ପ୍ରେମରେ ପଡ଼ିଛନ୍ତି କି.. ଏହି ୪ଟି କଥା ମନେରଖନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେପରି ଗୋଟିଏ ହେଲା ପ୍ରେମ ଜୀବନକୁ ନେଇ। ଏହି ନୀତିକୁ ଅନୁସରଣ କଲେ ଜଣେ ସଫଳ ପ୍ରେମୀ ହୋଇପାରିବ ଏଥିରେ ସନ୍ଦେହ ନାହିଁ।

-ଚାଣକ୍ୟ ନୀତି ଅନୁଯାୟୀ, ଯେଉଁ ବ୍ୟକ୍ତି ନିଜ ପ୍ରେମିକା ନଚେତ ସ୍ତ୍ରୀଙ୍କୁ ସମ୍ମାନପୂର୍ଣ୍ଣ ଚକ୍ଷୁରେ ଦେଖିଥାଏ, ସର୍ବଦା ତାଙ୍କୁ ସମ୍ମାନ କରିଥାଏ, ତାଙ୍କ ସମ୍ପର୍କ କେବେ ବି ଭାଙ୍ଗି ନ ଥାଏ। ଏଭଳି ବ୍ୟକ୍ତିକୁ ସବୁ ସ୍ଥାନରେ ସମ୍ମାନ ମଧ୍ୟ ମିଳିଥାଏ।

-ସେହିଭଳି ଯେଉଁ ବ୍ୟକ୍ତି ଆନ୍ତରିକତାର ସହ ପ୍ରେମ କରନ୍ତି ତାଙ୍କର ସମ୍ପର୍କ କେବେ ବି ତୁଟି ନ ଥାଏ। ଅର୍ଥାତ ଯେଉଁ ବ୍ୟକ୍ତି ନିଜ ପ୍ରେମିକା ଛଡ଼ା ଅନ୍ୟ ମହିଳାଙ୍କ ବିଷୟରେ ଭାବି ନ ଥାଏ, ସେ ସମ୍ପର୍କକୁ ମଜଭୂତ ରଖିବାରେ ସଫଳ ହୁଏ। ଅପରପକ୍ଷେ ଯିଏ ନିଜ ପ୍ରେମିକା କିମ୍ବା ସ୍ତ୍ରୀଙ୍କ ବ୍ୟତିତ ଅନ୍ୟ ମହିଳାଙ୍କ ବିଷୟରେ ଖରାପ ଭାବନା ମନକୁ ଆଣିଥାଏ, ତେବେ ତାଙ୍କ ପ୍ରେମ ସଫଳ ହୋଇପାରି ନ ଥାଏ। ସାରା ଜୀବନ ପ୍ରେମକୁ ବଞ୍ଚାଇ ରଖିଲେ ସମ୍ପର୍କ ଭଲରେ ଚାଲିଥାଏ ବୋଲି ଚାଣକ୍ୟ କହିଛନ୍ତି।

-ଏହାଛଡ଼ା ଚାଣକ୍ୟ କହିଛନ୍ତି, ଯେଉଁ ବ୍ୟକ୍ତି ପାଖରେ ମହିଳାଟିଏ ସୁରକ୍ଷିତ ମନେ କରେ, ତାଙ୍କର ପ୍ରେମ ଜୀବନ ବେଶ ଭଲରେ ଚାଲିଥାଏ। ଜଣେ ମହିଳା ସର୍ବଦା ନିଜ ଜୀବନସାଥୀଙ୍କ ମଧ୍ୟରେ ନିଜ ବାପାଙ୍କ ପ୍ରତିଛବିଙ୍କୁ ଖୋଜିଥାନ୍ତି। ଏପରିସ୍ଥଳେ ସେହିଭଳି ସୁରକ୍ଷିତ ବ୍ୟବହାର ଦ୍ୱାରା ସାଥୀଙ୍କ ହୃଦୟ ଜିତିପାରିବେ। କାରଣ ତାଙ୍କ ପାଖରେ ରହିବା ସମୟରେ ସାଥୀ କୌଣସି ବିଷୟରେ ଚିନ୍ତା କରନ୍ତି ନାହିଁ। ଫଳରେ ଉକ୍ତ ବ୍ୟକ୍ତି ପ୍ରେମରେ ବିଫଳ ହୁଅନ୍ତି ନାହିଁ।

-ଚାଣକ୍ୟ କହିଛନ୍ତି, ଯେଉଁ ବ୍ୟକ୍ତି ନିଜ ଜୀବନରେ ଶାରୀରିକ, ଭାବନାତ୍ମକ ସୁଖ ସହ ସାଥୀଙ୍କୁ ଶାରୀରିକ ସୁଖ ପ୍ରଦାନ କରିବାରେ ସଫଳ ହୁଅନ୍ତି, ତାଙ୍କ ଦାମ୍ପତ୍ୟ ଜୀବନରେ କୌଣସି ପ୍ରତିବନ୍ଧକ ଆସି ନ ଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଇରାନ ଯୁଦ୍ଧ ମଧ୍ୟରେ ସ୍ବାଧିନତା ଦିବସରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ , ସାରା ବିଶ୍ୱ ଚକିତ!

ନୂଆଦିଲ୍ଲୀ,୧୫।୮: ୮୦ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ-ଆମେରିକା ଉତ୍ତେଜନାକୁ ଇଙ୍ଗିତ କରି କହିଥିଲେ ଯେ ଶକ୍ତି ସଙ୍କଟର…

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri