ଜଙ୍ଗଲରୁ କାଠ ଆସିଲେ ଚୁଲି ଉପରେ ହାଣ୍ଡି ବସେ

ମହାକାଳପଡ଼ା,୩୦ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ ପେଟଛେଲା ପଞ୍ଚାୟତ ଆଦିବାସୀ ଶବରପଡ଼ା ଗ୍ରାମବାସୀଙ୍କ ଜୀବନ ଅଧିକାଂଶ ସମୟ ଜଙ୍ଗଲ ଭିତରେ ହିଁ କଟେ। ଏହି ଗାଁର ପରିବାର ସଂଖ୍ୟା ୩୫। ଜନସଂଖ୍ୟା ୨ଶହରୁ ଊର୍ଦ୍ଧ୍ୱ। ଆଦିବାସୀମାନଙ୍କ ନିଜସ୍ବ ଚାଷ ଜମି ନାହିଁ। ମୂଲ ମଜୁରୀ ଲାଗି ସେମାନେ ପରିବାର ଚଳନ୍ତି। ଏହି ଅନୁସୂଚୀତ ଜନଜାତି ପରିବାରକୁ ସରକାରୀ ଉଜ୍ଜଳା ଯୋଜନାରେ ସାମିଲ କରାଯାଇନାହିଁ। ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ଏହି ଶବର ସମ୍ପ୍ରଦାୟ ଲୋକମାନେ ପ୍ରତିଦିନ ଜଙ୍ଗଲ ଯାଆନ୍ତି। ଜଙ୍ଗଲରେ ବୁଲି ବୁଲି ଶୁଖିଲା କାଠ, ଡାଳ, ପତ୍ର ସଂଗ୍ରହ କରି ଆଣିଥାନ୍ତି। ଏଥିପାଇଁ ସେମାନଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିଥାଏ। ଅଧିକାଂଶ ସମୟରେ ସେମାନେ ଜାଳେଣୀ ସଂଗ୍ରହ କରିବାକୁ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଆନ୍ତି। ଭୋକ ଉପାସରେ ଜଙ୍ଗଲରେ ବୁଲି ବୁଲି ସନ୍ଧ୍ୟାକୁ କାଠ, ପତ୍ର ମୁଣ୍ଡରେ ଧରି ଘରେ ପହଞ୍ଚନ୍ତି। ସେମାନେ କାଠ ନେଇ ପହଞ୍ଚତ୍ଲେ ତାଙ୍କ ଘରେ ଚୁଲି ଉପରେ ହାଣ୍ଡି ବସେ ।

ଏ ସଂକ୍ରାନ୍ତରେ ଗାଁର ମହିଳାମାନେ କୁହନ୍ତି, ଆମର ଚାଷ ଜମି ନ ଥିବାରୁ ପର ଘରେ ମୂଲ ଲାଗିବାକୁ ପଡ଼ିଥାଏ। ବର୍ଷାଦିନ ଆସିବା ପୂର୍ବରୁ ଜଙ୍ଗଲକୁ ଯାଇ ଜାଳେଣି ସଂଗ୍ରହ କରି ସାଇତି ରଖିଥାଉ। ନଚେତ୍‌ ବର୍ଷାଋତୁରେ ଆମକୁ ଶୁଖିଲା କାଠ ମିଳେନାହିଁ। ଜଙ୍ଗଲରୁ କାଠ ସଂଗ୍ରହ କରୁଥିବାବେଳେ ଅଧିକାଂଶ ସମୟରେ ଜଙ୍ଗଲୀ ଜନ୍ତୁ ଓ ସରୀସୃପଙ୍କ ସାମ୍‌ନା କରିବାକୁ ପଡେ। ତଥାପି ଜୀବନକୁ ବାଜି ଲଗାଇ ଜାଳେଣୀ ସଂଗ୍ରହ କରିବାକୁ ପଡ଼ିଥାଏ। କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା ବିଷୟରେ ଏହି ଗାଁର ଲୋକମାନେ କିଛି ଜାଣିନାହାନ୍ତି। ବିଭାଗୀୟ ଅଧିକାରୀଙ୍କ ଏହି ଗାଁରେ କେବେ ପାଦ ପଡିନାହିଁ ବୋଲି ଗାଁର ଲୋକମାନେ କହିଛନ୍ତି। ବିଭାଗ ପକ୍ଷରୁ ଏହି ଗାଁରେ ସଚେତନତା ସୃଷ୍ଟି କରାଯିବା ସହ ସବୁ ପରିବାରକୁ ଉଜ୍ଜଳା ଯୋଜନାରେ ସାମିଲ କରିବାକୁ ସାମାଜିକ କର୍ମୀ ପବିତ୍ର ବେହେରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri