Posted inଜାତୀୟ

ପ୍ରମାଣବିହୀନ ସଜା

ନୂଆଦିଲ୍ଲୀ,୩ା୪: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ସଞ୍ଜୟ ସିଂଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ୬ ମାସ ଜେଲରେ ରହିବା ପରେ ସର୍ବୋଚ୍ଚ ଅଦାଲତଙ୍କଠାରୁ ଏହି ଆଶ୍ୱସ୍ତି ମିଳିଛି। ଅବକାରୀ ଦୁର୍ନୀତି ମାମଲାରେ ଆପ୍‌କୁ ୬୦୦ କୋଟି ଟଙ୍କା ମିଳିଥିଲା ଏବଂ ସାଉଥ୍‌ ଗ୍ରୁପ୍‌କୁ ଅନୁଗ୍ରହ ଦେବା ପାଇଁ ସଞ୍ଜୟ ୨ କୋଟି ଟଙ୍କା ଲାଞ୍ଚ ନେଇଥିଲେ ବୋଲି ଇଡି ଦର୍ଶାଇଥିବାବେଳେ ତାଙ୍କଠାରୁ ଟଙ୍କାଏ ବି ଜବତ ନ ହେବା କେନ୍ଦ୍ରୀୟ ଏଜେନ୍ସିର ଭୂମିକାକୁ ସନ୍ଦେହ ଘେରକୁ ଟାଣି ନେଇଛି। ଏନେଇ ସୁପ୍ରିମକୋର୍ଟ କହିଛନ୍ତି, ଇଡି ସଞ୍ଜୟଙ୍କୁ ଗିରଫ କରିବା ସମୟରେ ତାଙ୍କ ନିକଟରୁ ଟଙ୍କା ଜବତ ହୋଇ ନ ଥିଲା। ଏପରି କି ତାଙ୍କ ବିରୋଧରେ କୌଣସି ଅଭିଯୋଗର ପ୍ରମାଣ ନାହିଁ। ଏହାର ତାତ୍ପର୍ଯ୍ୟ ହେଉଛି, ଟଙ୍କା ଆଦାୟ କରାଯାଇନାହିଁ। ସଞ୍ଜୟଙ୍କୁ ବିନା କୌଣସି ପ୍ରମାଣରେ ୬ ମାସ କାରାଗାରରେ ବନ୍ଦୀ ଜୀବନ ବିତାଇ ଦଣ୍ଡ ଭୋଗିବାକୁ ପଡ଼ିଛି।
୨୦୨୩ ଅକ୍ଟୋବର ୪ରେ ଦିଲ୍ଲୀ ଅବକାରୀ ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଥିଲା। ଏହାର ୩ ମାସ ପରେ ସଞ୍ଜୟ ଉକ୍ତ ମାମଲାରେ ତାଙ୍କର କୌଣସି ଭୂମିକା ନ ଥିବା ଦର୍ଶାଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ନିଜ ଗିରଫଦାରିକୁ ଚ୍ୟାଲେଞ୍ଜ କରିବା ସହ ଜାମିନ ପ୍ରଦାନ ପାଇଁ ଆବେଦନ କରିଥିଲେ। କିନ୍ତୁ ଇଡି ତାଙ୍କ ଜାମିନ ଆବେଦନକୁ ବିରୋଧ କରିବାରୁ ସଞ୍ଜୟ ତିହାର ଜେଲରୁ ମୁକୁଳିପାରି ନ ଥିଲେ। ସେତେବେଳେ ଇଡି ଯୁକ୍ତି ବାଢ଼ିଥିଲା, ଉଚ୍ଛେଦ ହୋଇସାରିଥିବା ୨୦୨୧-୨୨ର ଅବକାରୀ ନୀତି ଦୁର୍ନୀତିରେ ସଞ୍ଜୟଙ୍କ ପ୍ରଚ୍ଛନ୍ନ ଭୂମିକା ଥିଲା। ସଞ୍ଜୟ ସାଉଥ୍‌ ଗ୍ରୁପ୍‌ଠାରୁ ଲାଞ୍ଚ ନେଇ ଏହି ମଦ ବ୍ୟବସାୟୀ ଗୋଷ୍ଠୀକୁ ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ଅହେତୁକ ଅନୁଗ୍ରହ ଦେଖାଇଥିଲେ। ଏଥିପାଇଁ ସେମାନଙ୍କୁ ସୁହାଇବା ଭଳି ଏହି ନୀତିରେ ପରିବର୍ତ୍ତନ କରାଯାଇଥିଲା। ଏପରି କି ସେ ଅନ୍ୟମାନଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲେ, ଯାହାକି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏଫ୍‌ଆଇଆର୍‌ରୁ ସ୍ପଷ୍ଟ ହୋଇଛି। ସଞ୍ଜୟ ଓ ଅନ୍ୟ ଅଭିଯୁକ୍ତମାନଙ୍କ ଯୋଗୁ ଦିଲ୍ଲୀ ରାଜକୋଷକୁ ଅନେକ ଶହ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିବା ଇଡି କହିଥିଲା। ହାଇକୋର୍ଟରେ ନିରାଶ ହେବା ପରେ ସଞ୍ଜୟ ଇଡି କାର୍ଯ୍ୟାନୁଷ୍ଠାନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତରେ ଅପିଲର ଶୁଣାଣି ବେଳେ ସଞ୍ଜୟଙ୍କ ଓକିଲ ଅଭିଷେକମନୁ ସିଙ୍ଘଭୀ କହିଥିଲେ, ଅଭିଯୁକ୍ତରୁ ରାଜସାକ୍ଷୀ ପାଲଟିଥିବା ଦୀନେଶ ଆରୋରାଙ୍କ ବୟାନ ଆଧାରରେ ତାଙ୍କ ମହକିଲଙ୍କୁ ଗିରଫ କରାଯାଇଛି। ଇଡି ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁ ସଞ୍ଜୟଙ୍କୁ ଜାମିନ ଦିଆଗଲେ ଆପତ୍ତି ନାହିଁ ବୋଲି କହିଥିଲେ। ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା, ଦୀପଙ୍କର ଦତ୍ତା ଏବଂ ପି.ବି. ଭରାଲେଙ୍କ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି, ସଞ୍ଜୟ ନିଜ ପ୍ରାରମ୍ଭିକ ବୟାନରେ ସଞ୍ଜୟଙ୍କ ବିରୋଧରେ ସାକ୍ଷ୍ୟ ପ୍ରଦାନ କରି ନ ଥିଲେ। ସେ ନିଜ ଦଶମ ବୟାନରେ ସଞ୍ଜୟଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ। ଏପରି କି ୬ ମାସ ବିତିଯିବା ପରେ ମଧ୍ୟ ଇଡି ଜବତ ଟଙ୍କା ଦେଖାଇପାରି ନାହିଁ। ତେଣୁ ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍‌ଏଲ୍‌ଏ)ର ଧାରା ୪୫ ଅନୁସାରେ ସେ କୌଣସି ଅପରାଧ କରିନାହାନ୍ତି। ସଞ୍ଜୟଙ୍କୁ ରାଜନୈତିକ କାର୍ଯ୍ୟରେ ଯୋଗଦେବାକୁ ଅନୁମତି ଦିଆଯାଉଛି। ତେବେ ସେ ଏହି ମାମଲା ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ। ସମ୍ପୂର୍ଣ୍ଣ ବିଚାର ଶେଷ ହେବା ଯାଏ ସଞ୍ଜୟ ଜେଲ ବାହାରେ ରହିବେ। ସ୍ବତନ୍ତ୍ର କୋର୍ଟ ଜାମିନର ନିୟମ ଓ ସର୍ତ୍ତାବଳୀ ଧାର୍ଯ୍ୟ କରିବେ ବୋଲି ଖଣ୍ଡପୀଠ କହିଛନ୍ତି। ପ୍ରକାଶ ଯେ, ଏହି ମାମଲାରେ ଆପ୍‌ର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବେ ଜେଲରେ ଅଛନ୍ତି। ଏପ୍ରିଲ ୧୯ରୁ ୭ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ମେ’ ୨୫ରେ ଦିଲ୍ଲୀରେ ମତଦାନ ହେବ। ଏହା ପୂର୍ବରୁ ଆପ୍‌ ନେତା ସଞ୍ଜୟଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?