୪୩ ଶିଶୁଙ୍କ ଜୀବନ ନେଲାଣି ସେନା

ନାପିତାଉ,୩ା୪: ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କ କ୍ଷମତା ଅପହରଣ କରି ନୋବେଲ ବିଜୟିନୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କୁ ଜେଲ୍‌ରେ ପୂରାଇବାର ୨ ମାସ ମଧ୍ୟରେ ୫୩୬ ଜଣଙ୍କ ଜୀବନ ନେଲାଣି ମ୍ୟାନ୍‌ମାର ସେନା। ମୃତକଙ୍କ ମଧ୍ୟରେ ଅନୂ୍ୟନ ୪୩ ଶିଶୁ ରହିଛନ୍ତି। ସର୍ବକନିଷ୍ଠ ମୃତକଙ୍କ ବୟସ ୬ ବର୍ଷ ବୋଲି ‘ସେଭ୍‌ ଦି ଚିଲ୍‌ଡ୍ରେନ୍‌’ ପକ୍ଷରୁ କୁହାଯାଇଛି। ଉକ୍ତ ଶିଶୁ ଅଧିକାର ସଙ୍ଗଠନ ମତରେ ଦକ୍ଷିଣ ଏସିଆର ଏହି ରାଷ୍ଟ୍ର ବର୍ତ୍ତମାନ ଭୟାବହ ସ୍ଥିତି ଦେଇ ଗତି କରୁଛି।
ଦୁଇମାସ ତଳେ ସ୍ୟୁ ଚୀଙ୍କ ଦଳ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି (ଏନ୍‌ଏଲ୍‌ଡି)କୁ ନିର୍ବାଚନରେ ବିପୁଳ ସଫଳତା ମିଳିଥିଲା। ଫେବୃୟାରୀ ୧ରେ ମ୍ୟାନ୍‌ମାର ସେନା କମାଣ୍ଡର-ଇନ୍‌-ଚିଫ୍‌ ମିନ୍‌ ଅଙ୍ଗ୍‌ ହାଇଙ୍ଗ୍‌ ସ୍ୟୁ ଚୀଙ୍କୁ କ୍ଷମତାଚ୍ୟୁତ କରି ଶାସନ ନିଜ ହାତକୁ ନେଇଥିଲେ। ମ୍ୟାନ୍‌ମାରକୁ ପୁଣିଥରେ ସାମରିକ ଶାସନ ଫେରିଥିଲା। ଏହାର ପ୍ରତିବାଦରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ସେନା ଶାସନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ପ୍ରଥମେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ସୈନ୍ୟମାନେ ଓ୍ବାଟର କ୍ୟାନନରୁ ପାଣିବର୍ଷା ସହ ଲୁହବୁହା ବାଷ୍ପ ପ୍ରୟୋଗ କରୁଥିଲେ। ସପ୍ତାହେ ପରେ ରବର ବୁଲେଟ ଓ ଗୁଳିଗୋଳା ଚଳାଇ ଲୋକଙ୍କ ଜୀବନ ନେବାରେ ଲାଗିଲେ। ସେନାର ସବୁଠୁ ଘାତକ ଆକ୍ରମଣ ଦେଖିବାକୁ ମିଳିଥିଲା ଶନିବାର। ଗୁଳି ବର୍ଷରେ ନିହତ ହୋଇଥିଲେ ଶତାଧିକ ବିକ୍ଷୋଭକାରୀ।
ଇତିମଧ୍ୟରେ କ୍ଷମତାଚ୍ୟୁତ ନେତ୍ରୀ ସ୍ୟୁ ଚୀଙ୍କ ବିରୋଧରେ ଦେଶର ଅଫିସିଆଲ ସିକ୍ରେଟ୍ସ ଆକ୍ଟ ଲାଗୁ କରାଯାଇଛି। ତାଙ୍କ ସହ ୪ ସହଯୋଗୀଙ୍କ ବିରୋଧରେ ଆଗତ ଗୋପନୀୟତା ଉଲ୍ଲଂଘନ ଅଭିଯୋଗ ପ୍ରମାଣିତ ହେଲେ ସେମାନଙ୍କୁ ୧୪ ବର୍ଷ ଲେଖାଏ ଜେଲରେ ରହିବାକୁ ପଡ଼ିପାରେ। ଏହା ପୂର୍ବରୁ ସେନା ସ୍ୟୁ ଚୀଙ୍କ ବିରୋଧରେ ବେଆଇନ ଭାବେ ଓ୍ବାକି-ଟକି ରଖିବା, ନିର୍ବାଚନ ସମୟରେ କୋଭିଡ୍‌-୧୯ କଟକଣା ଉଲ୍ଲଂଘନ ଏବଂ ଭୟ ସୃଷ୍ଟିକାରୀ ତଥ୍ୟ ପ୍ରକାଶ କରିବା ଭଳି ଅଭିଯୋଗ ଆଣିସାରିଛି। ଦେଶରେ ଗଣତନ୍ତ୍ର ସପକ୍ଷବାଦୀ ବିକ୍ଷୋଭ ତେଜିବାରେ ଲାଗିଥିବାରୁ ଯେକୌଣସି ମୁହୂର୍ତ୍ତରେ ବଡ଼ ଧରଣର ରକ୍ତପାତ ହୋଇପାରେ ବୋଲି ମ୍ୟାନ୍‌ମାରରେ ଜାତିସଂଘ ପ୍ରତିନିଧି ଆଶଙ୍କା ବ୍ୟକ୍ତ କରିଛନ୍ତି। ସୀମାରେ ସେନା ଓ ସଂଖ୍ୟାଲଘୁ ମିଲିସିଆଙ୍କ ମଧ୍ୟରେ ଚାଲିଥିବା ଲଢ଼େଇକୁ ଦୃଷ୍ଟିରେ ରଖି ଏପରି ଚେତାବନୀ ଦିଆଯାଇଛି। ଜାତିସଂଘ ସମେତ ଅନେକ ସଙ୍ଗଠନ ନିଜ କର୍ମଚାରୀଙ୍କ ପରିବାରକୁ ମ୍ୟାନ୍‌ମାର ଛାଡ଼ି ଚାଲିଯିବା ପାଇଁ ପରାମର୍ଶ ଦେଇଛନ୍ତି।

୬ ବର୍ଷୀୟାଙ୍କୁ ବି ଛାଡ଼ିଲେନି
ସଶସ୍ତ୍ର ବଳ ବୁଧବାର ବିକ୍ଷୋଭକାରୀଙ୍କୁ କରିଥିବା ଆକ୍ରମଣରେ ୬ ବର୍ଷର ଝିଅ ଖିନ୍‌ ମ୍ୟୋ ଚିଟ୍‌ ପ୍ରାଣ ହରାଇଥିଲେ। ମଣ୍ଡଲେୟ ସହରସ୍ଥିତ ଘରେ ପୋଲିସ ଚଢ଼ାଉ ବେଳେ ଖିନ୍‌ ତାଙ୍କ ବାପାଙ୍କ ଆଡ଼କୁ ଧାଉଁଥିବାବେଳେ ଗୁଳିମାଡ଼ ହୋଇଥିଲା। ଏଥିରେ ସେ ଟଳିପଡ଼ିଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ସେମାନେ କବାଟକୁ ଗୋଇଠା ମାରିଥିଲେ। କବାଟ ଖୋଲିବା ପରେ ତୁମ ଘରେ ଆଉ କିଏ ଅଛନ୍ତି ବୋଲି ବାପାଙ୍କୁ ପଚାରିଥିଲେ। କେହି ନାହାନ୍ତି ବୋଲି ବାପା ଉତ୍ତର ଦେବାରୁ ସେମାନେ କହିଥିଲେ, ତୁମେ ମିଛ କହୁଛ। ତା’ ପରେ ସେମାନେ ଘର ଯାଞ୍ଚ କରିଥିଲେ। ଏହି ସମୟରେ ଖିନ୍‌ ବାପାଙ୍କ ପାଖକୁ ଦୌଡ଼ିଯିବାରୁ ସେମାନେ ତାକୁ ଗୁଳି କରିଥିଲେ ବୋଲି ମୃତ ଝିଅଙ୍କ ବଡ଼ ଭଉଣୀ ମେ ଥୁ ସୁମୟା କହିଛନ୍ତି।

ନିନ୍ଦାକଲା ଭାରତ
ମ୍ୟାନ୍‌ମାର ସେନା ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରୁ। ଏସିଆନ୍‌ ରାଷ୍ଟ୍ରଗୁଡ଼ିକର ଉଦ୍ୟମରେ ସ୍ଥିତି ସ୍ବାଭାବିକ ହେଉ। ଏହି ପ୍ରସଙ୍ଗରେ ନୂଆଦିଲ୍ଲୀ ଏକ ସନ୍ତୁଳିତ ଓ ଗଠନମୂଳକ ଭୂମିକା ନେବା ପାଇଁ ନିଜ ଅନ୍ତର୍ଜାତୀୟ ମଧ୍ୟସ୍ଥ ଏବଂ ଜାତିସଂଘ ସୁରକ୍ଷା ପରିଷଦ ସହ ଯୋଗସୂତ୍ରରେ ରହିଛି। ପଡ଼ୋଶୀ ଦେଶରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହେଉ।
– ଅରିନ୍ଦମ ବାଗ୍‌ଚୀ,ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?