Posted inଖେଳ

ଶୁଟ୍‌ ଆଉଟ୍‌ରେ ଆର୍ଜେଣ୍ଟିନାକୁ ହରାଇଲା ଭାରତ

ବୁଏନ୍ସଏୟାର୍ସ, ୧୨ା୪(ପି.ଟି.)-ଏଫ୍‌ଆଇଏଚ୍‌ ପ୍ରୋ-ହକି ଲିଗ୍‌ରେ ଅଲିମ୍ପିକ ଚାମ୍ପିୟନ ଆର୍ଜେଣ୍ଟିନାକୁ ୩-୨ ପେନାଲ୍ଟି ଶୁଟ୍‌ଆଉଟରେ ପରାସ୍ତ କରିଛି ଭାରତ। ରୋମାଞ୍ଚଭରା ଏହି ମ୍ୟାଚର ନିର୍ଦ୍ଧାରିତ ସମୟ ଖେଳ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ଭାରତ ତରଫରୁ ହରମନପ୍ରୀତ ସିଂ ଦୁଇଟି ଗୋଲ ଦେଇଥିଲେ। ସେ ୨୧ତମ ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରି ତାଙ୍କ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ପରେ ମାର୍ଟିନ ଫେରିରୋ (୨୮ତମ ଓ ୩୦ତମ ମିନିଟ) ଦୁଇଟି ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ପ୍ରଥମମାର୍ଦ୍ଧ ଖେଳ ଶେଷ ସୁଦ୍ଧା ୨-୧ରେ ଆଗୁଆ କରାଇଥିଲେ। ହରମନପ୍ରୀତ ୬୦ତମ ମିନିଟ୍‌ରେ ଏକ ପେନାଲ୍ଟି କର୍ନରକୁ ଗୋଲ୍‌ରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ମ୍ୟାଚରେ ପି.ଆର. ଶ୍ରୀଜେସ ଚମତ୍କାର ଗୋଲକିପିଂ କରି ଭାରତ ପାଇଁ ବୋନସ ପଏଣ୍ଟ ଆଣିଦେଇଛନ୍ତି। ଇଭେଣ୍ଟର ନିୟମାନୁସାରେ ଶୁଟ୍‌ ଆଉଟରେ ବିଜୟ ଲାଭ କରିଥିବା ଦଳ ବୋନସ ପଏଣ୍ଟ ପାଇବା ଲାଗି ହକ୍‌ଦାର।
ଶ୍ରୀଜେସ ଶୁଟ୍‌ଆଉଟରେ ଲୁକାସ ଭିଲା, ମାର୍ଟିନ ଫେରିରୋ ଓ ଇଗ୍ନାସିଓ ଓରିଜ୍‌ଙ୍କୁ ଗୋଲକରିବା ଲାଗି ସୁଯୋଗ ଦେଇ ନ ଥିଲେ। ଦଲପ୍ରୀତ ସିଂଙ୍କ ଗୋଲ ଯୋଗୁ ଭାରତ ୩-୨ରେ ମ୍ୟାଚ ଜିତି ନେଇଥିଲା। ମ୍ୟାଚର ଫଳାଫଳ ଭିତ୍ତିରେ ଭାରତ ୭ ମ୍ୟାଚରୁ ୧୨ ପଏଣ୍ଟ ସହ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ଷ୍ଟାଣ୍ଡିଂରେ ଏହାର ୫ମ ସ୍ଥାନ ବଜାୟ ରଖିଛି। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ସମାନ ସଂଖ୍ୟକ ମ୍ୟାଚରୁ ୧୧ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛି। ହରମନପ୍ରୀତ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ସେ କହିଛନ୍ତି, ଆମେ ଶେଷ କ୍ଷଣ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲୁ। ବିପକ୍ଷ ଦଳକୁ କୌଣସି ସୁଯୋଗ ନ ଦେବା ଲାଗି ଆମର ପ୍ରୟାସ ଥିଲା। ଫଳସ୍ବରୂପ ଆମେ ମ୍ୟାଚରେ ଜିତିପାରିଥିଲୁ ବୋଲି ହରମନପ୍ରୀତ୍‌ କହିଛନ୍ତି। ସେ କହିଛନ୍ତି ମ୍ୟାଚରେ କେତେକ କ୍ଷେତ୍ରରେ ଆମର ଦୁର୍ବଳତା ପରିଲକ୍ଷିତ ହୋଇଥିଲା। ଦୁଇ ଦଳ ମଧ୍ୟରେ ହେବାକୁ ଥିବା ପରବର୍ତ୍ତୀ ମ୍ୟାଚରେ ଆମକୁ ଏଥିରେ ସୁଧାର ଆଣିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri