ମେଶିନରେ ହେଉଛି ଏମ୍‌ଜିଏନ୍‌ଆରଇଜିଏସ୍‌ କାମ

ଆଳି,୩୦ା୬(ଡି.ଏନ.ଏ.): କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଶ୍ରମିକ ମାନଙ୍କୁ ଶହେ ଦିନର କାର୍ଯ୍ୟ ଯୋଗାଇ ଦେବା ଉଦେଶ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଏହି ଯୋଜନାକୁ ବାଟମାରଣା କରିବାରେ ଲାଗି ପଡିଛନ୍ତି ସରକାରୀ ଅଧିକାରୀ ଓ ସରପଞ୍ଚ। ଏମ୍‌ଜିଏନ୍‌ଆରଇଜିଏସ୍‌ରେ ହେଉଥିବା କାର୍ଯ୍ୟ ଶ୍ରମିକମାନେ କରିବାର ନିୟମ ଥିବାବେଳେ ଆଳି ବ୍ଲକରେ କିନ୍ତୁ ମେଶିନ ଦ୍ୱାରା କରାଯାଉଛି। ଲକ୍ଷାଧିକ ଟଙ୍କା ବିଲ୍‌ କରିବାରେ ଲାଗି ପଡିଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସରପଞ୍ଚ ଓ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ। ସମସ୍ତଙ୍କ ସହଯୋଗରେ ଏହି ଏମ୍‌ଜିଏନ୍‌ଆରଇଜିଏସ୍‌ କାମ ମେଶିନରେ ହେଉଥିବା ବେଳେ ବ୍ଲକ ପ୍ରଶାସନ ଓ ଜିଲା ପ୍ରଶାସନ ସବୁ ଦେଖି ଆଖି ବୁଜି ଦେଇଛି। ଲକ୍ଷାଧିକ ଟଙ୍କାର ପ୍ରକଳ୍ପକୁ ମେଶିନ ସାହାଯ୍ୟରେ ମାତ୍ର କେତେ ଘଣ୍ଟା କାମ କରି କିପରି ଭାବେ ହଡ଼ପ କରାଯାଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଳକାଟି ପଞ୍ଚାୟତରେ। ବାଳକାଟି ପଞ୍ଚାୟତ ଖଣ୍ଡିଆପାଟଣା ଛକରୁ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ସଂଯୋଗ ନିମନ୍ତେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଏକ ମାଟି ରାସ୍ତା ନିର୍ମାଣ ହେଉଛି। ଯାହାର ବ୍ୟୟ ଅଟକଳ ମୂଲ୍ୟ ରହିଛି ୧୨ ଲକ୍ଷ ଟଙ୍କା। ୧୨ ଲକ୍ଷ ଟଙ୍କାରେ ହେବାକୁ ଥିବା ଏହି ମାଟି ରାସ୍ତାକୁ ଜବ୍‌କାର୍ଡଧାରୀଙ୍କ ଦ୍ୱାରା ନ କରି ମେଶିନ ସାହାଯ୍ୟରେ କରାଯାଉଛି। କାର୍ଯ୍ୟ ସ୍ଥାନରେ ସୂଚନା ଫଳକ ରହିଛି। ମାତ୍ର ସୂଚନା ଫଳକରେ ସବୁକିଛି ତଥ୍ୟ ଉଲ୍ଲେଖ ଥିବା ବେଳେ କାର୍ଯ୍ୟ କେବେ ଆରମ୍ଭ ଓ କେବେ ଶେଷ ହେବ ତାହାର କୌଣସି ସୂଚନା ଦିଆଯାଇନାହିଁ। ଯାହାକି ଏହି ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ବାଟମାରଣା କରାଯାଉଥିବା ସ୍ପଷ୍ଟ ବାରି ହୋଇପଡୁଛି। କନିଷ୍ଠଯନ୍ତ୍ରୀ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କ ଅନୁପସ୍ଥିତିରେ ଚାଲିଥିବା ଏହି ରାସ୍ତା କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡୁଛି। ରାଜ୍ୟ ସରକାର ଜବ୍‌କାର୍ଡ ହିତାଧିକାରୀଙ୍କ ଦ୍ୱାରା ଏହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ କନିଷ୍ଠଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଓ ଗ୍ରାମ ରୋଜଗାର ସେବକ ଏହାକୁ ମେଶିନ ମାଧ୍ୟମରେ କରୁଛନ୍ତି। ଯାହାଫଳରେ ଜବ୍‌କାର୍ଡଧାରୀ କାମ ନ ପାଇ ଘରେ ବସୁଥିବା ବେଳେ ସରକାରୀ ଅଧିକାରୀମାନେ ଯୋଜନାକୁ ହଡ଼ପ କରିବାରେ ଲାଗିଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ବିଡିଓ ଦ୍ୱିବେନ୍ଦୁ ଦାସଙ୍କୁ ପଚାରିବାରେ ଏହି ରାସ୍ତା କାମକୁ ଗଁା ଲୋକ ଚାନ୍ଦା କରି କରୁଛନ୍ତି। ଯଦି ଏହି କାର୍ଯ୍ୟ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ମୋ ଅଗୋଚରରେ ହେଉଥାଏ, ତାହାଲେ ଏହାର ବିଲ୍‌ କରାଯିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri