Posted inଖେଳ

ପୂର୍ବତନ ଫୁଟ୍‌ବଲ କୋଚ୍‌ଙ୍କ ବିରୋଧରେ ଗିରଫ ପରଓ୍ବାନା

ନୂଆଦିଲ୍ଲୀ, ୧୨ା୨: ଯୌନ ଶୋଷଣ ଅଭିଯୋଗରେ ଦିଲ୍ଲୀର ଏକ କୋର୍ଟ ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ଟିମ୍‌ର ପୂର୍ବତନ ସହକାରୀ କୋଚ୍‌ ଆଲେକ୍ସ ମାରିଓ ଆମ୍ବ୍ରୋସ୍‌ଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି। ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋସ୍କୋ) ଆଇନର ଧାରା ୧୨ (ଯୌନ ନିର୍ଯାତନା ପାଇଁ ଦଣ୍ଡ ବିଧାନ) ଅନୁସାରେ ଆମ୍ବ୍ରୋସଙ୍କ ବିରୋଧରେ ଦ୍ୱାରକା ସେକ୍ଟର ୨୩ ପୋଲିସ ଷ୍ଟେଶନରେ ଏକ ଏଫ୍‌ଆଇଆର ପଞ୍ଜୀକୃତ କରାଯାଇଥିଲା। ସହକାରୀ କୋଚ୍‌ ଜଣଙ୍କୁ ନରଓ୍ବେରୁ ଡକାଯାଇଛି। ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ଦଳର ୟୁରୋପ ଟୁର୍‌ ସମୟରେ ଏକ ଟ୍ରେନିଂ ବେଳେ ଆମ୍ବ୍ରୋସ ଜଣେ ଖେଳାଳିଙ୍କ ପ୍ରତି ଖରାପ ଆଚରଣ କରିଥିଲେ। ଏହି କାରଣରୁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଗତବର୍ଷ ଜୁଲାଇରେ ଆମ୍ବ୍ରୋସଙ୍କୁ ବରଖାସ୍ତ କରିଥିଲା। ଶୁକ୍ରବାର ଅତିରିକ୍ତ ସେସନ ଜଜ୍‌ ଗଗନଦୀପ ଜିନ୍ଦଲ କୋଡ୍‌ ଅଫ୍‌ କ୍ରିମିନାଲ ପ୍ରୋସିଜିଓରର ଧାରା ୭୦ ଅନୁଯାୟୀ ଏକ ଗିରଫ ପରଓ୍ବାନା ଜାରି କରିଛନ୍ତି। କୋର୍ଟ ଆହୁରି ମଧ୍ୟ ସିଆର୍‌ପିସି ଧାରା ୪୪୬ ଅନୁସାରେ ଏକ ବଣ୍ଡ୍‌ର ଉଲ୍ଲଂଘନ ପାଇଁ ନୋଟିସ ଜାରି କରିଛନ୍ତି। କୋର୍ଟ ପୂର୍ବରୁ ଗତବର୍ଷ ଅକ୍ଟୋବର ୨୭ରେ ଆମ୍ବ୍ରୋସଙ୍କ ବିରୋଧରେ ସମନ ଜାରି କରିଥଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

ଏସୀୟ କ୍ରୀଡ଼ାର ୧୦,୦୦୦ ମିଟର ଦୌଡ଼ରେ ସୀମାଙ୍କ ଐତିହାସିକ ବ୍ରୋଞ୍ଜ ପଦକ

ନାଗୋୟା,୨୪ା୯: ଭାରତୀୟ ଟ୍ରାକ ଆଣ୍ଡ ଫିଲ୍ଡ ଆଥଲେଟ୍‌ ସୀମା ଗୁରୁବାର ମହିଳା ୧୦,୦୦୦ ମି. ବ୍ରୋଞ୍ଜ ପଦକ ଜିତିଛନ୍ତି। ସୀମା ଦୌଡ଼କୁ ୩୨:୫୦.୦୫ ସେକେଣ୍ଡରେ ଶେଷ କରି…

୧୬ ବର୍ଷ ପ୍ରତୀକ୍ଷାର ଅନ୍ତ: ଏସିଆନ୍ ଗେମ୍ସରେ ହିମାଚଳର ଝିଅ ସୀମା ରଚିଲେ ଇତିହାସ, ଭାରତ ପାଇଁ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ,୨୪।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଆଥଲେଟ୍ ସୀମା କୁମାରୀ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ମହିଳା ୧୦,୦୦୦ ମିଟର ରେସ୍ ଇଭେଣ୍ଟରେ ସୀମା ୩୨:୪୧.୫୪…

ପ୍ରତି ମ୍ୟାଚ ପିଛା ୪.୮ କୋଟି ଟଙ୍କା… ଟିମ ଇଣ୍ଡିଆ ପାଇଁ ବଡ଼ ଲାଭ; ବିସିସିଆଇ (BCCI) ପାଇଲା…

ନୂଆଦିଲ୍ଲୀ,୨୪।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ‘ଟାଇଟଲ ସ୍ପନ୍ସର’ (ମୁଖ୍ୟ ପ୍ରାୟୋଜକ) ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ସୂତ୍ରରୁ ମିଳିଥିବା ଖବର…

ଇସ୍ତଫା ଦେବେ ଅଜିତ ଅଗରକର; ଏହି ତାରିଖରେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ ନାମ ଘୋଷଣା କରିବ BCCI

ନୂଆଦିଲ୍ଲୀ,୨୪।୯: ବର୍ତ୍ତମାନ ‘ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ’ (BCCI) ସମ୍ମୁଖରେ ଥିବା ସବୁଠାରୁ ବଡ଼ ସମସ୍ୟା ହେଉଛି ଜଣେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

ତେନ୍ଦୁଲକର, ରୋହିତଙ୍କୁ ପଛରେ ପକାଇଲେ ବିରାଟ! ଟପ୍‌-୫ ବ୍ୟାଟରଙ୍କ ତାଲିକା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୪।୯: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ ୩ ମ୍ୟାଚର ରୋମାଞ୍ଚକର ଦିନିକିଆ ସିରିଜ। କ୍ୟାରିବିୟାନ ଦଳ ବିପକ୍ଷରେ ଭାରତ ମଇଦାନକୁ ଓହ୍ଲାଇଲେ ପ୍ରଶଂସକଙ୍କ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?