Posted inଜାତୀୟ

ଡ୍ରୋନ୍‌ ଦ୍ୱାରା ସୀମା ପାର୍‌ରୁ ଆସୁଛି ଭାରତକୁ ଅସ୍ତ୍ରଶସ୍ତ୍ର, ଗୁପ୍ତ ସୂଚନା…

ଶ୍ରୀନଗର,୨୧।୭ : ଜମ୍ମୁରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ର ୩ ଟି ବଡ ମଡ୍ୟୁଲର ପର୍ଦ୍ଦାଫାଶ ହେବା ପରେ ଜମ୍ମୁ-କଶ୍ମୀର ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ(ଏସ୍‌ଓଜି) ପାକିସ୍ତାନ ନିକଟ କଠୁଆ ଏବଂ ସାମ୍ବା ସୀମାରେ ଏହାର ସୁରକ୍ଷା କାର୍ଯ୍ୟକଳାପକୁ ଜୋରଦାର କରିଛି। ଲଶ୍କର ମଡ୍ୟୁଲ ସାମ୍ନାକୁ ଆସିବା ପରେ ଏସ୍‌ଓଜି ଦଳ ସୀମାରେ ଆତଙ୍କବାଦୀ ଅନୁପ୍ରବେଶର ପାରମ୍ପାରିକ ମାର୍ଗ ଅନୁସନ୍ଧାନ କରିବାରେ ନିୟୋଜିତ ଅଛନ୍ତି। ବିଶେଷକରି ନଦୀ, ଝରଣା ଏବଂ ଜଙ୍ଗଲ ମାର୍ଗରେ ଅଧିକ ସର୍ଚ୍ଚ ଅପରେଶନ ଚାଲିଛି ।

ଏସ୍‌ଓଜିର ଏପରି ଇନପୁଟ ଅଛି ଯେ ଅନ୍ତର୍ଜାତୀୟ ସୀମାର ଅନ୍ୟ ପାର୍ଶ୍ୱରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଛି ଏବଂ ଆତଙ୍କବାଦୀମାନେ କୌଣସି ବଡ଼ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଏଭଳି ପରିସ୍ଥିତିରେ, ଏସ୍‌ଓଜିର ଟିମ ସିଆର୍‌ପିଏଫ୍‌ ସହିତ ସୁରକ୍ଷା କର୍ଡନକୁ ଆହୁରି ମଜବୁତ କରିଛି ସାମ୍ବା ଏବଂ କଠୁଆରେ ଏସ୍‌ଓଜି ଦ୍ୱାର ସତର୍କ ହେବାର କାରଣ ହେଉଛି ଜମ୍ମୁରୁ ଲଶ୍କର ମଡ୍ୟୁଲରେ ଗିରଫ ହୋଇଥିବା ୭ ଜଣ ଆତଙ୍କବାଦୀ। ଡ୍ରୋନ ମାଧ୍ୟମରେ ସୀମା ପାର୍‌ରୁ ଅସ୍ତ୍ରଶସ୍ତ୍ର ଭାରତ ଆସୁଥିବା ଜଣାପଡ଼ିଛି।

ପାକିସ୍ତାନରୁ ପଠାଯାଉଥିବା ଅସ୍ତ୍ରଶସ୍ତ୍ରକୁ ଆତଙ୍କବାଦୀ ସଂଗଠନ ଗୁଡ଼ିକ ଗ୍ରହଣ କରି ପରେ ନିର୍ଦ୍ଦେଶ ଅନୁସାରେ କଶ୍ମୀରକୁ ପଠାଯାଉଛି। ଏଥିରେ ଆତଙ୍କବାଦୀ ଫୈଜଲ ମୁନୀର ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ତାଙ୍କର ଦୁଇ ସହଯୋଗୀ ହବିବ ଏବଂ ମିୟା ସୋହେଲଙ୍କୁ ପୋଲିସ ଗିରଫ କରିଛି। କିନ୍ତୁ ତଥାପି ଲଶ୍କରା କିଛି ଅପରେଟିଭ ଏହି ଅଞ୍ଚଳରେ ସକ୍ରିୟ ଅଛନ୍ତି। ଏହି ଅପରେଟିଭଙ୍କ ସନ୍ଧାନ ଏସ୍‌ଓଜି ଦଳ ଦ୍ୱାରା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

IND vs ENG T20 : ଟସ୍‌ ଜିତିଲା ଭାରତ: ସଞ୍ଜୁ ସାମସନ ଆଉଟ୍‌, ବୈଭବ କରିବେ ଓପନିଂ

ମ୍ୟାଞ୍ଚେଷ୍ଟର,୪।୭:ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଆଜି ଓଲ୍ଡ ଟ୍ରାଫୋର୍ଡ, ମ୍ୟାଞ୍ଚେଷ୍ଟରଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍…

କୋର୍ଟ ପରିସରରେ ସବୁଜ ପରିବେଶ ସୃଷ୍ଟିକଲେ ବିଚାରପତି

ଝରିଗାଁ,୪ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ କୋର୍ଟ ପରିସରରେ ଶନିବାର ୭୭ତମ ବନ ମହୋତ୍ସବ ସପ୍ତାହ ଅବସରରେ ଝରିଗାଁ କୋର୍ଟ ପରିସରରେ ସବୁଜ ପରିବେଶ ସୃଷ୍ଟି…

ଲଗାଣ ବର୍ଷାରେ ଭୁଶୁଡ଼ିଲା ଭିଜିଲାନ୍ସ କାର୍ଯ୍ୟାଳୟ ପାଚେରି

ଛତ୍ରପୁର,୪ା୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପରେ ସମଗ୍ର ଗଞ୍ଜାମ ଜିଲା ବେହାଲ ହୋଇପଡ଼ିଛି। ଇତିମଧ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଭିଜିଲାନ୍ସ…

୧୫ ବର୍ଷରେ ଡେବ୍ୟୁ କରି ଇତିହାସ ରଚିଲେ Vaibhav Suryavanshi, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମ୍ୟାଞ୍ଚେଷ୍ଟର,୪।୭: ଭାରତୀୟ କ୍ରିକେଟର ଯୁବ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଶେଷରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଇଂଲଣ୍ଡ ବିପକ୍ଷ…

ଅଦିନିଆ ବର୍ଷା ସହ ଘନ କୁହୁଡ଼ି: ଜନଜୀବନ ଅସ୍ତବ୍ୟସ୍ତ

ଥୁଆମୂଳ ରାମପୁର,୪।୭,(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ତିନି ଦିନ ହେଲା ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଲଗାତାର ଲାଗି…

ଘାଟିରେ ବାରମ୍ବାର ଅଟକୁଛି ଭାରୀଯାନ, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କଣ୍ଟେନର ଉକ୍ତ ଘାଟି…

୧୧ଦିନ ହେବ ଅନ୍ଧାରରେ ସିର୍ଲା ପଞ୍ଚାୟତ, ପଞ୍ଚାୟତ ବାସୀ ଘେରିଲେ ବିଦ୍ୟୁତ କାର୍ଯ୍ୟାଳୟ

ତୁମୁଡିବନ୍ଧ,୪।୭,(ଦିପକ କୁମାର ପରାସେଠ): ପ୍ରାୟ ୧୧ ଦିନ ହେବ ସିର୍ଲା ପଞ୍ଚାୟତ ଅନ୍ଧାରରେ ରହିଛି। ଏଥିରେ ଅତିଷ୍ଠ ହୋଇ ପଞ୍ଚାୟତ ବାସୀ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ଏହି…

କେସିଙ୍ଗା ଏନ୍‌ଏସି ନିର୍ବାଚନରେ ବିଜେଡିର ବିଜୟକୁ ନେଇ ଗୁପ୍ତ ବୈଠକ

କେସିଙ୍ଗା,୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ସହର କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ କିଛି ମାସ ପରେ ନିର୍ବାଚନ ହେବାର ସଙ୍କେତ ମିଳିବା ପରେ ବିଜେଡି ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri