Posted inUncategorized

ଘରେ ଅସରପା ହେଉଛନ୍ତି କି? ତଡ଼ିବା ଲାଗି ଆପଣାନ୍ତୁ ଏହି ଉପାୟ…

ଘର ଅପରିଷ୍କାର ରହିଲେ ବିଭିନ୍ନ ପ୍ରକାରର କୀଟପତଙ୍ଗ ସୃଷ୍ଟି ହେବା ସ୍ବାଭାବିକ କଥା, ଯେମିତିକି ଅସରପା। ଅସରପା ଦେଖିବାକୁ ସିନା ଛୋଟ ଆକାରର ହୋଇଥାଏ; କିନ୍ତୁ ବେଳେବେଳେ ଏମାନଙ୍କ କାର୍ଯ୍ୟକଳାପ ମୁଣ୍ଡ ବିନ୍ଧାର କାରଣ ସାଜେ। କେଉଁଠି ଏମାନେ ପୋଷାକପତ୍ର ଭିତରେ ପଶି ସେଥିରେ ଛୋଟ ଛୋଟ କଣା କରିଦେଲେଣି ତ ଆଉ କେଉଁଠି ଖୋଲାରେ ଥୁଆ ହୋଇଥିବା ଖାଦ୍ୟପଦାର୍ଥରେ ମୁହଁ ମାରି ଦେଲେଣି। ନିତିଦିନ ଏସବୁ ଘଟଣାକୁ ଦେଖି ବିରକ୍ତି ଲାଗିବା ସହ କିପରି ଏମାନଙ୍କୁ ଘରୁ ତଡିବେ ସେ ନେଇ ଯଦି ଚିନ୍ତାରେ ଥାନ୍ତି, ତା’ହେଲେ ଏଠାରେ ଦିଆଯାଇଥିବା ଉପାୟକୁ ଆପଣେଇ ପାରିବେ।

*ଘରର ଚାରିଆଡ଼କୁ ଭଲ ଭାବେ ପରିଷ୍କାର କରିବେ। ଖାଦ୍ୟପଦାର୍ଥଗୁଡ଼ିକୁ ଠିକ୍‌ରେ ଷ୍ଟୋର୍‌ କରିକି ରଖିବେ।

* ଘରର ଯଦି କୌଣସି ସ୍ଥାନ ଭଙ୍ଗା କିମ୍ବା ଫଟା ଥାଏ, ଯେଉଁ ବାଟ ଦେଇ ଅସରପା ଯା’ଆସ କରୁଥିବ ତାହାକୁ ଭଲ ଭାବେ ସିଲ୍‌ କରିଦେବେ।

* ଘରର ପ୍ରତି କୋଣରେ ନିମ୍ବ ତେଲ କିମ୍ବା ପୁଦିନା ତେଲ ଟିକେ ଟିକେ ଛିଞ୍ଚତ୍ଲେ, ତା’ର କଡ଼ା ବାସ୍ନାରେ ଘରେ ଅସରପା ରୁହନ୍ତି ନାହିଁ ବୋଲି ବିଶ୍ୱାସ କରାଯାଏ।

* ଅସରପା ଥଣ୍ଡା, ସନ୍ତସନ୍ତିଆ ସ୍ଥାନରେ ରହିବାକୁ ପସନ୍ଦ କରିଥାନ୍ତି। ତେଣୁ ଘରେ ଯଦି କୌଣସି ପାଇପ୍‌ରୁ ପାଣି ଲିକ୍‌ କରୁଥାଏ, ତାହାକୁ ତୁରନ୍ତ ଠିକ୍‌ କରିଦେବା ଆବଶ୍ୟକ।

* ଯଦି ଏସବୁ ସମ୍ଭବ ହେଉ ନାହିଁ ତା’ହେଲେ ଅସରପା ମୁକ୍ତି ପାଇଁ ବଜାରରେ ମିଳୁଥିବା ସ୍ପ୍ରେୟର ବି ବ୍ୟବହାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଦେଶବ୍ୟାପୀ ବିକ୍ଷୋଭ ପାଇଁ ଟ୍ରେଡ୍‌ ୟୁନିୟନ, କୃଷକ ସଂଗଠନର ଡାକରା:କ’ଣ ବନ୍ଦ, କ’ଣ ରହିବ ଖୋଲା ଜାଣନ୍ତୁ…

ନୂଆଦିଲ୍ଲୀ,୩୦ା୭: କେନ୍ଦ୍ର ସରକାରଙ୍କ ଶ୍ରମ ଓ ଆର୍ଥତ୍କ ନୀତି ବିରୋଧରେ ଅଗଷ୍ଟ ୧୦ରେ ଦେଶବ୍ୟାପୀ ବିକ୍ଷୋଭ କରିବାକୁ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ କୃଷକ ସଂଗଠନଗୁଡ଼ିକର ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri