Caesarean section ଡେଲିଭରି ପରେ ଡାଏଟିଂ କରୁଛନ୍ତି କି? ଜାଣନ୍ତୁ…

ଯଦି ମହିଳାମାନେ ସି ସେକ୍ସନ ଅସ୍ତ୍ରୋପଚାର ପରେ ନିଜ ସୱାସ୍ଥ୍ୟର ଯତ୍ନ ନ ନିଅନ୍ତି, ତେବେ ଏହା ସେମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ। ଖାଇବା ଠାରୁ ଆରମ୍ଭ କରି ଠିକ ସମୟରେ ଚାଲିବା ପର୍ଯ୍ୟନ୍ତ ସବୁକିଛିର ଯତ୍ନ ନେବା ଆବଶ୍ୟକ। ସାମାନ୍ୟ ଭୁଲ ମଧ୍ୟ ଆପଣଙ୍କ ସୱାସ୍ଥ୍ୟକୁ ନଷ୍ଟ କରିପାରେ। Caesarean section ପରେ ମହିଳାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରୀ ବ୍ୟାୟାମ କରିବାରୁ ଦୂରେଇ ରହିବା ଉଚିତ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଖାଇବା ଉଚିତ। ଏହା ବ୍ୟତୀତ ପାଣି ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ପିଇବା ଉଚିତ।

Caesarean section ର ପ୍ରାୟ ୬ ମାସ ପରେ ହିଁ ଓଜନ ହ୍ରାସ ଯୋଜନା କରାଯିବା ଉଚିତ। ଏଥିପାଇଁ ଦୈନନ୍ଦିନ ବ୍ୟାୟାମ ସହିତ, ଖାଦ୍ୟପେୟର ମଧ୍ୟ ଯତ୍ନ ନେବାକୁ ପଡିବ। ପ୍ରସବର ୮ ସପ୍ତାହ ପରେ ଓଜନ ହ୍ରାସ କିମ୍ବା କ୍ରାସ ଡାଏଟିଂ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ଆପଣଙ୍କ ସୱାସ୍ଥ୍ୟ ଖରାପ ହୋଇପାରେ। ସି ସେକ୍ସନ ପରେ ଖାଦ୍ୟରେ ପ୍ରୋଟିନ ଏବଂ ଭିଟାମିନ ଅନ୍ତର୍ଭୁକ୍ତ କରିବା ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ରସବ ପରେ ମହିଳାଙ୍କ ଶରୀର ଦୁର୍ବଳ ହୋଇଯାଏ। ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ଏକ ଭଲ ଖାଦ୍ୟ ମଧ୍ୟ ଆବଶ୍ୟକ। ଏପରି ନ କରିବା ଦାରା ଶରୀରରେ ରକ୍ତହୀନତା ଏବଂ ଥକ୍କାପଣ ଭଳି ସମସ୍ୟା ଦେଖାଦେଇପାରେ।

ଖାଦ୍ୟରେ କ୍ଷୀର, ଦହି, ମାଂସ, ମାଛ, ଅଣ୍ଡା ଏବଂ ଫଳ ସାମିଲ କରିବା ଉଚିତ। ଏହା ବ୍ୟତୀତ ଫଳ ଏବଂ ସବୁଜ ପନିପରିବା ପ୍ରଚୁର ପରିମାଣରେ ଖାଇବା ଉଚିତ। ପ୍ରସବ ପରେ, ଶରୀରରେ ଭିଟାମିନ ସି ଏବଂ କ୍ୟାଲସିୟମର ବହୁତ ଆବଶ୍ୟକତା ଥାଏ। ଏଥିପାଇଁ, ଡାକ୍ତରଙ୍କ ପରାମର୍ଶରେ ଆପଣ କିଛି ସପ୍ତାହ ପରେ କ୍ଷୀର ସେବନ କରିପାରିବେ, କିନ୍ତୁ କୋଷ୍ଠକାଠିନ୍ୟ ସୃଷ୍ଟି କରୁଥିବା ଜିନିଷ ଖାଇବାରୁ ଦୂରେଇ ରୁହନ୍ତୁ। ସି ସେକ୍ସନ ଡେଲିଭରି ପରେ, ମହିଳାମାନେ ଫାଷ୍ଟଫୁଡ ଏବଂ ପିଜା, ବର୍ଗର, ଚାଉମିନ ଭଳି ଜଙ୍କଫୁଡ ଠାରୁ ଦୂରେଇ ରହିବା ଉଚିତ। ରିଫାଇନ ମଇଦାରୁ ତିଆରି ଅନ୍ୟ ଜିନିଷ ଖାଇବାଠାରୁ ମଧ୍ୟ ଦୂରେଇ ରହିବା ଉଚିତ।

ପ୍ରସବ ପରେ ଅତି କମରେ ୬ ମାସ ପର୍ଯ୍ୟନ୍ତ ଭାରୀ ବ୍ୟାୟାମ କରିବାରୁ ଦୂରେଇ ରୁହନ୍ତୁ। କେବଳ ହାଲକା ଚାଲିବା କିମ୍ବା ଦୌଡ଼ିବା, ଭୁଲରେ ମଧ୍ୟ ଅଧିକ ବ୍ୟାୟାମ କରନ୍ତୁ ନାହିଁ। ଯଦି କୌଣସି ସମସ୍ୟା ହେଉଛି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ କିଙ୍ଗ୍ସକୁ ଯିବା ପରେ ମୁହଁ ଖୋଲିଲେ ହାର୍ଦ୍ଦିକ, ଅଧିନାୟକତ୍ୱକୁ ନେଇ କଲେ ବଡ଼ ଖୁଲାସା: ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୧: ଆଇପିଏଲ ୨୦୨୭ ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଏକ ବଡ଼ ଟ୍ରେଡ ଡିଲ ହୋଇଛି। ପଞ୍ଜାବ କିଙ୍ଗ୍ସର ଦ୍ରୁତ…

ଠିକାଦାରଙ୍କ ଦେଖା ମିଳୁନି, ଅନିଶ୍ଚିତତା ଘେରରେ ମା’ ରାମଚଣ୍ଡୀଙ୍କ ଦିବ୍ୟ ମନ୍ଦିର ନିର୍ମାଣ

ମହାକାଳପଡ଼ା,୧୨ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ଇତିହାସ ଅତ୍ୟନ୍ତ ପୁରାତନ। କିମ୍ବଦନ୍ତୀ ଅନୁସାରେ, ୧୭୩୭ରେ…

୨୧ ଛକା ମାରି ଇତିହାସ ରଚିଲେ କିୱି ବ୍ୟାଟର, ତଥାପି ହାରିଲା ଦଳ

ନୂଆଦିଲ୍ଲୀ,୧୨।୧୧: ବ୍ୟାଟ୍‌ରୁ ବର୍ଷିଲା ଛକା ଓ ଚୌକା। ଗୋଟିଏ ଇନିଂସରେ ୨୧ଟି ଛକା ମାରି ନୂଆ ରେକର୍ଡ କରିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ବେଭନ୍ ଜାକବ୍ସ ।…

ସେୟାର ବଜାରରେ ଏଣ୍ଟ୍ରି ମାରିବ ହଳଦୀରାମ! ୧୦,୦୦୦ କୋଟି ଟଙ୍କାର IPO ଆଣିବାକୁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ,୧୨।୧୧: ପାରମ୍ପରିକ ଭାରତୀୟ ମିଠା ଏବଂ ନମକିନ୍ ପ୍ରସ୍ତୁତକାରୀ ପ୍ରମୁଖ କମ୍ପାନୀ ‘ହଳଦୀରାମ ସ୍ନାକ୍ସ ଫୁଡ୍’ ଏହାର ଇନିସିଆଲ୍ ପବ୍ଲିକ୍ ଅଫରିଂ (IPO) ପ୍ରକ୍ରିୟାକୁ ଆନୁଷ୍ଠାନିକ ଭାବେ…

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଭାରତର ଅଧିନାୟକ ହେବେ ଏହି ଖେଳାଳି, ରଚିବେ ଇତିହାସ

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ୪ର୍ଥ ଓ ୫ମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ ଶ୍ରେୟସ ଆୟର । ପ୍ରଥମ ୩ଟି ମ୍ୟାଚ୍‌ରେ ନିୟମିତ…

ବରଗଡ଼ରେ ମଧୁବାବୁ ପେନ୍‌ସନ୍‌ ଯୋଜନାର ଶୁଭାରମ୍ଭ: ୧୫୨୭୭ ଜଣଙ୍କୁ ପେନ୍‌ସନ୍‌ ବାଣ୍ଟିଲେ ମନ୍ତ୍ରୀ

ବରଗଡ଼,୧୨ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଯଦୁମଣି ଅଡିଟୋରିୟମରେ ଗୁରୁବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ…

ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର! ପାକିସ୍ତାନର ୪ ଖେଳାଳି କଲେ ଏମିତି କାରନାମା, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୨।୧୧: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପାକିସ୍ତାନର ଯୁବ ଖେଳାଳିମାନେ ବିଶ୍ୱ କ୍ରିକେଟ ଇତିହାସରେ ଏକ…

ବିବାହ ଖୁସି ଭିତରେ ଆଉ ଏକ ବଡ଼ ଖବର: କାବ୍ୟା ମାରାନଙ୍କୁ ମିଳିଲା ୫୮୫ କୋଟିର ଉପହାର, ଗୋଟିଏ ଦିନରେ ବଢ଼ିଲା…

ନୂଆଦିଲ୍ଲୀ, ୧୨।୧୧: କାବ୍ୟା ମାରାନଙ୍କୁ କିଏ ବା ନ ଜାଣେ! ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ ହେବା ସହ ଦେଶର ବଡ଼ ମିଡିଆ ଗ୍ରୁପ ସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?