Posted inଖେଳ

ଶୁଟ୍‌ ଆଉଟ୍‌ରେ ଆର୍ଜେଣ୍ଟିନାକୁ ହରାଇଲା ଭାରତ

ବୁଏନ୍ସଏୟାର୍ସ, ୧୨ା୪(ପି.ଟି.)-ଏଫ୍‌ଆଇଏଚ୍‌ ପ୍ରୋ-ହକି ଲିଗ୍‌ରେ ଅଲିମ୍ପିକ ଚାମ୍ପିୟନ ଆର୍ଜେଣ୍ଟିନାକୁ ୩-୨ ପେନାଲ୍ଟି ଶୁଟ୍‌ଆଉଟରେ ପରାସ୍ତ କରିଛି ଭାରତ। ରୋମାଞ୍ଚଭରା ଏହି ମ୍ୟାଚର ନିର୍ଦ୍ଧାରିତ ସମୟ ଖେଳ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ଭାରତ ତରଫରୁ ହରମନପ୍ରୀତ ସିଂ ଦୁଇଟି ଗୋଲ ଦେଇଥିଲେ। ସେ ୨୧ତମ ମିନିଟ୍‌ରେ ପ୍ରଥମ ଗୋଲ ସ୍କୋର କରି ତାଙ୍କ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ପରେ ମାର୍ଟିନ ଫେରିରୋ (୨୮ତମ ଓ ୩୦ତମ ମିନିଟ) ଦୁଇଟି ଗୋଲ ସ୍କୋର କରି ଆର୍ଜେଣ୍ଟିନାକୁ ପ୍ରଥମମାର୍ଦ୍ଧ ଖେଳ ଶେଷ ସୁଦ୍ଧା ୨-୧ରେ ଆଗୁଆ କରାଇଥିଲେ। ହରମନପ୍ରୀତ ୬୦ତମ ମିନିଟ୍‌ରେ ଏକ ପେନାଲ୍ଟି କର୍ନରକୁ ଗୋଲ୍‌ରେ ପରିଣତ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ମ୍ୟାଚରେ ପି.ଆର. ଶ୍ରୀଜେସ ଚମତ୍କାର ଗୋଲକିପିଂ କରି ଭାରତ ପାଇଁ ବୋନସ ପଏଣ୍ଟ ଆଣିଦେଇଛନ୍ତି। ଇଭେଣ୍ଟର ନିୟମାନୁସାରେ ଶୁଟ୍‌ ଆଉଟରେ ବିଜୟ ଲାଭ କରିଥିବା ଦଳ ବୋନସ ପଏଣ୍ଟ ପାଇବା ଲାଗି ହକ୍‌ଦାର।
ଶ୍ରୀଜେସ ଶୁଟ୍‌ଆଉଟରେ ଲୁକାସ ଭିଲା, ମାର୍ଟିନ ଫେରିରୋ ଓ ଇଗ୍ନାସିଓ ଓରିଜ୍‌ଙ୍କୁ ଗୋଲକରିବା ଲାଗି ସୁଯୋଗ ଦେଇ ନ ଥିଲେ। ଦଲପ୍ରୀତ ସିଂଙ୍କ ଗୋଲ ଯୋଗୁ ଭାରତ ୩-୨ରେ ମ୍ୟାଚ ଜିତି ନେଇଥିଲା। ମ୍ୟାଚର ଫଳାଫଳ ଭିତ୍ତିରେ ଭାରତ ୭ ମ୍ୟାଚରୁ ୧୨ ପଏଣ୍ଟ ସହ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ଷ୍ଟାଣ୍ଡିଂରେ ଏହାର ୫ମ ସ୍ଥାନ ବଜାୟ ରଖିଛି। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ସମାନ ସଂଖ୍ୟକ ମ୍ୟାଚରୁ ୧୧ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛି। ହରମନପ୍ରୀତ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ସେ କହିଛନ୍ତି, ଆମେ ଶେଷ କ୍ଷଣ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲୁ। ବିପକ୍ଷ ଦଳକୁ କୌଣସି ସୁଯୋଗ ନ ଦେବା ଲାଗି ଆମର ପ୍ରୟାସ ଥିଲା। ଫଳସ୍ବରୂପ ଆମେ ମ୍ୟାଚରେ ଜିତିପାରିଥିଲୁ ବୋଲି ହରମନପ୍ରୀତ୍‌ କହିଛନ୍ତି। ସେ କହିଛନ୍ତି ମ୍ୟାଚରେ କେତେକ କ୍ଷେତ୍ରରେ ଆମର ଦୁର୍ବଳତା ପରିଲକ୍ଷିତ ହୋଇଥିଲା। ଦୁଇ ଦଳ ମଧ୍ୟରେ ହେବାକୁ ଥିବା ପରବର୍ତ୍ତୀ ମ୍ୟାଚରେ ଆମକୁ ଏଥିରେ ସୁଧାର ଆଣିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର : କଳିଙ୍ଗରେ ଭାରତ- କାତାର ମୁକାବିଲା

କୋଲକାତା,୨୨।୨(ପି.ଟି.)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବଡ଼ ଫୁଟବଲ ମ୍ୟାଚ୍‌ ଆୟୋଜନ ହେବାକୁ ଯାଉଛି। ଫିଫା ବିଶ୍ୱକପ୍‌ ଗୁପ୍‌ ଇ କ୍ୱାଲିଫାୟର ମ୍ୟାଚ୍‌ରେ ଭାରତ...

୧୧ ବର୍ଷ ହେବ ଏହି ରେକର୍ଡକୁ ଚାତକ ପରି ଚାହିଁ ରହିଛନ୍ତି କୋହଲି

ନୂଆଦିଲ୍ଲୀ,୧୮।୧୦: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। ଟେଷ୍ଟ କ୍ରିକେଟ ଠାରୁ ଦିନିକିଆ ଏବଂ ପରେ ଟି -୨୦ରେ...

୩ ସ୍ଥାନରେ ଗୋଡ ଭାଙ୍ଗିଛି, ଖସିଯାଇଛି ଗୋଇଠି: ଫଟୋ ଶେୟାର କଲେ କ୍ରିକେଟର

ଲଣ୍ଡନ,୪।୧୦: ଇଂଲଣ୍ଡର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଜନି ବେୟାରଷ୍ଟୋ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି କାରଣରୁ ସେ ଆଗାମୀ ଦିନରେ ହେବାକୁ ଥିବା ବିଶ୍ୱକପ୍‌ରୁ...

ମୋ ହିରୋ ଚାଲିଗଲେ

କିମ୍ବଦନ୍ତୀ ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କର ବୁଧବାର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ଏବଂ ସେ ହୃଦଘାତରେ ପୀଡିତ ଥିଲେ। ମାରାଡୋନାଙ୍କ...

କ୍ରିକେଟର ସ୍ତ୍ରୀଙ୍କ ପାଠପଢା କଥା ଶୁଣି ହେବେ ଆଶ୍ଚର୍ଯ୍ୟ

ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଖେଳ ମାଧ୍ୟମରେ ସାରା ବିଶ୍ୱରେ ନାଁ କମାଇଛନ୍ତି। ଖେଳରେ ପ୍ରଭାବ ବିସ୍ତାର କରିଥିବା ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଶୁଣିଲେ...

ଆଇସିସିର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୁଧବାର ଏକ ବଡ଼ ଘୋଷଣା କରିଛି। ୨୦୨୩ ଏବଂ ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି)...

ଆଇପିଏଲ ପୂର୍ବରୁ କେକେଆର୍‌କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୨।୩: ଆଇପିଏଲ ୨୦୨୩ ପୂର୍ବରୁ କୋଲକାତା ନାଇଟ ରାଇଡର୍ସକୁ ବଡ଼ ଝଟ୍‌ା ଲାଗିଛି। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଶ୍ରେୟସ ଆୟର ପିଠିରେ ଆଘାତ...

ପଞ୍ଜାବକୁ ୧୨୩ ରନ୍‌ରେ ରୋକିଲା କୋଲକାତା

ଅହମ୍ମଦାବାଦ,୨୬।୪ : କିଙ୍ଗ୍ସ ପଞ୍ଜାବୁ ମାତ୍ର ୧୨୩ ରନ୍‌ରେ ରୋକି ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଫେଲ୍‌ ମାରିଥିଲା...

Advertisement
Archives

Model This Week