Posted inଜାତୀୟ

୧୯୮୮ ପରଠୁ ପଦ ହରାଇଲେଣି ୪୨ ଏମ୍‌ପି

ନୂଆଦିଲ୍ଲୀ,୮ା୫: ଲୋକ ସଭାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦ୍ୟ ଅଯୋଗ୍ୟତା ଜନ ପ୍ରତିନିଧି ଆଇନର ନିୟମ ଉପରେ ବିତର୍କ ସୃଷ୍ଟି କରିଛି, ଯାହା ବଳରେ ୧୯୮୮ ମସିହାରୁ ଅଦ୍ୟାବଧି ୪୨ ଏମ୍‌ପି ନିଜ ପଦ ହରାଇଲେଣି। ୨୦୦୪ ମେ’ ୧୭ରୁ ୨୦୦୯ ମେ’ ୧୮ ପର୍ଯ୍ୟନ୍ତ ଚତୁର୍ଦ୍ଦଶ ଲୋକ ସଭା ଚାଲିଥିବାବେଳେ ‘ପ୍ରଶ୍ନ ପାଇଁ ଟଙ୍କା’ ଦୁର୍ନୀତି ଏବଂ କ୍ରସ୍‌ଭୋଟିଂରେ ଜଡ଼ିତ ସର୍ବାଧିକ ୧୯ ଆଇନପ୍ରଣେତା ନିଜ ସଦସ୍ୟତା ହରାଇଥିଲେ।
ଲୋକ ସଭାରୁ ସଦସ୍ୟମାନଙ୍କୁ ରାଜନୈତିକ ଆନୁଗତ୍ୟ ପରିବର୍ତ୍ତନ, ଅଶୋଭନୀୟ ଆଚରଣ ପ୍ରଦର୍ଶନ, କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଅନୂ୍ୟନ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇବା ଭଳି ବିଭିନ୍ନ କାରଣରୁ ଅଯୋଗ୍ୟ ଘୋଷଣା କରାଯାଇଥାଏ। ଅଯୋଗ୍ୟତାର ସଦ୍ୟତମ ପର୍ଯ୍ୟାୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ମହମ୍ମଦ ଫୈଜାଲ ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ନେତା ଅଫ୍‌ଜଲ ଅନ୍‌ସାରୀ ଅନ୍ତର୍ଭୁକ୍ତ। ଜଣେ ଏମ୍‌ପି କିମ୍ବା ବିଧାୟକ କୌଣସି ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ କିମ୍ବା ତଦୂର୍ଦ୍ଧ୍ୱ ବର୍ଷ ଜେଲ ଦଣ୍ଡାଦେଶ ପାଇଲେ ଲୋକ ପ୍ରତିନିଧି ଆଇନ, ୧୯୫୧ ଧାରା ୮(୩) ଅନୁସାରେ ତାଙ୍କ ସଦସ୍ୟତା ସ୍ବତଃ ରଦ୍ଦ ହୋଇଥାଏ।
ଲାକ୍ଷାଦ୍ୱୀପରୁ ପ୍ରତିନିଧିତ୍ୱ କରୁଥିବା ମହମ୍ମଦ ଫୈଜଲ ୨୦୧୯ ଲୋକ ସଭା ନିର୍ବାଚନ ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଏମ୍‌. ସୟିଦଙ୍କ ଜ୍ୱାଇଁ ମହମ୍ମଦ ସାଲିହଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ କେରଳର କଭରଟ୍ଟି ସେସନ୍ସ କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ଫୈଜଲଙ୍କୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଏବଂ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଥିଲେ। ଗତ ଜାନୁୟାରୀ ୧୩ରେ ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଫୈଜଲଙ୍କ ଦଣ୍ଡାଦେଶ ଉପରେ କେରଳ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିବା ପରେ ତାଙ୍କ ସଦସ୍ୟତା ନିଲମ୍ବନକୁ ପ୍ରତ୍ୟାହାର ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାର୍ଚ୍ଚ ୨୯ରେ ଜଷ୍ଟିସ୍‌ କେ.ଏମ୍‌. ଖାନ୍‌ଓ୍ବିଲକର ଏବଂ ବି.ଭି. ନାଗରନତ୍ାଙ୍କ ଖଣ୍ଡପୀଠ ଫୈଜଲଙ୍କ ଆବେଦନକୁ ଗ୍ରହଣ କରିବା ପରେ ତାଙ୍କୁ ଲୋକ ସଭାରେ ପୁନଃ ଅବସ୍ଥାପିତ କରାଯାଇଛି।
ଏହା ପୂର୍ବରୁ ‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ଗୁଜରାଟର ସୁରଟ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା କଂଗ୍ରେସ ନେତା ରାହୁଲଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ହୋଇଛି। ୨୦୧୯ ଏପ୍ରିଲ ୧୩ରେ କର୍ନାଟକର କୋଲାରଠାରେ ନିର୍ବାଚନ ପ୍ରଚାର ବେଳେ ରାହୁଲ ଏକ ସଭାକୁ ସମ୍ବୋଧିତ କରି କହିଥିଲେ, ନୀରବ ମୋଦି (ହୀରା ବ୍ୟବସାୟୀ), ଲଳିତ ମୋଦି (ଆଇପିଏଲ୍‌ର ପୂର୍ବତନ କମିଶନର) ଓ ନରେନ୍ଦ୍ର ମୋଦି (ପ୍ରଧାନମନ୍ତ୍ରୀ)ଙ୍କ ଭଳି ସବୁ ମୋଦି ସାଙ୍ଗିଆଧାରୀ କାହିଁକି ଚୋର ବାହାରୁଛନ୍ତି। ମୋଦି ଉପନାମଧାରୀ ଆଉ କେଉଁମାନେ ଚୋର ତାହା ଖୋଜିଲେ ଜଣାପଡ଼ିବ। ପ୍ରଧାନମନ୍ତ୍ରୀଙ୍କ ଉପରେ ଏହି ଆପତ୍ତିଜନକ ମନ୍ତବ୍ୟକୁ ନେଇ ଗୁଜରାଟର ପୂର୍ବତନ ମନ୍ତ୍ରୀ ଥିବା ତଥା ଭାଜପାର ସୁରଟ ଓ୍ବେଷ୍ଟ ବିଧାୟକ ପୂର୍ଣ୍ଣେଶ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାହୁଲ ମୋଦି ସମ୍ପ୍ରଦାୟକୁ ଅପମାନିତ କରିଥିବା ଦର୍ଶାଇ ତାଙ୍କ ବିରୋଧରେ ପୂର୍ଣ୍ଣେଶ ଏତଲା ଦେଇଥିଲେ। ଏହି ଆପରାଧିକ ମାନହାନି ମାମଲାରେ ସୁରଟର ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଏଚ୍‌.ଏଚ୍‌. ବର୍ମା ଗତ ମାର୍ଚ୍ଚ ୨୪ରେ ରାହୁଲଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୪୯୯ ଓ ୫୦୦ ବଳରେ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏପ୍ରିଲ ୨୫ରେ ରାହୁଲ ଉକ୍ତ ରାୟକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ସେହିପରି ଗତ ୧ ତାରିଖରେ ଉତ୍ତର ପ୍ରଦେଶସ୍ଥିତ ଗାଜିପୁର ଆସନର ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି ଅଫ୍‌ଜଲ ଅନ୍‌ସାରୀ ଲୋକ ସଭା ସଦସ୍ୟତା ହରାଇଛନ୍ତି। ୨୦୦୫ ନଭେମ୍ବର ୨୯ରେ ଗାଜିପୁର ଭାଜପା ବିଧାୟକ କ୍ରିଷ୍ଣାନନ୍ଦ ରାଏଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ଏହି ଅଭିଯୋଗରେ ୨୦୦୭ ନଭେମ୍ବର ୨୨ରେ ମହମ୍ମଦାବାଦର କୋଟ୍‌ଓ୍ବାଲି ଥାନାରେ ଗ୍ୟାଙ୍ଗ୍‌ଷ୍ଟର ଆଇନ ବଳରେ ମାମଲା ରୁଜୁ କରାଯାଇଥିଲା। ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଗତ ଏପ୍ରିଲ ୨୯ରେ ଅଫ୍‌ଜଲଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ କାରାଦଣ୍ଡାଦେଶ ଶୁଣାଇଥିଲେ।
୧୯୮୫ରେ ପ୍ରଣୀତ ଦଳ ବଦଳ ଆଇନ ବଳରେ ଲୋକ ସଭା ସଦସ୍ୟତା ହରାଇଥିବା ପ୍ରଥମ ଏମ୍‌ପି ହେଉଛନ୍ତି କଂଗ୍ରେସର ଲାଲଦୁହୋମା। ନବମ ଲୋକ ସଭା ବେଳେ ତତ୍କାଳୀନ ଜନତା ଦଳ ନେତା ଭି.ପି. ସିଂଙ୍କ ମେଣ୍ଟ ସରକାର ଅମଳରେ ଦଳ ବଦଳ ଆଇନ ପ୍ରୟୋଗ କରି ୯ ଏମ୍‌ପିଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ତେବେ ଚତୁର୍ଦ୍ଦଶ ଲୋକ ସଭାରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ ୧୦ ଏମ୍‌ପି ନିଜ ପଦ ହରାଇଥିଲେ। ସେମାନଙ୍କ ମଧ୍ୟରେ ଭାଜପାର ୬, ବିଏସ୍‌ପିର ୨ ଏବଂ କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ଜଣେ ଲେଖାଏ ସଦସ୍ୟ ଥିଲେ। ବିଏସ୍‌ପିର ଜଣେ ରାଜ୍ୟ ସଭା ସଦସ୍ୟ ମଧ୍ୟ ଉଚ୍ଚ ସଦନରୁ ନିଜ ପ୍ରତିନିଧିତ୍ୱ ଯୋଗ୍ୟତା ହରାଇଥିଲେ। ଆମେରିକା ସହ ଭାରତର ଆଣବିକ ଚୁକ୍ତି ପ୍ରସଙ୍ଗରେ ୨୦୦୮ ଜୁଲାଇରେ ତତ୍କାଳୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା-୧) ସରକାରଠାରୁ ବାମପନ୍ଥୀମାନେ ସମର୍ଥନ ପ୍ରତ୍ୟାହାର କରିଥିଲେ। ସେହି ସମୟରେ କ୍ରସ୍‌ଭୋଟିଂ କରି ଉପା ସରକାରଙ୍କୁ ବଞ୍ଚାଇଥିବା ୯ ଏମ୍‌ପିଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା। ଦଶମ ଲୋକ ସଭା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଏକ ମେଣ୍ଟ ସରକାରର ନେତୃତ୍ୱ ନେଇଥିଲେ। ସେହି ସମୟରେ ଦଳ ବଦଳ ଆଇନ ବଳରେ ୪ ଜଣ ଏମ୍‌ପି ଲୋକ ସଭା ସଦସ୍ୟତା ହରାଇଥିଲେ। ଏହି ଆଇନ ବଳରେ ମୁଫ୍‌ତି ମହମ୍ମଦ ସୟିଦ (୧୯୮୯), ସତ୍ୟପାଲ ମଲ୍ଲିକ (୧୯୮୯), ଶରଦ ଯାଦବ (୨୦୧୭) ଓ ଅଲି ଅନ୍‌ଓ୍ବର (୨୦୧୭) ରାଜ୍ୟ ସଭାର ସଦସ୍ୟତା ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?