Posted inଜାତୀୟ

ବ୍ୟଭିଚାର କ୍ଷେତ୍ରରେ ନିଜ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ସଶସ୍ତ୍ର ବାହିନୀ…

ନୂଆଦିଲ୍ଲୀ,୩୧।୧ : ବ୍ୟଭିଚାର ଉପରେ ସୁପ୍ରିମକୋର୍ଟ ନିଜର ୨୦୧୮ର ରାୟ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବ୍ୟଭିଚାର ପାଇଁ ସଶସ୍ତ୍ର ବାହିନୀ ସେମାନଙ୍କ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ବିଚାରପତି କେଏମ ଜୋଶେଫ, ଅଜୟ ରସ୍ତୋଗୀ, ଅନିରୁଦ୍ଧ ବୋଷ, ହୃଷୀକେଶ ରାୟ ଏବଂ ସିଟି ରବିକୁମାରଙ୍କ ନେତୃଥ୍ବରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏଭଳି କହିଛନ୍ତି।

୨୦୧୮ରେ, ଜୋଶେଫ ଶାଇନ ଧାରା ୩୨ ଅନୁଯାୟୀ ଏକ ରିଟ ପିଟିଶନ ଦାଖଲ କରିଥିଲେ ଯାହାକି ସିଆରପିସିର ଧାରା ୧୯୮ ସହିତ ଆଇପିସିର ଧାରା ୪୯୭ର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରିଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଧାରା ୧୪,୧୫ ଏବଂ ୨୧କୁ ଉଲ୍ଲଂଘନ କରାଯାଇଛି। ବ୍ୟଭିଚାର ବିରୋଧରେ ଏହା ସର୍ବପ୍ରଥମ ଜନସ୍ବାର୍ଥ ମାମଲା।

ଲିଙ୍ଗ ଆଧାରରେ ବ୍ୟଭିଚାର ବ୍ୟବସ୍ଥାକୁ ଅନୈତିକ ଏବଂ ଭେଦଭାବପୂର୍ଣ୍ଣ ବୋଲି ଆବେଦନକାରୀ ଦାବି କରିଥିଲେ। ଶୁଣାଣି ପରେ ସୁପ୍ରିମକୋର୍ଟ ବ୍ୟଭିଚାରକୁ ଅପରାଧ ବୋଲି ବିଚାର କରିବା ଅଣସାମ୍ବିଧାନିକ ବୋଲି କହିଥିଲେ। ତେବେ, ବ୍ୟଭିଚାର ଭାରତରେ ହିନ୍ଦୁ ବିବାହ ଅଧିନିୟମ ୧୯୫୬ର ଧାରା ୧୩ (୧) ଅନୁଯାୟୀ ଛାଡପତ୍ର ପାଇଁ ଏକ କାରଣ ବୋଲି କହିଥିଲେ।

ଏହାପୂର୍ବରୁ ଗତ ବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ ଯେ ବ୍ୟଭିଚାର ଅଭିଯୋଗରେ ଏହାର ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସଶସ୍ତ୍ର ବାହିନୀର ଏକ ପ୍ରକାର ପ୍ରଣାଳୀ ରହିବା ଉଚିତ, କାରଣ ଏହା ଏକ ଆଚରଣ ଯାହା ଅଧିକାରୀଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇପାରେ।

ବ୍ୟଭିଚାର ପରିବାରକୁ କଷ୍ଟ ଦେଇଥାଏ ଏବଂ ଏହାକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ। ସାମରିକ ସେବାରେ ଅନୁଶାସନ ସର୍ବାଧିକ। ସମସ୍ତେ ଶେଷରେ ସମାଜର ଏକକ ଭାବରେ ପରିବାର ଉପରେ ନିର୍ଭରଶୀଳ । ସମାଜର ଅଖଣ୍ଡତା ସ୍ବାମୀ କିମ୍ବା ସ୍ତ୍ରୀ ପରସ୍ପର ପ୍ରତି ବିଶ୍ୱସ୍ତତା ଉପରେ ଆଧାରିତ ହୋଇଥାଏ ବୋଲି ଶୀର୍ଷକୋର୍ଟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ଯୋଗୁ ୭୦ ହଜାର କୋଟି କ୍ଷତି

ନୂଆଦିଲ୍ଲୀ, ୪।୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ...

କରୋନା ପାଇଁ ବଢୁଛି ଟ୍ରେନ ଯାତ୍ରା ଭଡ଼ା

ନୂଆଦିଲ୍ଲୀ,୨୬।୨: ଭାରତୀୟ ରେଳ ବିଭାଗ ପକ୍ଷରୁ ରେଳ ଭଡ଼ା ବୃଦ୍ଧି କରାଯାଇଛି। ଲୋକାଲ ପାସେଞ୍ଜର ଟ୍ରେନରେ ୩୦ରୁ ୪୦ କି.ମି ଯାତ୍ରା କରୁଥିବା ଯାତ୍ରୀଙ୍କ ଭଡ଼ା...

ଗେହଲଟ-ପାଇଲଟଙ୍କ ମଧ୍ୟରେ ମଧ୍ୟସ୍ଥତା କରିବେ କମଲନାଥ

ଜୟପୁର,୨୬।୯: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ରେସ୍‌ରେ ସାମିଲ ହେବା ପରେ ରାଜସ୍ଥାନର ରାଜନୈତିକ ସରଗରମ ରହିଛି। କଂଗ୍ରେସ ଭିତରେ ଥିବା ଦଳ...

ଏଚ୍‌୩ଏନ୍‌୨ ଭାଇରସ୍‌ ବଢ଼ାଇଲା ଚିନ୍ତା: ଚାରିଧାମ ଯାତ୍ରା ପୂର୍ବରୁ ଜାରି ହେଲା ଗାଇଡ୍‌ଲାଇନ୍‌

ଡେରାଡୁନ୍‌,୧୩।୩: କରୋନା ପରେ ଏବେ ‘ଇନ୍‌ଫ୍ଲୁଏଞ୍ଜା-ଏ’ର ସବ୍‌ଭାରିଆଣ୍ଟ ଏଚ୍‌୩ଏନ୍‌୨ ସାରା ଦେଶରେ ଚିନ୍ତା ବଢ଼ାଇଛି। ଚାରିଧାମ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଏହାକୁ ନେଇ ଉତ୍ତରାଖଣ୍ଡ...

କଂଗ୍ରେସର ଘୋଷଣା ପତ୍ର, ୧୦ ଦିନରେ ଚାଷୀଙ୍କ ଋଣଛାଡ-୨୦ ଲକ୍ଷ ସରକାରୀ ଚାକିରି…

ଲକ୍ଷ୍ନୌ, ୯।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମତଦାନର ଦିନକ ପୂର୍ବରୁ କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି ହୋଇଛି। କଂଗ୍ରେସ ଏହାର ଘୋଷଣା ପତ୍ରରେ...

୫ ଦେଶର ନାଗରିକଙ୍କ ଭିଜା ରଦ୍ଦ

ନୂଆଦିଲ୍ଲୀ,୪ା୩: ଚାଇନା ପରେ ସର୍ବାଧିକ କରୋନା ଆକ୍ରାନ୍ତ ଦକ୍ଷିଣ କୋରିଆ, ଇରାନ, ଇଟାଲି ଓ ଜାପାନର ନାଗରିକଙ୍କୁ ମିଳିଥିବା ନିୟମିତ ଭିଜାଗୁଡିକୁ ସରକାର ମଙ୍ଗଳବାର ରଦ୍ଦ...

ଚାଇନା ଆପ୍‌ ବ୍ୟାନ୍‌: ଚିଙ୍ଗାରି ଆପ୍‌କୁ ଡାଉନଲୋଡ୍‌ କଲେଣି ଲକ୍ଷେରୁ ଅଧିକ ୟୁଜର

ନୂଆଦିଲ୍ଲୀ, ୩୦।୬: ଭାରତରେ ଚାଇନାର ୫୯ଟି ଆପ୍‌କୁ ବ୍ୟାନ୍‌ କରାଯିବା ଲାଗି ଘୋଷଣା କରାଯାଇଛି। ଏସମ୍ପର୍କିତ ଘୋଷଣା ପରେ ୟୁଜର ଟିକ୍‌ଟକ୍‌ର ଭାରତୀୟ ଭର୍ସନ ଚିଙ୍ଗାରି...

୧୦ ବର୍ଷ ପୂର୍ବରୁ ସତର୍କ କରାଯାଇଥିଲା

କୋଝିକୋଡ/ନୂଆଦିଲ୍ଲୀ, ୯।୮: କୋଝିକୋଡ ବିମାନବନ୍ଦରର ଟେବୁଲ-ଟପ୍‌ ରନ୍‌ଓ୍ବେ ବିମାନ ଅବତରଣ ପାଇଁ ବିପଦ ବୋଲି ୧୦ ବର୍ଷ ପୂର୍ବରୁ ସତର୍କ କରିଦିଆଯାଇଥିଲା। ୨୦୧୦ରେ ଏୟାର ଇଣ୍ଡିଆ...

Advertisement
Archives

Model This Week