ପ୍ରୀତି ସୁଦନ ଡବ୍ଲୁଏଚ୍‌ଓର ସ୍ବତନ୍ତ୍ର ଦଳରେ ସାମିଲ

ଜେନେଭା/ନୂଆଦିଲ୍ଲୀ, ୬।୯: ପୂର୍ବତନ ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ସ୍ବତନ୍ତ୍ର ଦଳରେ ସାମିଲ ହୋଇଛନ୍ତି। କରୋନା ମହାମାରୀର ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ସମ୍ପର୍କରେ ଏହି ସ୍ବତନ୍ତ୍ର ଦଳ କାର୍ଯ୍ୟ କରିବ। ଏହି ୧୧ ଜଣିଆ ଦଳକୁ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ହେଲେନ୍‌ କ୍ଲାର୍କ ଏବଂ ଲାଇବେରିଆର ପୂର୍ବତନ ରାଷ୍ଟ୍ରପତି ଏଲନ୍‌ ଜନସନ୍‌ ଚୟନ କରିଛନ୍ତି। ପ୍ରୀତି ଚୟନ ନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଭାରତ ଏନେଇ ନୀରବତା ଅବଲମ୍ବନ କରିଛି। ଭାରତ ପକ୍ଷରୁ ଡବ୍ଲୁଏଚ୍‌ଓର ଏହି ପଦବୀ ପାଇଁ ପୂର୍ବତନ ବହିର୍ବ୍ୟାପାର ସଚିବ ବିଜୟ ଗୋଖଲେଙ୍କ ନାମ ସୁପାରିଶ କରାଯାଇଥିଲା। ଏନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ଭାରତକୁ ନିଜ ପ୍ରାର୍ଥୀଙ୍କୁ ଚୟନ କରିବାକୁ କୁହାଯାଇଥିଲା। ତେବେ ଭାରତ ପକ୍ଷରୁ ଦିଆଯାଇଥିବା ନାମ ପରିବର୍ତ୍ତେ ପ୍ରୀତିଙ୍କୁ ବୈଠକର ଅଧ୍ୟକ୍ଷ ଚୟନ କରିଥିଲେ। ଦଳର ସଦସ୍ୟଙ୍କ ଚୟନର ଚୂଡ଼ାନ୍ତ ଅଧିକାର ଅଧ୍ୟକ୍ଷଙ୍କ ପାଖରେ ଥିବାରୁ ସେ ଶ୍ରେଷ୍ଠ ଦଳ ଗଠନକୁ ଗୁରୁତ୍ୱ ଦେଇଥିବା ଏକ ପ୍ରେସ୍‌ ବିବୃତିରେ ପ୍ରକାଶ ପାଇଛି। ୧୨୦ଜଣ ପ୍ରାର୍ଥୀଙ୍କ ଯୋଗ୍ୟତା ଯାଞ୍ଚ୍‌ ପରେ ସ୍ବତନ୍ତ୍ର ଦଳର ସଦସ୍ୟଙ୍କ ନାମ ତାଲିକା ପ୍ରକାଶ କରାଯାଇଥିଲା। ମହାମାରୀ ସଙ୍କଟ ସମୟରେ ପ୍ରୀତି ଭାରତ ସରକାରଙ୍କ ସହାୟତା କରି ପାରିବେ ବୋଲି ହେଲେନ କ୍ଲାର୍କ ବୈଠକରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri