ଅଗଷ୍ଟ ୧୮ ଯାଏ ଜେଲରେ ରହିବେ ପାର୍ଥ-ଅର୍ପିତା

କୋଲକାତା,୫।୮: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୧୮ ଯାଏ ଅର୍ଥାତ ଆସନ୍ତା ୧୪ ଦିନ ଯାଏ ଜେଲରେ ରହିବେ। ଉଭୟଙ୍କୁ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରି ଜେରା କରୁଥିଲା। ଶୁକ୍ରବାର ରିମାଣ୍ଡ ଅବଧି ଶେଷ ହେଉଥିବାରୁ ସେମାନଙ୍କୁ କୋଲକାତା ସିଟି ସେସନ୍ସ କୋର୍ଟରେ ହାଜର କରାଯାଇଥିଲା। ମାମଲାର ଶୁଣାଣି କରି କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବା ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି।

ଜୁଲାଇ ୨୩ ତାରିଖରୁ ପାର୍ଥ ଓ ଅର୍ପିତାଙ୍କୁ ଇଡି ନିଜ ହେପାଜତରେ ରଖିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ ଅର୍ପିତାଙ୍କର ଦୁଇଟି ଘରୁ ନଗଦ ୫୦ କୋଟି ଟଙ୍କା ଓ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ ହୋଇଥିଲା। ଏହାପରେ ପ୍ରଥମେ ପାର୍ଥ ଓ ପରେ ଅର୍ପିତାଙ୍କୁ ଗିରଫ କରାଯାଇଥିଲା। ଶୁକ୍ରବାର ଏହାର ଶୁଣାଣି ବେଳେ ପାର୍ଥଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ। ଏବେ ସେ ଜଣେ ସାମାନ୍ୟ ବ୍ୟକ୍ତି। ତେଣୁ ସେ ଫେରାର ହେବେ ନାହିଁ। ଏପରିକି ସେ ବିଧାୟକପଦ ଛାଡ଼ିବା ନେଇ ବିଚାର କରୁଥିବା କହିଥିଲେ। ହେଲେ କୋର୍ଟ ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା

ହାଇଦ୍ରାବାଦ,୩୧।୩: ତେଲେଙ୍ଗାନାର ବିକାରାବାଦ ଜିଲାର ଏକ ଗାଁରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ସମ୍ପୃକ୍ତ ୨୦ ବର୍ଷୀୟ ଯୁବକଙ୍କୁ ପୋଲିସ...

ଆଜମେର-ଭାଗଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ପଥରମାଡ

ପାଟନା,୧୬।୧୨: ବିହାର ଲଖିସରାୟ ଜିଲାର ଆଜମେରରୁ ଆସୁଥିବା ଆଜମେର-ଭାଗଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ସୋମବାର କିଛି ଦୁର୍ବୃତ୍ତ ପଥରମାଡ କରିଛନ୍ତି। କିଉଲ-ପାଟନା ରେଳଖଣ୍ଡର ମେକରା ହାଲ୍ଟ ନିକଟରେ...

ମଦ କିଣିବାର ବୟସ କମିଲା: ଜାଣନ୍ତୁ କେଉଁ ରାଜ୍ୟରେ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ସରକାର ଏକ୍ସାଇଜ ନୀତିରେ ବଡ ପରିବର୍ତ୍ତନ ଘୋଷଣା କରିଛନ୍ତି। ସରକାରଙ୍କ ନୂଆ ନିୟମ ଅନୁସାରେ ଏବେ ରାଜଧାନୀରେ ମଦ କିଣିବାର ଆଇନଗତ ବୟସ...

ପୁଣି ନୂଆ ବିପଦ: କରୋନା ଯୋଗୁ ପ୍ରଜନନ କ୍ଷମତା ହରାଇ ବସୁଛନ୍ତି ପୁରୁଷ !

ନୂଆଦିଲ୍ଲୀ, ୩୦।୮: କରୋନା ମହାମାରୀର ପ୍ରଭାବ ଯୋଗୁ ପରବର୍ତ୍ତୀ ସମୟରେ ନୂଆ ବିପଦ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। କରୋନା ପ୍ରଭାବରେ ପୁରୁଷ ପ୍ରଜନନ କ୍ଷମତା...

ଧାର୍ମିକସ୍ଥଳ ଖୋଲିବା ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ଧାର୍ମିକ ସ୍ଥଳ ବନ୍ଦ ରହିଛି। ଧାର୍ମିକସ୍ଥଳ ଖୋଲିବା ନେଇ ଦାଖଲ କରାଯାଇଥିବା ଏକ ଆବେଦନ ଉପରେ...

ଚଳିତ ବର୍ଷ ଶେଷସୁଦ୍ଧା ଭାରତକୁ ଆସିବ କରୋନା ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’ !

ନୂଆଦିଲ୍ଲୀ,୬।୪: ଦିନକୁ ଦିନ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ରୋକିବା ପାଇଁ ପ୍ରତିଷେଧକ ଟୀକା ‘କୋରୋଫ୍ଲୁ’ ଚଳିତ ବର୍ଷ ଶେଷସୁଦ୍ଧା ଭାରତକୁ ଆସିବାର...

ଆଶିଷଙ୍କୁ ଦୋହରା ଝଟ୍‌କା, ୨୬ ଏପ୍ରିଲ୍‌ରେ ଜିଲା ଅଦାଲତରେ ଅଭିଯୋଗ ଶୁଣାଣି…

ନୂଆଦିଲ୍ଲୀ, ୧୯।୪ : ଲଖିମପୁର ଖେରୀର ତିକୁନିଆ ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଦୋହରା ଝଟ୍‌କା ଲାଗିଛି। ବର୍ତ୍ତମାନ, ଜିଲା କୋର୍ଟରେ ଅଭିଯୋଗର ଅଭିଯୋଗ...

ଗୋଟିଏ ପରିବାରର ମା’-ଝିଅଙ୍କ ସମେତ ୩ ଜଣଙ୍କୁ ହତ୍ୟା, ବେକରେ ରହିଛି ନଖ ଚିହ୍ନ

ଝାରସୁଗୁଡ଼ା ଅଫିସ,୨୨ା୯: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ା ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ମା-ଝିଅଙ୍କ ସମେତ ୩ ଜଣଙ୍କୁ...

Advertisement
Archives

Model This Week