Posted inଖେଳ

ପୂର୍ବତନ ଫୁଟ୍‌ବଲ କୋଚ୍‌ଙ୍କ ବିରୋଧରେ ଗିରଫ ପରଓ୍ବାନା

ନୂଆଦିଲ୍ଲୀ, ୧୨ା୨: ଯୌନ ଶୋଷଣ ଅଭିଯୋଗରେ ଦିଲ୍ଲୀର ଏକ କୋର୍ଟ ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ଟିମ୍‌ର ପୂର୍ବତନ ସହକାରୀ କୋଚ୍‌ ଆଲେକ୍ସ ମାରିଓ ଆମ୍ବ୍ରୋସ୍‌ଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି। ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋସ୍କୋ) ଆଇନର ଧାରା ୧୨ (ଯୌନ ନିର୍ଯାତନା ପାଇଁ ଦଣ୍ଡ ବିଧାନ) ଅନୁସାରେ ଆମ୍ବ୍ରୋସଙ୍କ ବିରୋଧରେ ଦ୍ୱାରକା ସେକ୍ଟର ୨୩ ପୋଲିସ ଷ୍ଟେଶନରେ ଏକ ଏଫ୍‌ଆଇଆର ପଞ୍ଜୀକୃତ କରାଯାଇଥିଲା। ସହକାରୀ କୋଚ୍‌ ଜଣଙ୍କୁ ନରଓ୍ବେରୁ ଡକାଯାଇଛି। ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ଦଳର ୟୁରୋପ ଟୁର୍‌ ସମୟରେ ଏକ ଟ୍ରେନିଂ ବେଳେ ଆମ୍ବ୍ରୋସ ଜଣେ ଖେଳାଳିଙ୍କ ପ୍ରତି ଖରାପ ଆଚରଣ କରିଥିଲେ। ଏହି କାରଣରୁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଗତବର୍ଷ ଜୁଲାଇରେ ଆମ୍ବ୍ରୋସଙ୍କୁ ବରଖାସ୍ତ କରିଥିଲା। ଶୁକ୍ରବାର ଅତିରିକ୍ତ ସେସନ ଜଜ୍‌ ଗଗନଦୀପ ଜିନ୍ଦଲ କୋଡ୍‌ ଅଫ୍‌ କ୍ରିମିନାଲ ପ୍ରୋସିଜିଓରର ଧାରା ୭୦ ଅନୁଯାୟୀ ଏକ ଗିରଫ ପରଓ୍ବାନା ଜାରି କରିଛନ୍ତି। କୋର୍ଟ ଆହୁରି ମଧ୍ୟ ସିଆର୍‌ପିସି ଧାରା ୪୪୬ ଅନୁସାରେ ଏକ ବଣ୍ଡ୍‌ର ଉଲ୍ଲଂଘନ ପାଇଁ ନୋଟିସ ଜାରି କରିଛନ୍ତି। କୋର୍ଟ ପୂର୍ବରୁ ଗତବର୍ଷ ଅକ୍ଟୋବର ୨୭ରେ ଆମ୍ବ୍ରୋସଙ୍କ ବିରୋଧରେ ସମନ ଜାରି କରିଥଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବକ୍ସିଂ କୋଚ୍‌ ଓ.ପି. ଭରଦ୍ୱାଜଙ୍କ ପରଲୋକ

ନୂଆଦିଲ୍ଲୀ,୨୨।୫(ପି.ଟି.): ଜଣାଶୁଣା ବକ୍ସିଂ କୋଚ୍‌ ଓ.ପି. ଭରଦ୍ୱାଜ ୮୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ବକ୍ସିଂରେ ସେ ଭାରତର ପ୍ରଥମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଜିତିଥିଲେ।...

ସିଏସ୍‌କେ ୩ରୁ ୩

ଆବୁଧାବି,୨୬।୯: ଚଳିତ ଆଇପିଏଲ ସିଜନରେ ଫେଜ-୨ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିଜୟ ଧାରା ଜାରି ରଖିଛି। ୩ରୁ ୩ ମ୍ୟାଚ୍‌ରେ ବିଜୟୀ ହୋଇଛି ମହେନ୍ଦ୍ର...

ସୂର୍ଯ୍ୟକୁମାର ନୁହେଁ ବରଂ ଏହି ଖେଳାଳି ହୃଦୟ ଜିତିଲେ ବୋଲି କହିଲେ ସେହଓ୍ବାଗ୍‌, ଏଭଳି କଲେ ପ୍ରଶଂସା

ନୂଆଦିଲ୍ଲୀ,୧୯।୩: ଗୁରୁବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ର ଚତୁର୍ଥ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ।  ତାଙ୍କର ୫୭ରନ୍‌ର ପାଳିକୁ ଅନେକ...

କେବଳ ଖେଳ ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟ ଏହି ଖେଳାଳି

କର୍ନାଟକର ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ପଦାର୍ପଣ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆରେ ସେ ୮.୧ ଓଭର ବୋଲିଂ...

ଓ୍ବାର୍ନରଙ୍କ ଉଇକେଟ୍‌ ନେବାପରେ ୫୦ ହଜାର ଟଙ୍କାର ଉପହାର ଜିତିଲେ ଆର୍ଚର

ଦୁବାଇ, ୧୨।୧୦: ଇଂଲଣ୍ଡର ଷ୍ଟାର୍‌ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଚଳିତ ସିଜନରେ ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି। ରବିବାର...

ଟି୨୦ ବିଶ୍ୱକପ୍‌ ପାଇଁ ପାକିସ୍ତାନ ଖେଳାଳିଙ୍କୁ ଦିଆଯିବ ଭିଜା : ବିସିସିଆଇ

ନୂଆଦିଲ୍ଲୀ,୧।୪: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମଧ୍ୟରେ ଭାରତରେ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହି ଆଇସିସି ଇଭେଣ୍ଟ ଲାଗି ପାକିସ୍ତାନ ଖେଳାଳିଙ୍କୁ ନିଶ୍ଚିତ ଭିଜା ପ୍ରଦାନ...

କୋହଲିଙ୍କ ଉପରେ ଆଇସିସି ଲଗାଇପାରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୧।୩: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜର ଶେଷ ମ୍ୟାଚ୍‌ରେ ଅତିଥି ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ବଟଲରଙ୍କ ସହ ଯୁକ୍ତିତର୍କ...

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ: ଭାରତୀୟ ସମ୍ଭାବ୍ୟ ଦଳ ଘୋଷିତ

ନୂଆଦିଲ୍ଲୀ, ୫ା୭ (ପି.ଟି.)-ଜୁଲାଇ ୭ରୁ ଅହମ୍ମଦାବାଦର ଏକା ଆରେନାଠାରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍‌ବଲ ଟୁର୍ନାମେଣ୍ଟ ହେବ। ଏଥିଲାଗି ଭାରତୀୟ ଫୁଟ୍‌ବଲ ଟିମ୍‌ କୋଚ୍‌ ଇଗୋର ଷ୍ଟିମାକ୍‌ ଶୁକ୍ରବାର...

Advertisement
Archives

Model This Week