ପରିସ୍ଥିତି ସ୍ବାଭାବିକ କର: ସୁରେଶ ପୂଜାରୀ

ସମ୍ବଲପୁର,୨୮ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ହୋଇଥିବା ଅଭାବନୀୟ ଘଟଣା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ। ଓକିଲମାନେ ଜେଲ ଭିତରେ ଥିବାରୁ କୋର୍ଟ କାର୍ଯ୍ୟ ଠପ୍‌ ହୋଇଯାଇଛି। ଶୀଘ୍ର ଗିରଫ ଓକିଲମାନଙ୍କ ଜାମିନ ପ୍ରକ୍ରିୟା ତ୍ୱରାନ୍ବିତ କରାଯିବା ସହ ପରିସ୍ଥିତି ସ୍ବାଭାବିକ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉ। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ଆଜି ସମ୍ବଲପୁରବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗିରଫ ଓକିଲମାନଙ୍କ ମଧ୍ୟରୁ ୧୨ଜଣଙ୍କୁ ପୋଲିସ ମାଡ଼ ମାରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛି। କୋର୍ଟରେ ଯେଉଁସବୁ ଘଟଣା ଘଟିଲା ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଗଲେ ହୋଇଥିବା ଚକ୍ରାନ୍ତ ପଦାକୁ ଆସିବ ବୋଲି ମଙ୍ଗଳବାର ସମ୍ବଲପୁର ଗସ୍ତରେ ଆସିଥିବା ଭାଜପା ଟିମ୍‌ ସଦସ୍ୟ ବରଗଡ ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି।
ସେ ଆହୁରି କହିଥିଲେ, ଦୀର୍ଘ ୧୫ଦିନ ହେଲା କୋର୍ଟ କାର୍ଯ୍ୟରେ ଅଚଳାବସ୍ଥା ଲାଗିରହିଛି। ସାଧାରଣ ଲୋକମାନେ ହଇରାଣ ହେଉଛନ୍ତି। ବାରମ୍ବାର କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ରିପୋର୍ଟ ମାଗୁଛନ୍ତି। ହେଲେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ପ୍ରଦାନ କରୁନାହାନ୍ତି ା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପଶ୍ଚିମ ଓଡ଼ିଶାର ଜନତାଙ୍କ ଦାବି। ତେଣୁ ସରକାର ଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଏମ୍‌ପି ପୂଜାରୀ ଦାବି କରିଥିଲେ। ପ୍ରତିନିଧି ଦଳରେ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା, ସମ୍ବଲପୁର ଏମ୍‌ପି ନିତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ସାମିଲ ଥିଲେ। ଏମାନେ ପ୍ରଥମେ ଜେଲ ଭିତରେ ଗିରଫ ଓକିଲଙ୍କୁ ଭେଟିଥିଲେ। ପରେ ବିଚାରପତି, ଜିଲା ଓକିଲ ସଂଘ ସଦସ୍ୟ, ନାଗରିକ କ୍ରିୟାନୁଷ୍ଠାନ କମିଟି ସଦସ୍ୟ, ପୋଲିସ ଅଧିକାରୀଙ୍କୁ ଭେଟିଥିଲେ। ପ୍ରତିନିଧି ଦଳ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସମ୍ମିଳନୀ କକ୍ଷରେ ଆର୍‌ଡିସି ଡ. ସୁରେଶ ଚନ୍ଦ୍ର ଦଳେଇ, ଜିଲାପାଳ ଅନନ୍ୟା ଦାସ, ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାର, ସମ୍ବଲପୁର ଏସ୍‌ପି ବାତୁଳା ଗଙ୍ଗାଧରଙ୍କ ସହ ଆଲୋଚନା କରିଥିଲେ। ସର୍କିଟ ହାଉସଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରତିନିଧି ଦଳଙ୍କ ସମେତ ସମ୍ବଲପୁର ଭାଜପା ସଭାପତି ଗିରିଶ ପଟେଲ, ଝାରସୁଗୁଡ଼ା ସଭାପତି ମଙ୍ଗଳ ସାହୁ, ବରଗଡ଼ ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ ଓ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଡିସେମ୍ବର ୧୨ରେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଥିଲା। କୋର୍ଟ ପରିସରରେ ଭଙ୍ଗାରୁଜା ସହ ବିଚାରପତିମାନଙ୍କୁ ବାହାର କରିଦେବା ଭଳି ଘଟଣା ଘଟିଥିଲା। ଘଟଣାରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରି ରାଜ୍ୟ ସରକାର ଓ ରାଜ୍ୟ ପୋଲିସକୁ ଦାୟୀ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଏହି ଘଟଣାରେ ୩୯ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୩୦ ଓକିଲ, ୮ କିନ୍ନର ଓ ଜଣେ ସାଧାରଣ ଲୋକ ରହିଛନ୍ତି। ଏସ୍‌ଡିଜେଏମ୍‌ ଓ ଜିଲାଜଜ୍‌ କୋର୍ଟରେ ଦୁଇଥର ଜାମିନ ଆବେଦନ ଖାରଜ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡମଳିମା ଗ୍ରାମ ନିକଟରେ ବୁଲୁଥିଲା ବଜ୍ରକାପ୍ତା, ଖବର ପାଇ ବନ ବିଭାଗ…

କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା…

ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷା: ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚମତ୍କାର ସଫଳତା

ଛତ୍ରପୁର, ୧।୯ (ଦିଲ୍ଲୀପ ସାମଲ): ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ…

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୭ମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ଼ ଜିଲାର ବାଜିମାତ: ହାତେଇଲେ ୮ ସ୍ୱର୍ଣ୍ଣ, ୧ ରୌପ୍ୟ…

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): କଟକର ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମଠାରେ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ…

ମୋରୁମ ଖାଦାନରେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା: ଜେଲ ଗଲେ ଟ୍ରାକ୍ଟର ମାଲିକ-ଚାଳକ

ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri