରୋଲିଂ ବେଳେ ରୁଣ୍ଡିମହୁଲ ଛକ ନିକଟ ରାସ୍ତା ପାର୍ଶ୍ୱ ପଡ଼ିଆରେ ଆପତ୍ତିଜନକ ଅବସ୍ଥାରେ ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ପାଇଥିଲା।

ସେଠାରେ ୪ଜଣ ଯୁବକ ଥିଲେ । ପୋଲିସ ଗାଡିକୁ ଦେଖି ୩ ଜଣ ଦୌଡ଼ି ପଳାଇଥିଲେ। ପଚରାଉଚୁରା ବେଳେ ୪ଜଣ ଯୁବକ ମିଶି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଜନୈକା ଯୁବତୀଙ୍କୁ ଆଣି ସେକ୍ସ ର଼୍ୟାକେଟ ଚଳାଉଥିବା ଜଣାପଡ଼ିଛି।

ଯୁବତୀଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଧରାପଡିଥିବା ଯୁବକ ହେଲେ ଜଗୁ ସାହୁ(୨୯)। ତାଙ୍କ ଘର ରୁଣ୍ଡିମହୁଲ ଗ୍ରାମରେ। ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନା ପୋଲିସ ଏକ ମାମଲା (ନଂ.୧୦୧/୨୦୨୧) ରୁଜୁକରି ତଦନ୍ତ ଆରମ୍ଭ କରିଛି। ଜଗୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଖୁବ୍‌ଶୀଘ୍ର ଅନ୍ୟ ୩ଜଣ ଗ୍ରାହକଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କଣ୍ଟାମାଳ ଥାନା ଆଇଆଇସି ଅଶ୍ୱିନୀ ଭିତିରିଆ କହିଛନ୍ତି। କଣ୍ଟାମାଳ ସହ ବାଉଁଶୁଣୀ, ମନମୁଣ୍ଡା, ଜହ୍ନାପଙ୍କ ଅଞ୍ଚଳରେ ମଧ୍ୟ ସେକ୍ସ ର଼୍ୟାକେଟ ଚାଲିଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ ବ୍ୟାନ୍‌ ପ୍ରହସନ

ଅନୁଗୋଳ ଅଫିସ, ୧୦।୧୨: ଅନୁଗୋଳ ସହରକୁ ପଲିଥିନ ମୁକ୍ତ କରିବାକୁ ଗତବର୍ଷ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ଅକ୍ଟୋବର ୨ରୁ ଏହି ନିୟମକୁ ସହରରେ...

ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇବ। ଅପରାହ୍ନ ୩ଟା...

ନେସ୍‌କୋ, ଓ୍ବେସ୍‌କୋ, ସାଉଥ୍‌କୋ ନେବ ଟାଟା

ଭୁବନେଶ୍ୱର,୧୯। ୯(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)କୁ ହାତେଇବା ପରେ ଟାଟା ପାଓ୍ବାର କର୍ପୋରେଶନ ଲିମିଟେଡ ଅନ୍ୟ ୩ଟି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଓ୍ବେଷ୍ଟର୍ନ...

ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ରାଜ୍ୟ ସରକାର ବସ୍‌...

୫ଦିନ କାଳବୈଶାଖୀ, ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୭।୫(ବ୍ୟୁରୋ): ରାଜ୍ୟରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସହ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ,...

କ୍ରଲ୍‌ରେ ରହିବ ‘ରାକେଶ’

ଢେଙ୍କାନାଳ ଅଫିସ, ୧୮।୩ – ଢେଙ୍କାନାଳ ଜିଲା କପିଳାସ ଚିଡ଼ିଆଖାନାର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ପରିସରରେ ବନ୍ଦୀ ଜୀବନ କାଟୁଥିବା ନରହନ୍ତା ଦନ୍ତା ‘ରାକେଶ’କୁ କ୍ରଲ୍‌...

ବରୀ ବ୍ଲକର ୪ କରୋନା ଆକ୍ରାନ୍ତ ସୁସ୍ଥ

ରତ୍ନଗିରି,୧୪।୫(ଡି.ଏନ୍‌.ଏ.)-ଯାଜପୁର ଜିଲାର ୧୫ କରୋନା ଆକ୍ରାନ୍ତ ଗୁରୁବାର ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ବରୀ ବ୍ଲକର ରହିଛନ୍ତି। ସେମାନେ ତଲକାଇପଡା, ଉଦୟନାଥପୁର ଓ...

ଗଡିବନି ବିଶ୍ୱର ସର୍ବୋଚ୍ଚ ରଥ

କେନ୍ଦୁଝର,୧୮ା୬(ସ୍ବ.ପ୍ର.)-କରୋନା କଟକଣା ପାଇଁ ଚଳିତ ବର୍ଷ ବିଶ୍ୱର ସର୍ବୋଚ୍ଚ ରଥ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉଙ୍କ ରଥ ଗଡିବନି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୁରୀ...

Advertisement


Archives

Model This Week