ଦିବଂଗତ ମା’ଙ୍କୁ ମନେ ପକାଇ ଭାବବିହ୍ବଳ ହେଲେ ଅର୍ଜୁନ, ପୋଷ୍ଟରେ ଲେଖିଲେ…

ବମ୍ବେ: ଦିବଂଗତ ମା’ଙ୍କ ଜନ୍ମଦିନରେ ଭାବବିହ୍ବଳ ହୋଇଛନ୍ତି ବଲିଉଡ୍‌ ଅଭିନେତା ଅର୍ଜୁନ କପୁର। ସୋସିଆଲ ମିଡିଆରେ ସେ ଏକ ଫଟୋ ଶେୟାର କରି ତାଙ୍କୁ ମନେପକାଇଛନ୍ତି। ଏହି ପୋଷ୍ଟଟି ଏବେ ବେଶ୍‌ ଭାଇରାଲ ହେଉଛି।

ଅର୍ଜୁନ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମା’। ମୁଁ ନିଜ ଫୋନ୍‌ରେ ତୁମ ନାଁ ଦେଖିବା ମିସ୍‌ କରେ। ଘରେ ତୁମ ପାଖକୁ ଫେରିବାକୁ ମିସ୍‌ କରେ। ତୁମେ ଏବଂ ଅଶୁଂଳାଙ୍କ ଗପପେଡ଼ି ଖୋଲିବାକୁ ମିସ୍‌ କରେ। ମୁଁ ତୁମକୁ ମନେ ପକାଏ ମା’। ମୁଁ ତୁମ ବାସ୍ନାକୁ ମିସ୍‌ କରେ। ମୁଁ ତୁମ ବିନା ଅଧୁରା। ଆଶା କରୁଛି ଏବେ ବି ତୁମେ ମୋତେ ନେଇ ଗର୍ବ ଅନୁଭବ କରୁଥିବ। ଲଭ୍‌ ୟୁ। ତୁମ ପୁଅ।

ଏହାଛଡ଼ା ଅର୍ଜୁନ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ମା’ଙ୍କ ପାଇଁ ପୋଷ୍ଟ କରିଛନ୍ତି। ପିଲାଦିନର ଏକ ଫଟୋ ଶେୟାର କରି ‘ଶୀଘ୍ର ଆମେ ଏକାସହ ହସିବା। ଏକାଠି ହେବା। ପୁଣିଥରେ ମୁଁ ତୁମ ପୁଅ ହୋଇଯିବି। ବାସ ଆଉ କିଛି ନୁହେଁ’ ବୋଲି ଲେଖିଛନ୍ତି।
କହିରଖଛୁ, ଅର୍ଜୁନ ଏବଂ ଭଉଣୀ ଅଂଶୁଳା ମା’ଙ୍କ ବେଶ ପ୍ରିୟ ଥିଲେ। ଦୀର୍ଘଦିନ ଧରି କ୍ୟାନ୍ସର ସହ ଲଢ଼ିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୦୧୨ ମାର୍ଚ୍ଚ ୨୫ରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟଶଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ନୁସରତ

ମୁମ୍ବାଇ: ଟିଏମ୍‌ସି ନେତ୍ରୀ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ଆଜିକାଲି ପ୍ରତ୍ୟେକ କଥାରେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ନୁସରତ ୟଶ ଦାସଗୁପ୍ତାଙ୍କ ଜନ୍ମଦିନ ପାଳନ...

ସେନ୍ସର ବୋର୍ଡକୁ ପସନ୍ଦ ଆସିଲା ଅନନ୍ୟା-ବିଜୟଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ଲାଇଗର’କୁ ଦର୍ଶକେ ବେଶ କିଛି ସମୟ ହେବ ଅପେକ୍ଷା କରି ରହିଛନ୍ତି । କରଣ...

କ୍ରିସ୍‌ ବ୍ରାଉନଙ୍କ ନାମରେ ମହିଳାଙ୍କୁ ନିଶାଦେଇ ବଳାତ୍କାର ଅଭିଯୋଗ

ପୁଣି ବିବାଦରେ ସିଙ୍ଗର ତଥା ପପ୍‌ ଗାୟକ କ୍ରିସ ବ୍ରାଉନ । ଜଣେ ମହିଳାଙ୍କୁ ବଳାତ୍କାର ମାମଲାରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି ।...

ପୁଣିଥରେ କନିକାଙ୍କ ରିପୋର୍ଟ ଆସିଲା ପଜିଟିଭ

ଲକ୍ଷ୍ନୌ,୨୩।୩: ବଲିଉଡ୍‌ ଗାୟିକା କନିକା କପୁରଙ୍କ କରୋନା ସଂକ୍ରମିତ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ପ୍ରଥମ ଥର ଆସିଥିବା ତାଙ୍କ ରିପୋର୍ଟକୁ ନେଇ କନିକାଙ୍କ ପରିବାର...

ମୁହଁ ଖୋଲିଲେ ସୋନାକ୍ଷୀ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଥିବା ଚର୍ଚ୍ଚା ହେଉଛି। ଦିଲ୍ଲୀର ଏକ ଇଭେଣ୍ଟରେ ଯୋଗ ଦେଇ ନ ଥିବା ଅଭିଯୋଗରେ ତାଙ୍କୁ...

ଶ୍ୱଶୁରଙ୍କ ପାଇଁ ଭାବପ୍ରବଣ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତା ରିତେଶ ଦେଶମୁଖ ତାଙ୍କ ସ୍ବର୍ଗତ ପିତା ବିଳାଶ ରାଓ ଦେଶମୁଖଙ୍କ ୭୬ତମ ଜନ୍ମଦିନ ଅବସରରେ ଏକ ପୋଷ୍ଟ ଶେୟାର କରିଛନ୍ତି। ପିତାଙ୍କ ସ୍ମୃତିରେ ସେ...

ପୁଣି ରାମ ଚରିତ୍ରରେ ଆସିବେ ଅରୁଣ ଗୋଭିଲ

ମୁମ୍ବାଇ,୧୮।୧୦: ପୁଣି ରାମ ଚରିତ୍ରରେ ନଜର ଆଲିବେ ଲୋକପ୍ରିୟ କଳାକାର ଅରୁଣ ଗୋଭିଲ। ରାମଙ୍କ ଭୂମିକାରେ ଅଭିନୟ କରି ସେ ଅନେକ ସଫଳତା ପାଇଲେ। ବଲିଉଡ୍‌ର...

ସାରାଙ୍କ ଶାଢୀରେ ବିଗ୍‌ବିଙ୍କ ଡାଇଲଗ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ତାଙ୍କ ଅଭିନୟ ଏବଂ ନୂଆ ନୂଆ ଲୁକ୍‌ରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡ଼ିଆରେ ବେଶ୍‌ ଆକ୍ଟିଭ୍‌...

Advertisement
Archives

Model This Week