Posted inଜାତୀୟ

ବ୍ରିଜ୍‌ଭୂଷଣଙ୍କୁ ଗିରଫ କର: କେନ୍ଦ୍ରକୁ ୧୦ ଦିନିଆ ମହଲତ

ନୂଆଦିଲ୍ଲୀ,୮ା୫: ଯୌନ ନିର୍ଯାତନା ମାମଲାରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କୁ ୧୦ ଦିନ ମଧ୍ୟରେ ଗିରଫ କର। ନଚେତ୍‌ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। ନୂଆଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରତ କୁସ୍ତିଯୋଦ୍ଧା ଓ ସେମାନଙ୍କ ସମର୍ଥନରେ ଆଗେଇ ଆସିଥିବା ଖାପ୍‌ ପଞ୍ଚାୟତ ସଦସ୍ୟମାନେ ରବିବାର କେନ୍ଦ୍ର ସରକାରଙ୍କୁ ଏପରି ଚେତାବନୀ ଦେଇଛନ୍ତି।
ହରିୟାଣା, ରାଜସ୍ଥାନ ଓ ପଶ୍ଚିମ ଉତ୍ତରପ୍ରଦେଶର ପ୍ରାୟ ୨୫୦ ଖାପ୍‌ ପଞ୍ଚାୟତ ଏବଂ କୃଷକ ସଙ୍ଗଠନ ପ୍ରତିନିଧି ବିକ୍ଷୋଭରତ କୁସ୍ତିଯୋଦ୍ଧାଙ୍କ ସହ ରବିବାର ସାମିଲ ହୋଇଥିଲେ। ସେମାନେ ବ୍ରିଜ୍‌ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ରକୁ ୧୦ ଦିନ ମହଲତ ଦେଇଛନ୍ତି। ୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ସେମାନେ ପୁଣି ଏକାଠି ହୋଇ ବୈଠକ କରିବେ। ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରାଯିବ ବୋଲି ଦିଲ୍ଲୀର ପାଲମ୍‌ ଖାପ୍‌ ପଞ୍ଚାୟତ ଅଧ୍ୟକ୍ଷ ସୁରେନ୍ଦ୍ର ସୋଲାଙ୍କି କହିଛନ୍ତି। ପ୍ରତିଦିନ ଗୋଟିଏ ଲେଖାଏ ଖାପ୍‌ ପଞ୍ଚାୟତ ଓ ଏହାର ସଦସ୍ୟ ଯନ୍ତରମନ୍ତର ଧାରଣାରେ ସାମିଲ ହେବେ। କୁସ୍ତିଯୋଦ୍ଧାମାନେ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ଭବିଷ୍ୟତ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ମହିଳା କୁସ୍ତିଯୋଦ୍ଧାମାନଙ୍କ ସମର୍ଥନରେ ଦେଶର ୪ଟି ମହିଳା ସଂଗଠନ ଆଗେଇ ଆସିଛି। ଯୌନ ନିର୍ଯାତନାରେ ସମ୍ପୃକ୍ତ ଭାଜପା ଏମ୍‌ପି ବ୍ରିଜ୍‌ ଭୂଷଣଙ୍କ ସମେତ ହରିୟାଣା ମନ୍ତ୍ରୀ ସନ୍ଦୀପ ସିଂଙ୍କୁ ତୁରନ୍ତ ଗିରଫ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଚଳାଇବାକୁ ସେମାନେ ମିଳିତ ଆହ୍ବାନ ଦେଇଛନ୍ତି। ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଘ, ଭାରତୀୟ ମହିଳା ଜାତୀୟ ମହାସଂଘ, କୋଅପରେଶନ ପିଓଡବ୍ଲ୍ୟୁ-ପିଏମ୍‌ଏସ୍‌-ଆଇଜେଏମ୍‌ ଅଲ୍‌ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ଏବଂ ଅଲ୍‌ ଇଣ୍ଡିଆ ଅଗ୍ରଗାମୀ ମହିଳା ସଂଗଠନ ପକ୍ଷରୁ ବିକ୍ଷୋଭକାରୀ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜ୍ଞାପନ କରାଯାଇଛି। ଇତିମଧ୍ୟରେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗଟଙ୍କ ଭଳି ରେସ୍‌ଲରମାନେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଛନ୍ତି।
ପ୍ରକାଶ ଯେ, ଗତ ଜାନୁୟାରୀରେ ୬୬ ବର୍ଷୀୟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଅନ୍ତର୍ଜାତୀୟ ମହିଳା କୁସ୍ତିଯୋଦ୍ଧା ଓ ଅଲିମ୍ପିଆଡ୍‌ମାନେ ମାନସିକ ନିର୍ଯାତନା ଏବଂ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ତାଙ୍କୁ ଗିରଫ କରି ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ପଦରୁ ହଟାଇବା ଦାବିରେ ସେମାନେ ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର କୁସ୍ତିଯୋଦ୍ଧାମାନଙ୍କ ସହ ଆଲୋଚନା କରି ତଦନ୍ତ କମିଟି ଗଠନ କରିଥିଲେ। କିନ୍ତୁ ସେଥିରୁ କିଛି ସୁଫଳ ନ ମିଳିବାରୁ କୁସ୍ତିଯୋଦ୍ଧାମାନେ ଯନ୍ତରମନ୍ତରରେ ପୁଣି ଧାରଣା ଦେଇଛନ୍ତି। ଏତଲା ସତ୍ତ୍ୱେ ଦିଲ୍ଲୀ ପୋଲିସ ଏଫ୍‌ଆଇଆର୍‌ ନ କରିବାରୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପରେ ଦିଲ୍ଲୀ ପୋଲିସ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ୨ଟି ଏଫ୍‌ଆଇଆର୍‌ ରୁଜୁ କରିଛି। ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ (ପୋକ୍ସୋ) ଆଇନ ବଳରେ ପ୍ରଥମ ମାମଲା ରୁଜୁ ହୋଇଥିବାବେଳେ ଶାଳୀନତା ଭଙ୍ଗ ଅଭିଯୋଗରେ ଦ୍ୱିତୀୟ ଏଫ୍‌ଆଇଆର୍‌ ହୋଇଛି। ପୋକ୍ସୋ ଆଇନରେ ମାମଲା ରୁଜୁ ହୋଇଥିବାରୁ ବ୍ରିଜ୍‌ଭୂଷଣ ଗିରଫ ହେଲେ ଜାମିନ ପାଇବେ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?