ଦର୍ଶକଙ୍କୁ ବିମୋହିତ କଲେ ଅର୍‌ମାନ

ବ୍ରହ୍ମପୁର ଅଫିସ/ଗୋପାଳପୁର, ୨୮।୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା। ମେଗା ସେଲିବ୍ରିଟି କାର୍ଯ୍ୟକ୍ରମରେ ବଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀ ଅରମାନ୍‌ ମଲିକଙ୍କ କାର୍ଯ୍ୟକ୍ରମକୁ ନେଇ ଗୋପାଳପୁର ସମେତ ବ୍ରହ୍ମପୁରବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ବେଳାଭୂମିରେ ବେଶ ଭିଢ ଜମିଥିଲା। ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କଡାକଡି କରାଯାଇଥିଲା। ଏପରିକି ଜିଲା ପ୍ରଶାସନ ପକ୍ଷରୁ ମହୋତ୍ସବ ଦେଖିବାକୁ ଆସୁଥିବା ପାସ୍‌ଧାରୀଙ୍କ ନିମନ୍ତେ ସାଢେ ୪ଟା ସୁଦ୍ଧା ସ୍ଥାନ ଗ୍ରହଣ କରିବା ପାଇଁ କୁହାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅତିଥିଙ୍କ ଅଭିଭାଷଣ ପରେ ଅରମାନଙ୍କ ସଂଗୀତରେ ଦର୍ଶକଙ୍କ କରତାଳିରେ ବେଳାଭୂମି ପ୍ରକମ୍ପିତ ହୋଇ ଉଠିଥିଲା। ଅରମାନ ଦିଲ ସମ୍ଭଲ ଯା.. ଜାରା, ତେରେ.. ଲିଏ, ତୁ.. ଜୋ ମୁସ୍କରାୟା ତୋ.., ମେ.. ରହୁ ନା ରହୁ ଭଳି ଗୋଟିଏ ପରେ ଗୋଟିଏ ସୁପରହିଟ ଗୀତ ଗାଇଥିଲେ। ଅରମାନଙ୍କ ଗୀତର ତାଳେ ତାଳେ ଦର୍ଶକ ଝୁମି ଉଠିଥିବା ଦେଖିବାକୁ ମିଳିଥିଲା।
ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମ କଳା ପରିଷଦ ଦ୍ୱାରା ଓଡିଶୀ ନୃତ୍ୟ, ଛତ୍ରପୁର ଡିଏସ୍‌ଆର ନୃତ୍ୟ ଅନୁଷ୍ଠାନ ଦ୍ୱାରା ଅର୍ଦ୍ଧ ଶାସ୍ତ୍ରୀୟ ନୃତ୍ୟ, ଜୟ ଗଣେଶ କଳା ବିକାଶ କେନ୍ଦ୍ର ଦ୍ୱାରା ସମ୍ବଲପୁରୀ ନୃତ୍ୟ, ସମ୍ବଲପୁରୀ ଡିସିସି ଅନୁ୍‌ଷ୍ଠାନ ଦ୍ୱାରା ସମ୍ବଲପୁରୀ ନୃତ୍ୟ, କନ୍ଧମାଳ ଡିସିସି ଦ୍ୱାରା ଝାଢି କୁଇ ନୃତ୍ୟ ଓ ପଶ୍ଚିମବଙ୍ଗ କଳାକାରଙ୍କ ଦ୍ୱାରା ପୁରୁଲିଆ ଛଉ ନୃତ୍ୟ ପରିବେଶଣ ହୋଇଥିଲା।
ଏଥିରେ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ବେହେରା, ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଓ ବ୍ରହ୍ମପୁର ଏସ୍‌ପି ଡା.ଶ୍ରବଣା ବିବେକ ଏମ୍‌ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କୁ ଭେଟିଲେ କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା

କେନ୍ଦୁଝର, ୧୭ା୯(ସ୍ବ.ପ୍ର.): ରାଷ୍ଟ୍ରପତି ଭବନରୁ ଡକରା ପାଇ ନୂଆଦିଲ୍ଲୀ ଯାଇଥିବା କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ ଶୁକ୍ରବାର ସାରେ ରାଇସିନା ହିଲ୍‌ରେ ପହଞ୍ଚତ୍ ରାଷ୍ଟ୍ରପତି ଦ୍ରୌପଦୀ...

ମନ୍ଦିର, ଶ୍ୟାମାଚରଣପୁର କଣ୍ଟେନ୍‌ମେଣ୍ଟ ଜୋନ୍‌

ଢେଙ୍କାନାଳ ଅଫିସ, ୭ା୭ ଢେଙ୍କାନାଳ ସହରରେ ଥିବା ଏକ ପ୍ରମୁଖ ମନ୍ଦିରର ପୂଜକ ରବିବାର କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା...

ଇଦ୍‌-ଉଲ୍‌-ଜୁହା ଲାଗି ଖର୍ଚ୍ଚ ମାଗିବାରୁ ‘ତଲାକ’

ସୋର, ୧୪।୮(ଡି.ଏନ.ଏ.)-ତିନି ତଲାକ୍‌କୁ ଉଚ୍ଚାରଣ କରି ଛାଡପତ୍ର ଦେବା ବେଆଇନ ଘୋଷଣା କରାଯାଇଛି। ଏହାକୁ ଅମାନ୍ୟ କଲେ ୩ ବର୍ଷ ଜେଲଦଣ୍ଡ ବିଧାନ ବ୍ୟବସ୍ଥା ହୋଇଛି।...

ନିଳୋକ ପଞ୍ଚାୟତ ୧୨ ଘଣ୍ଟିଆ ସଟ୍‌ଡାଉନ୍‌

ବନ୍ତ,୧୫।୫(ଡି.ଏନ୍‌.ଏ.)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତର ସରପଞ୍ଚ ଅଶୋକ କୁମାର ମହାନ୍ତି ଶନିବାର ସକାଳ ୬ଟାରୁ ସା...

ଭିତରକନିକାରେ ୮୧ କୁମ୍ଭୀର ବସା ଚିହ୍ନଟ

ରାଜନଗର, ୧୦ା୭(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ୮୧ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। ଗତ ବର୍ଷ ୧୦୩ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ...

ଅବହେଳିତ କନ୍ଧଗୁଡ଼ା ପ୍ରାଥମିକ ବିଦ୍ୟାଳୟ: ଗୋଟିଏ କୋଠରିରେ ଚାଲିଛି ପାଞ୍ଚ ଶ୍ରେଣୀ

କୋରୁକୋଣ୍ଡା,୨୪।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ କନ୍ଧଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ...

ପୂର୍ବତନ ବିଧାୟକଙ୍କ ଦ୍ୱାରା ଛାତ୍ରୀଛାତ୍ର ସମ୍ବର୍ଦ୍ଧିତ

ଖଣ୍ଡପଡ଼ା,୧୦ା୬(ସ୍ବ.ପ୍ର.): ଚଳିତ ଶିକ୍ଷାବର୍ଷ ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷାରେ ନିଜ ନିଜ ଶିକ୍ଷାନୁଷ୍ଠାନରେ ପ୍ରଥମ ଶ୍ରେଣୀରେ ଟପ୍ପର ହୋଇଥିବା ଛାତ୍ରୀଛାତ୍ରଙ୍କୁ ଶନିବାର ଖଣ୍ଡପଡ଼ା ପୂର୍ବତନ ବିଧାୟକ...

ଅନାହାରରେ ବୃଦ୍ଧ ସୁଦର୍ଶନ

ନୟାଗଡ଼ ଅଫିସ,୯।୫: ନୟାଗଡ଼ ବ୍ଲକ ସୁନାଲଟି ଗାଁର ସୁଦର୍ଶନ ଲେଙ୍କା(୭୦) ଅନାହାରରେ ଦିନ କାଟୁଛନ୍ତି। ଖଣ୍ଡପଡା ବ୍ଲକ ଯୋଗିଆପଲ୍ଲୀ ଘାଟିର ଠାକୁରାଣୀ ପୀଠରେ ଠାକୁରଙ୍କ ଭୋଗ...

Advertisement
Archives

Model This Week