୪୩ ଶିଶୁଙ୍କ ଜୀବନ ନେଲାଣି ସେନା

ନାପିତାଉ,୩ା୪: ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କ କ୍ଷମତା ଅପହରଣ କରି ନୋବେଲ ବିଜୟିନୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କୁ ଜେଲ୍‌ରେ ପୂରାଇବାର ୨ ମାସ ମଧ୍ୟରେ ୫୩୬ ଜଣଙ୍କ ଜୀବନ ନେଲାଣି ମ୍ୟାନ୍‌ମାର ସେନା। ମୃତକଙ୍କ ମଧ୍ୟରେ ଅନୂ୍ୟନ ୪୩ ଶିଶୁ ରହିଛନ୍ତି। ସର୍ବକନିଷ୍ଠ ମୃତକଙ୍କ ବୟସ ୬ ବର୍ଷ ବୋଲି ‘ସେଭ୍‌ ଦି ଚିଲ୍‌ଡ୍ରେନ୍‌’ ପକ୍ଷରୁ କୁହାଯାଇଛି। ଉକ୍ତ ଶିଶୁ ଅଧିକାର ସଙ୍ଗଠନ ମତରେ ଦକ୍ଷିଣ ଏସିଆର ଏହି ରାଷ୍ଟ୍ର ବର୍ତ୍ତମାନ ଭୟାବହ ସ୍ଥିତି ଦେଇ ଗତି କରୁଛି।
ଦୁଇମାସ ତଳେ ସ୍ୟୁ ଚୀଙ୍କ ଦଳ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି (ଏନ୍‌ଏଲ୍‌ଡି)କୁ ନିର୍ବାଚନରେ ବିପୁଳ ସଫଳତା ମିଳିଥିଲା। ଫେବୃୟାରୀ ୧ରେ ମ୍ୟାନ୍‌ମାର ସେନା କମାଣ୍ଡର-ଇନ୍‌-ଚିଫ୍‌ ମିନ୍‌ ଅଙ୍ଗ୍‌ ହାଇଙ୍ଗ୍‌ ସ୍ୟୁ ଚୀଙ୍କୁ କ୍ଷମତାଚ୍ୟୁତ କରି ଶାସନ ନିଜ ହାତକୁ ନେଇଥିଲେ। ମ୍ୟାନ୍‌ମାରକୁ ପୁଣିଥରେ ସାମରିକ ଶାସନ ଫେରିଥିଲା। ଏହାର ପ୍ରତିବାଦରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ସେନା ଶାସନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ପ୍ରଥମେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ସୈନ୍ୟମାନେ ଓ୍ବାଟର କ୍ୟାନନରୁ ପାଣିବର୍ଷା ସହ ଲୁହବୁହା ବାଷ୍ପ ପ୍ରୟୋଗ କରୁଥିଲେ। ସପ୍ତାହେ ପରେ ରବର ବୁଲେଟ ଓ ଗୁଳିଗୋଳା ଚଳାଇ ଲୋକଙ୍କ ଜୀବନ ନେବାରେ ଲାଗିଲେ। ସେନାର ସବୁଠୁ ଘାତକ ଆକ୍ରମଣ ଦେଖିବାକୁ ମିଳିଥିଲା ଶନିବାର। ଗୁଳି ବର୍ଷରେ ନିହତ ହୋଇଥିଲେ ଶତାଧିକ ବିକ୍ଷୋଭକାରୀ।
ଇତିମଧ୍ୟରେ କ୍ଷମତାଚ୍ୟୁତ ନେତ୍ରୀ ସ୍ୟୁ ଚୀଙ୍କ ବିରୋଧରେ ଦେଶର ଅଫିସିଆଲ ସିକ୍ରେଟ୍ସ ଆକ୍ଟ ଲାଗୁ କରାଯାଇଛି। ତାଙ୍କ ସହ ୪ ସହଯୋଗୀଙ୍କ ବିରୋଧରେ ଆଗତ ଗୋପନୀୟତା ଉଲ୍ଲଂଘନ ଅଭିଯୋଗ ପ୍ରମାଣିତ ହେଲେ ସେମାନଙ୍କୁ ୧୪ ବର୍ଷ ଲେଖାଏ ଜେଲରେ ରହିବାକୁ ପଡ଼ିପାରେ। ଏହା ପୂର୍ବରୁ ସେନା ସ୍ୟୁ ଚୀଙ୍କ ବିରୋଧରେ ବେଆଇନ ଭାବେ ଓ୍ବାକି-ଟକି ରଖିବା, ନିର୍ବାଚନ ସମୟରେ କୋଭିଡ୍‌-୧୯ କଟକଣା ଉଲ୍ଲଂଘନ ଏବଂ ଭୟ ସୃଷ୍ଟିକାରୀ ତଥ୍ୟ ପ୍ରକାଶ କରିବା ଭଳି ଅଭିଯୋଗ ଆଣିସାରିଛି। ଦେଶରେ ଗଣତନ୍ତ୍ର ସପକ୍ଷବାଦୀ ବିକ୍ଷୋଭ ତେଜିବାରେ ଲାଗିଥିବାରୁ ଯେକୌଣସି ମୁହୂର୍ତ୍ତରେ ବଡ଼ ଧରଣର ରକ୍ତପାତ ହୋଇପାରେ ବୋଲି ମ୍ୟାନ୍‌ମାରରେ ଜାତିସଂଘ ପ୍ରତିନିଧି ଆଶଙ୍କା ବ୍ୟକ୍ତ କରିଛନ୍ତି। ସୀମାରେ ସେନା ଓ ସଂଖ୍ୟାଲଘୁ ମିଲିସିଆଙ୍କ ମଧ୍ୟରେ ଚାଲିଥିବା ଲଢ଼େଇକୁ ଦୃଷ୍ଟିରେ ରଖି ଏପରି ଚେତାବନୀ ଦିଆଯାଇଛି। ଜାତିସଂଘ ସମେତ ଅନେକ ସଙ୍ଗଠନ ନିଜ କର୍ମଚାରୀଙ୍କ ପରିବାରକୁ ମ୍ୟାନ୍‌ମାର ଛାଡ଼ି ଚାଲିଯିବା ପାଇଁ ପରାମର୍ଶ ଦେଇଛନ୍ତି।

୬ ବର୍ଷୀୟାଙ୍କୁ ବି ଛାଡ଼ିଲେନି
ସଶସ୍ତ୍ର ବଳ ବୁଧବାର ବିକ୍ଷୋଭକାରୀଙ୍କୁ କରିଥିବା ଆକ୍ରମଣରେ ୬ ବର୍ଷର ଝିଅ ଖିନ୍‌ ମ୍ୟୋ ଚିଟ୍‌ ପ୍ରାଣ ହରାଇଥିଲେ। ମଣ୍ଡଲେୟ ସହରସ୍ଥିତ ଘରେ ପୋଲିସ ଚଢ଼ାଉ ବେଳେ ଖିନ୍‌ ତାଙ୍କ ବାପାଙ୍କ ଆଡ଼କୁ ଧାଉଁଥିବାବେଳେ ଗୁଳିମାଡ଼ ହୋଇଥିଲା। ଏଥିରେ ସେ ଟଳିପଡ଼ିଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ସେମାନେ କବାଟକୁ ଗୋଇଠା ମାରିଥିଲେ। କବାଟ ଖୋଲିବା ପରେ ତୁମ ଘରେ ଆଉ କିଏ ଅଛନ୍ତି ବୋଲି ବାପାଙ୍କୁ ପଚାରିଥିଲେ। କେହି ନାହାନ୍ତି ବୋଲି ବାପା ଉତ୍ତର ଦେବାରୁ ସେମାନେ କହିଥିଲେ, ତୁମେ ମିଛ କହୁଛ। ତା’ ପରେ ସେମାନେ ଘର ଯାଞ୍ଚ କରିଥିଲେ। ଏହି ସମୟରେ ଖିନ୍‌ ବାପାଙ୍କ ପାଖକୁ ଦୌଡ଼ିଯିବାରୁ ସେମାନେ ତାକୁ ଗୁଳି କରିଥିଲେ ବୋଲି ମୃତ ଝିଅଙ୍କ ବଡ଼ ଭଉଣୀ ମେ ଥୁ ସୁମୟା କହିଛନ୍ତି।

ନିନ୍ଦାକଲା ଭାରତ
ମ୍ୟାନ୍‌ମାର ସେନା ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରୁ। ଏସିଆନ୍‌ ରାଷ୍ଟ୍ରଗୁଡ଼ିକର ଉଦ୍ୟମରେ ସ୍ଥିତି ସ୍ବାଭାବିକ ହେଉ। ଏହି ପ୍ରସଙ୍ଗରେ ନୂଆଦିଲ୍ଲୀ ଏକ ସନ୍ତୁଳିତ ଓ ଗଠନମୂଳକ ଭୂମିକା ନେବା ପାଇଁ ନିଜ ଅନ୍ତର୍ଜାତୀୟ ମଧ୍ୟସ୍ଥ ଏବଂ ଜାତିସଂଘ ସୁରକ୍ଷା ପରିଷଦ ସହ ଯୋଗସୂତ୍ରରେ ରହିଛି। ପଡ଼ୋଶୀ ଦେଶରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହେଉ।
– ଅରିନ୍ଦମ ବାଗ୍‌ଚୀ,ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri