ସେନା ଗୁଳିରେ ୯୩ ନିହତ

ୟାଙ୍ଗୁନ୍‌,୨୮।୩: ଫେବୃୟାରୀ ୧ରେ ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କ କ୍ଷମତା ଅପହରଣ କରି ତାଙ୍କୁ ଜେଲରେ ପୂରାଇବା ପରଠାରୁ ଅଶାନ୍ତ ହୋଇପଡ଼ିଛି ମ୍ୟାନ୍‌ମାର। ନିର୍ବାଚିତ ସରକାରଙ୍କୁ ଗାଦିଚ୍ୟୁତ କରିଥିବା ସେନା ବିରୋଧରେ ଦେଶବାସୀ ବିକ୍ଷୋଭ କରୁଥିବାବେଳେ ସୈନ୍ୟ ଓ ପୋଲିସ ବଳ ଆଖିବୁଜା ଗୁଳି ଚଳାଇବାରେ ଲାଗିଛନ୍ତି। ଶନିବାର ସେନା ପକ୍ଷରୁ ସଶସ୍ତ୍ର ବାହିନୀ ଦିବସ ପାଳନ କରାଯାଉଥିବାବେଳେ ୪୦ ସହରରେ ହଜାର ହଜାର ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି। ସେନାର ଗୁଳିମାଡ଼ରେ ଟଳିପଡ଼ିଛନ୍ତି ୯୩ ନିରୀହ ନିରସ୍ତ୍ର ନାଗରିକ। ସାମରିକ ବଳର ଏହି ଗଣହତ୍ୟାକୁ ନିନ୍ଦା କରିଛି ବିଶ୍ୱ ସମୁଦାୟ।
ମ୍ୟାନ୍‌ମାରରେ ସାମରିକ ଶାସନ ବିରୋଧୀ ବିକ୍ଷୋଭକାରୀଙ୍କ ଉପରକୁ ସୁରକ୍ଷା ବଳ ଗୁଳିମାଡ଼ କରିବାରୁ ୯୩ ଜଣଙ୍କର ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ଅନ୍ତର୍ଭୁକ୍ତ। ଶନିବାର ଦେଶର ଜେନେରାଲମାନେ ସଶସ୍ତ୍ର ବାହିନୀ ଦିବସ ପାଳନ କରୁଥିବାବେଳେ ଏହା ସୈନ୍ୟବାହିନୀ ପାଇଁ ଲଜ୍ଜାର ଦିନ ବୋଲି ଆଣ୍ଟି ଜୁଣ୍ଟା ଗ୍ରୁପ୍‌ ସିଆର୍‌ପିଏଚ୍‌ର ମୁଖପାତ୍ର କହିଛନ୍ତି।
ଗତ ଫେବୃୟାରୀ ୧ରେ ମ୍ୟାନ୍‌ମାର ସୈନ୍ୟବାହିନୀ ବିଦ୍ରୋହ ବଳରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ଶାସନରୁ ହଟାଇ କ୍ଷମତା ଦଖଲ କରିଥିଲା। ଏହା ପରଠାରୁ ସେଠାରେ ସାମରିକ ଶାସନ ବିରୋଧରେ ବିକ୍ଷୋଭ ଜାରି ରହିଛି।
ଆନ୍ଦୋଳନକୁ ଦମନ କରିବା ଲାଗି ସାମରିକ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି। ସୁରକ୍ଷା ବଳ ଗୁଳିମାଡ଼ରେ ଗୋଟିଏ ଦିନରେ ୯୩ ଜଣଙ୍କ ମୃତ୍ୟୁ ଘଟିବା ସର୍ବାଧିକ। ଏହା ପୂର୍ବରୁ ମାର୍ଚ୍ଚ ୧୪ରେ ସୈନ୍ୟଙ୍କ ଗୁଳିରେ ୭୪ରୁ ୯୦ ଜଣ ନିହତ ହୋଇଥିଲେ।
ଶନିବାର ମ୍ୟାନ୍‌ମାର ପାଇଁ ଥିଲା ସବୁଠୁ ରକ୍ତରଞ୍ଜିତ ଦିନ। ଆନ୍ଦୋଳନକାରୀଙ୍କୁ ଗୁଳି କରାଯାଇପାରେ ବୋଲି ସାମରିକ ଶାସକଙ୍କ ଚେତାବନୀ ସତ୍ତ୍ୱେ ଏହାକୁ ଭ୍ରୂକ୍ଷେପ ନ କରି ୟାଙ୍ଗୁନ୍‌, ମାଣ୍ଡାଲେ ଓ ଅନ୍ୟାନ୍ୟ ସହରରେ ହଜାର ହଜାର ବିକ୍ଷୋଭକାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେମାନଙ୍କୁ ଘଉଡ଼ାଇବାକୁ ଯାଇ ସୁରକ୍ଷା ବଳ ଗୁଳି ଚଳାଇଥିଲା। ସର୍ବବୃହତ ସହର ୟାଙ୍ଗୁନ୍‌ରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମାଣ୍ଡାଲେରେ ୨୯ ଜଣ ପ୍ରାଣ ହରାଇଛନ୍ତି। ଶନିବାରର ମୃତକଙ୍କୁ ମିଶାଇ ସୁରକ୍ଷା ବାହିନୀ ଗୁଳିମାଡ଼ରେ ବର୍ତ୍ତମାନ ସୁଦ୍ଧା ୪୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଅନେକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଶନିବାର ହିଂସା ସତ୍ତ୍ୱେ ସୈନ୍ୟବାହିନୀ ଲୋକଙ୍କ ସୁରକ୍ଷା କରିବା ସହ ଗଣତନ୍ତ୍ର ପାଇଁ ପ୍ରୟାସ କରିବ ବୋଲି ସାମରିକ ସରକାର ମୁଖ୍ୟ ବରିଷ୍ଠ ଜେନେରାଲ ମିନ୍‌ ଅଙ୍ଗ୍‌ ଲାଇଙ୍ଗ୍‌ ଦୋହରାଇଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ସାରା ଦେଶ ସହ ସୈନ୍ୟବାହିନୀ ଏକାଠି କାର୍ଯ୍ୟ କରିବାକୁ ଚାହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହୁମାଛିଙ୍କ ଆୟୁଷ କମୁଛି

ଓ୍ବାଶିଂଟନ୍‌,୧୬ା୧୧: ଆମ ପାଇଁ ଫୁଲରୁ ମହୁ ସଂଗ୍ରହ କରି ଫେଣାରେ ସଂରକ୍ଷିତ ରଖୁଥିବା ମହୁମାଛିର ଆୟୁଷ ଅଧା କମିଯାଇଛି। ପୂର୍ବରୁ ମହୁମାଛି ୩୪ ଦିନ ବଞ୍ଚୁଥିବାବେଳେ...

ସୂର୍ଯ୍ୟ ମୁହାଁ ହେଲା ନାସାର ସୋଲାର ଅର୍ବିଟର: ୭ ବର୍ଷରେ ଅତିକ୍ରମ କରିବ ୪କୋଟି ୧୮ ଲକ୍ଷ କିମି

ଓ୍ବାଶିଂଟନ,୧୦।୨: ସୂର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ନାସା ପକ୍ଷରୁ ସୋମବାର ସୋଲାର ଅର୍ବିଟର ଉତ୍‌କ୍ଷେପଣ କରାଯାଇଛି। ଭାରତୀୟ ସମୟ ଅନୁସାରେ ପୂର୍ବାହ୍ନ ୯ଟା...

ଶ୍ରୀଲଙ୍କାରେ ତୈଳ ସଙ୍କଟ, ପୁଣି ସପ୍ତାହେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ…

କଲମ୍ବୋ, ୪।୭ : ଗୁରୁତର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଦେଶରେ ତେଲ କିଣିବା ପାଇଁ...

ମୂଳ ଭାରତୀୟ ରମେଶ ବଲଓ୍ବାନୀଙ୍କୁ ୧୩ ବର୍ଷ ଜେଲଦଣ୍ଡ…

ଓ୍ବାଶିଂଟନ,୮।୧୨ : ଆମେରିକାରେ ବାସ କରୁଥିବା ମୂଳ ଭାରତୀୟ ରମେଶ ବଲୱାନୀଙ୍କୁ ୧୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ସେ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ତଥା...

ଚାଇନାକୁ ଜୟଶଙ୍କରଙ୍କ ବାର୍ତ୍ତା: ‘ମତ ପାର୍ଥକ୍ୟ ବିବାଦରେ ପରିଣତ ନ ହେଉ’

ବେଜିଂ, ୧୩ା୮(ପି.ଟି.): ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କର ନିବିଡ଼ତା ରହିଛି। ଦୁଇଦେଶ କୌଣସି ଭିନ୍ନତାକୁ ଗ୍ରହଣ କରି ଭବିଷ୍ୟତରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅନ୍ଧକାର ମଧ୍ୟକୁ...

ଶାଙ୍ଘାଇରେ ସ୍ଥିତି ଅଣାୟତ୍ତ…

ବେଜିଂ, ୧୧।୪ : ଚାଇନାର ଶାଂଘାଇ ଏବଂ ଅନ୍ୟାନ୍ୟ ସହରରେ କରୋନା ସଂକ୍ରମଣରେ ରେକର୍ଡ ବୃଦ୍ଧି ଘଟିଛି। ଏଥି ସହିତ, ରବିବାର ଶାଙ୍ଘାଇର ସ୍ବାସ୍ଥ୍ୟ ବିଭାଗ...

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ ୮୨ ଦିନ ପର୍ଯ୍ୟନ୍ତ ବି ଆସିଥାଏ କରୋନା ପିଜିଟିଭ୍‌

ସିଓଲ,୨୧।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଦକ୍ଷିଣ କୋରିଆର ଗବେଷକ ଦାବି କରିଛନ୍ତି ଯେ, ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ...

ସୋଲେମାନୀଙ୍କୁ ଅନ୍ତିମ ବିଦାୟ

ଦୁବାଇ,୬।୧: କୁଦ୍‌ସ ବାହିନୀର କମାଣ୍ଡର ମେଜର ଜେନରାଲ କାସିମ ସୋଲେମାନୀଙ୍କୁ ସୋମବାର ଅନ୍ତିମ ବିଦାୟ ଦିଆଯାଇଛି। ଏହି ଅବସରରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି...

Advertisement
Archives

Model This Week