ଜଙ୍ଗଲରୁ କାଠ ଆସିଲେ ଚୁଲି ଉପରେ ହାଣ୍ଡି ବସେ

ମହାକାଳପଡ଼ା,୩୦ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ ପେଟଛେଲା ପଞ୍ଚାୟତ ଆଦିବାସୀ ଶବରପଡ଼ା ଗ୍ରାମବାସୀଙ୍କ ଜୀବନ ଅଧିକାଂଶ ସମୟ ଜଙ୍ଗଲ ଭିତରେ ହିଁ କଟେ। ଏହି ଗାଁର ପରିବାର ସଂଖ୍ୟା ୩୫। ଜନସଂଖ୍ୟା ୨ଶହରୁ ଊର୍ଦ୍ଧ୍ୱ। ଆଦିବାସୀମାନଙ୍କ ନିଜସ୍ବ ଚାଷ ଜମି ନାହିଁ। ମୂଲ ମଜୁରୀ ଲାଗି ସେମାନେ ପରିବାର ଚଳନ୍ତି। ଏହି ଅନୁସୂଚୀତ ଜନଜାତି ପରିବାରକୁ ସରକାରୀ ଉଜ୍ଜଳା ଯୋଜନାରେ ସାମିଲ କରାଯାଇନାହିଁ। ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ଏହି ଶବର ସମ୍ପ୍ରଦାୟ ଲୋକମାନେ ପ୍ରତିଦିନ ଜଙ୍ଗଲ ଯାଆନ୍ତି। ଜଙ୍ଗଲରେ ବୁଲି ବୁଲି ଶୁଖିଲା କାଠ, ଡାଳ, ପତ୍ର ସଂଗ୍ରହ କରି ଆଣିଥାନ୍ତି। ଏଥିପାଇଁ ସେମାନଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିଥାଏ। ଅଧିକାଂଶ ସମୟରେ ସେମାନେ ଜାଳେଣୀ ସଂଗ୍ରହ କରିବାକୁ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଆନ୍ତି। ଭୋକ ଉପାସରେ ଜଙ୍ଗଲରେ ବୁଲି ବୁଲି ସନ୍ଧ୍ୟାକୁ କାଠ, ପତ୍ର ମୁଣ୍ଡରେ ଧରି ଘରେ ପହଞ୍ଚନ୍ତି। ସେମାନେ କାଠ ନେଇ ପହଞ୍ଚତ୍ଲେ ତାଙ୍କ ଘରେ ଚୁଲି ଉପରେ ହାଣ୍ଡି ବସେ ।

ଏ ସଂକ୍ରାନ୍ତରେ ଗାଁର ମହିଳାମାନେ କୁହନ୍ତି, ଆମର ଚାଷ ଜମି ନ ଥିବାରୁ ପର ଘରେ ମୂଲ ଲାଗିବାକୁ ପଡ଼ିଥାଏ। ବର୍ଷାଦିନ ଆସିବା ପୂର୍ବରୁ ଜଙ୍ଗଲକୁ ଯାଇ ଜାଳେଣି ସଂଗ୍ରହ କରି ସାଇତି ରଖିଥାଉ। ନଚେତ୍‌ ବର୍ଷାଋତୁରେ ଆମକୁ ଶୁଖିଲା କାଠ ମିଳେନାହିଁ। ଜଙ୍ଗଲରୁ କାଠ ସଂଗ୍ରହ କରୁଥିବାବେଳେ ଅଧିକାଂଶ ସମୟରେ ଜଙ୍ଗଲୀ ଜନ୍ତୁ ଓ ସରୀସୃପଙ୍କ ସାମ୍‌ନା କରିବାକୁ ପଡେ। ତଥାପି ଜୀବନକୁ ବାଜି ଲଗାଇ ଜାଳେଣୀ ସଂଗ୍ରହ କରିବାକୁ ପଡ଼ିଥାଏ। କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା ବିଷୟରେ ଏହି ଗାଁର ଲୋକମାନେ କିଛି ଜାଣିନାହାନ୍ତି। ବିଭାଗୀୟ ଅଧିକାରୀଙ୍କ ଏହି ଗାଁରେ କେବେ ପାଦ ପଡିନାହିଁ ବୋଲି ଗାଁର ଲୋକମାନେ କହିଛନ୍ତି। ବିଭାଗ ପକ୍ଷରୁ ଏହି ଗାଁରେ ସଚେତନତା ସୃଷ୍ଟି କରାଯିବା ସହ ସବୁ ପରିବାରକୁ ଉଜ୍ଜଳା ଯୋଜନାରେ ସାମିଲ କରିବାକୁ ସାମାଜିକ କର୍ମୀ ପବିତ୍ର ବେହେରା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri