ପେଟ୍ରୋଲ ପମ୍ପରେ ତେଲ ପହଞ୍ଚାଇବ ସେନା

ଲଣ୍ଡନ, ୪।୧୦: ଟ୍ୟାଙ୍କର ଚଳାଇବା ପାଇଁ ଡ୍ରାଇଭର ମିଳୁ ନ ଥିବାରୁ ବ୍ରିଟେନରେ ଗୁରୁତର ତୈଳ ସଙ୍କଟ ସୃଷ୍ଟି ହୋଇଛି। ସମସ୍ୟାର ସମାଧାନ ପାଇଁ ସୋମବାରଠାରୁ ପେଟ୍ରୋଲ ପମ୍ପଗୁଡ଼ିକୁ ତେଲ ଯୋଗାଣ କାର୍ଯ୍ୟରେ ସୈନ୍ୟବାହିନୀର ଡ୍ରାଇଭରମାନଙ୍କୁ ନିୟୋଜିତ କରାଯାଇଛି। ତେଲ ଅଭାବକୁ ନେଇ ବ୍ରିଟେନରେ ଉତ୍ତେଜନା ପ୍ରକାଶ ପାଇଛି। ଆଗକୁ ତେଲ ନ ମିଳିବା ଆଶଙ୍କାରେ ଲୋକେ ଅଧିକ ପରିମାଣରେ କିଣି ଗଚ୍ଛିତ ରଖୁଥିବାରୁ ସ୍ଥିତି ଆହୁରି ଖରାପ ହୋଇଛି। ପେଟ୍ରୋଲ ପମ୍ପ୍‌ଗୁଡ଼ିକରେ ଗାଡ଼ିର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଦଶନ୍ଧି ମଧ୍ୟରେ ବ୍ରିଟେନରେ ଏହା ସର୍ବାଧିକ ତୈଳ ସଙ୍କଟ। ତେବେ ଯୋଗାଣରେ କୌଣସି ଅସୁବିଧା ନାହିଁ, ଟାଙ୍କିରେ ପହଞ୍ଚାଇବାରେ ଅସୁବିଧା ବୋଲି ତୈଳ କମ୍ପାନୀଗୁଡ଼ିକ କହିଛନ୍ତି। ସରକାରଙ୍କ କଠୋର ନୀତି ଯୋଗୁ ଡ୍ରାଇଭର ଟ୍ୟାଙ୍କର ଚଳାଇବାକୁ ରାଜି ହେଉନାହାନ୍ତି। ଅନ୍ୟପକ୍ଷରେ ଡ୍ରାଇଭର ଅଭାବ ପାଇଁ ସରକାର ମହାମାରୀକୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ-ରୁଷିଆ ସଙ୍କଟକୁ ନେଇ ଯୁଦ୍ଧ ଆଶଙ୍କା କଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ,୧୮ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶଙ୍କା କରିଛନ୍ତି ଯେ ଆଗାମୀ କିଛିଦିନ ମଧ୍ୟରେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁ୍‌ଦ୍ଧ ହୋଇପାରେ ।...

ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ରହୁଛନ୍ତି ୩୯୬ କୋଟିରୁ ଅଧିକ ଲୋକ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହାଫଳରେ ସୋସିଆଲ୍‌ ମିଡ଼ିଆରେ ଆକ୍ଟିଭ୍‌ ୟୁଜରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଖକ୍କାନ ଆବ୍ବାସି ଗିରଫ

ଲାହୋର,୧୮।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ(ପିଏମ୍‌ଏଲ୍‌-ଏନ୍‌)ମୁଖ୍ୟ ସହିଦ ଖକ୍କାନ ଆବ୍ବାସିଙ୍କୁ ପାକିସ୍ତାନର ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ଏବି) ଟୋଲ୍‌ ପ୍ଲାଜା ନିକଟରୁ ଗୁରୁବାର...

ଗ୍ରେଟାଙ୍କ ୬୦ ଫୁଟର ପ୍ରାଚୀର ଚିତ୍ର

ସାନ୍‌ ଫ୍ରାନ୍‌ସିସ୍କୋ: ଜଳବାୟୁ ପରିବର୍ତ୍ତନକୁ ନେଇ ନିଜର ସ୍ବର ଶାଣିତ କରିବା ସହ ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଟିନ୍‌ ଏଜ୍‌...

ପ୍ରତିରକ୍ଷା ବ୍ୟୟ ୨ ଟ୍ରିଲିୟନ ଡଲାର ଟପିଲା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୨୬ା୪: କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ପ୍ରତିରକ୍ଷା ବ୍ୟୟ ବୃଦ୍ଧି ପାଇଛି। ୨୦୨୧ରେ ବିଶ୍ୱର ମୋଟ ସାମରିକ ବ୍ୟୟ ୨.୧...

ରାଜ ପରିବାର ଛାଡି ସାଧାରଣ ନାଗରିକଙ୍କୁ ବିବାହ କଲେ ରାଜକୁମାରୀ

ଟୋକିଓ,୨୬।୧୦:ଜାପାନର ରାଜକୁମାରୀ ମାକୋ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସାଧାରଣ ନାଗରିକ କେ କୋମୁରୋଙ୍କୁ ୩-୪ଜଣ ଅତିଥିଙ୍କ ଉପସ୍ଥିତିରେ ମଙ୍ଗଳବାର ବିବାହ କରିଛନ୍ତି। ଏହି ବିବାହ...

ଟିକା ନେବା ପରେ ବ୍ରିଟିଶ ମହିଳାଙ୍କ ମୃତ୍ୟୁ

ଡବଲିନ, ୨୪।୫ : ସାଇପ୍ରସର ହସ୍ପିଟାଲରେ ଆଷ୍ଟ୍ରାଜେନେକା କୋଭିଡ୍‌-୧୯ ଟିକା ନେବା ପରେ ଜଣେ ୩୯ ବର୍ଷୀୟା ବ୍ରିଟିଶ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଠାରେ...

ସାମାନ୍ୟ ଥଣ୍ଡା-କାଶକୁ ଡରନ୍ତୁ ନାହିଁ, ହୋଇଯାନ୍ତୁ ଖୁସି: କାରଣ..

ଗ୍ଲାସଗୋ,୨୬।୪: ବିଶ୍ୱବ୍ୟାପୀ କରୋନା ମହାମାରୀ ବିପର୍ଯ୍ୟୟର କାରଣ ହୋଇଛି। ଭାରତରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ୩...

Advertisement
Archives

Model This Week