Posted inଜାତୀୟ

ଭୂସ୍ଖଳନରେ ଭୁଶୁଡ଼ିଲା ସେନା ଶିବିର, ୫୫ ଯବାନ ମାଟି ତଳେ…

ଇମ୍ଫାଲ, ୩୦।୬ : ଲଗାତାର ବର୍ଷା ଯୋଗୁ ଦେଶର ଉତ୍ତର ପୂର୍ବ ଅଞ୍ଚଳରେ ଥିବା ମଣିପୁରରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଏଥିରେ ସେନା ଶିବିର ଭୁଶୁଡ଼ି ଯାଇଛି। ୫୫ ସେନା ଯବାନ ମାଟି ତଳେ ଦବି ହୋଇ ରହିଛନ୍ତି। ଇତିମଧ୍ୟରେ ୬ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେତେକ ସାଧାରଣ ଲୋକ ମଧ୍ୟ ମାଟି ତଳେ ଦବି ହୋଇ ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ତୁପୁଲ ରେଳ ଷ୍ଟେଶନ ନିକଟରେ ଏହି ଘଟଣା ଘଟିଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଇଜଇ ନଦୀରେ ଭୂସ୍ଖଳନ ମାଟି ଜମା ହେବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସୂଚନାନୁସାରେ ଜିରିବାମ୍‌କୁ ଇମ୍ଫାଲ ସହିତ ସଂଯୋଗ କରିବା ଲାଗି ଏକ ରେଳ ଲାଇନ୍‌ର ନିର୍ମାଣ କରାଯାଉଥିଲା। ଏହାର ସୁରକ୍ଷା କାର୍ଯ୍ୟରେ ୧୦୭ ଟେରିଟୋରିଆଲ ଆର୍ମି ଯବାନଙ୍କୁ ନିୟୋଜିତ କରାଯାଇଥିଲା। ବୁଧବାର ରାତିରେ ଭୂସ୍ଖଳନ ଯୋଗୁ ସେନା ଶିବିର ଭୁଶୁଡ଼ି ପଡ଼ିଥିଲା। ପରେ ଖବର ପାଇ ଗୁରୁବାର ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାହାଣୀ ସନ୍ଦେହ: ମା’ ଓ ନାବାଳିକା କନ୍ୟାଙ୍କୁ ଗଳାକାଟି ହତ୍ୟା କଲେ ଗ୍ରାମବାସୀ; ବାପା-ନାବାଳକ ପୁଅ ବହୁ କଷ୍ଟରେ ବର୍ତ୍ତିଲେ

ଜାମସେଦ୍‌ପୁର,୨୯।୬: ଆଧୁନିକ ସମାଜରେ ଏବେ ମଧ୍ୟ ଅନେକ କୁସଂସ୍କାର ରହିଛି। ଏହାଯୋଗୁ ବେଳେବେଳେ ମୂଲ୍ୟବାନ ଜୀବନ ଚାଲିଯାଉଛି। ଏହାର ଏକ ସଦ୍ୟତମ ଘଟଣା ଛତିଶଗଡ଼ ପଶ୍ଚିମ...

ଲୋକଙ୍କ ସ୍ବାଧୀନତା ଛଡ଼ାଇ ନେଇଛନ୍ତି ଯୋଗୀ ସରକାର: ବିଏସ୍‌ପି ପ୍ରବକ୍ତା

ଲକ୍ଷ୍ନୌ,୨୩।୧: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଗଣତନ୍ତ୍ରର ହତ୍ୟା ହୋଇଛି। ସରକାର ଲୋକଙ୍କ ସ୍ବାଧୀନତା ଛଡ଼ାଇ ନେଇଛନ୍ତି। ଗୁରୁବାର ବିଏସ୍‌ପିର ରାଷ୍ଟ୍ରୀୟ ପ୍ରବକ୍ତା ସୁଧିନ୍ଦ୍ର...

ସୋନାଲିଙ୍କ ମୃତ୍ୟୁ ମାମଲାର ହେବ ସିବିଆଇ ଯାଞ୍ଚ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିଶ

ନୂଆଦିଲ୍ଲୀ,୧୨।୯: ଟିକ୍‌ଟକ୍‌ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ପରେ ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରିଛି। ଇତିମଧ୍ୟରେ ସ୍ବରାଷ୍ଟ୍ର...

ସେନାଙ୍କୁ ଦୁର୍ବଳ ବୋଲି ନ ଭାବନ୍ତୁ ଶତ୍ରୁ: ଶାହ

ଜୟପୁର,୫ ।୧୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରବିବାର ରାଜସ୍ଥାନର ଜୈସଲମେରରେ ଆୟୋଜିତ ସୁରକ୍ଷାକର୍ମୀଙ୍କ ୫୭ ତମ ସ୍ଥାପନା ଦିବସ ସମାରୋହରେ ଯୋଗ ଦେଇଛନ୍ତି...

ରୋଗ ନିରୁପଣ ପାଇଁ ବ୍ୟବହାର କରାଯାଉଛି ଜ୍ୟୋତିଷଶାସ୍ତ୍ର

ଜୟପୁର,୨୮।୫: ରାଜସ୍ଥାନ ଜୟପୁରରେ ଥିବା ‘ୟୁନିକ ସଙ୍ଗିତା ମେମୋରିଆଲ୍‌ ହସ୍ପିଟାଲ’ରେ ଏବେ ରୋଗର ନିରୁପଣ ପାଇଁ ଚିକିତ୍ସା ବିଜ୍ଞାନ ଓ ଜ୍ୟୋତିଷଶାସ୍ତ୍ରର ସାହାଯ୍ୟ ନିଆଯାଉଥିବା ଜଣାପଡିଛି।...

ନିର୍ଭୟା ମାମଲା: ଦୋଷୀ ମୁକେଶ କହୁଛନ୍ତି ଘଟଣା ଦିନ ସେ ଦିଲ୍ଲୀରେ ନ ଥିଲେ

ନୂଆଦିଲ୍ଲୀ,୧୭।୩: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ମୁକେଶ ଏବେ ଫାଶୀ ଦଣ୍ଡାଦେଶକୁ ଏଡାଇବାକୁ ନୂଆ ଉପାୟ ଚିନ୍ତା କରିଛନ୍ତି। ଏବେ ପୁଣିଥରେ ସେ କୋର୍ଟର...

ଦେଢ଼ ଲକ୍ଷ ମୁହାଁ ସକ୍ରିୟ ମାମଲା …

ନୂଆଦିଲ୍ଲୀ, ୧୬।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଶିମଲା ଆକାଶରେ ଦେଖାଯାଉଛି ସ୍ପେସ୍‌ ଷ୍ଟେଶନ: ମଙ୍ଗଳବାର ପର୍ଯ୍ୟନ୍ତ ଉଡ଼ିବୁଲିବ

ଶିମଲା,୯।୨: ଶିମଲା ଆକାଶରେ ପୃଥିବୀ ପୃଷ୍ଠରୁ ୪୦୦ କିମି ଉଚ୍ଚରେ ଥିବା ସ୍ପେସ୍‌ ଷ୍ଟେଶନ ଦେଖାଯାଉଛି। ଏହା ଏକ ଉଜ୍ଜଳ ତାରା ସଦୃଶ ଦେଖିବାକୁ ମିଳୁଛି।...

Advertisement
Archives

Model This Week