Posted inଖେଳ

ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୩: ଭାରତକୁ ଆହୁରି ୩ ସ୍ବର୍ଣ୍ଣ ପଦକ

ପ୍ୟାରିସ,୨୮ା୬ (ପି.ଟି.)-ଦୀପିକା କୁମାରୀଙ୍କ ଚମତ୍କାର ଫର୍ମ ଯୋଗୁ ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୩ରେ ଭାରତ ଅଭୂତପୂର୍ବ ସଫଳତା ହାସଲ କରିଛି। ଭାରତୀୟ ତୀରନ୍ଦାଜମାନେ ରବିବାର ଦେଶ ପାଇଁ ୩ ସ୍ବର୍ଣ୍ଣ ପଦକ ଆଣି ଦେଇଛନ୍ତି। ଫଳରେ ସ୍ବର୍ଣ୍ଣପଦକ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଆସନ୍ତା ମାସରେ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଏହା ଏକ ଖୁସି ଖବର। ମହିଳା ବ୍ୟକ୍ତିଗତ ରିକର୍ଭ ଇଭେଣ୍ଟ ଫାଇନାଲରେ ରୁଷିଆର ଏଲିନା ଓସିପୋଭାଙ୍କୁ ୬-୦ରେ ପରାସ୍ତ କରି ଦୀପିକା ଗୋଟିଏ ଦିବସରେ ହ୍ୟାଟ୍ରିକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପୂର୍ବରୁ ସେ ମିକ୍ସଡ ଟିମ୍‌ ଇଭେଣ୍ଟ ଏବଂ ସ୍ବର୍ଣ୍ଣ ଜିତିଥିବା ଭାରତୀୟ ମହିଳା ଟିମ୍‌ର ଅଂଶବିଶେଷ ରହିଥିଲେ।
ମିକ୍ସଡ ଇଭେଣ୍ଟ ଫାଇନାଲରେ ଦୀପିକା ଓ ଅତନୁ ଦାସ ପ୍ରଥମେ ନେଦରଲାଣ୍ଡର ଏସ୍‌ଜେଫ୍‌ ଭାନ୍‌ ଡେନ୍‌ ବର୍ଗ ଓ ଗାବ୍ରିଏଲା ସ୍କ୍ଲୋଏସ୍‌ରଙ୍କଠାରୁ ୦-୨ରେ ପଛୁଆ ରହିଥିଲେ। ମାତ୍ର ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ୫-୩ରେ ବିଜୟ ଲାଭ କରି ଭାରତ ପାଇଁ ତୃତୀୟ ସ୍ବର୍ଣ୍ଣ ଆଣି ଦେଇଥିଲେ। ମହିଳା ରିକର୍ଭ ଟିମ୍‌ ଫାଇନାଲରେ ମେକ୍ସିକୋକୁ ପରାସ୍ତ କରିଥିଲା। ସୂଚନାଯୋଗ୍ୟ, କମ୍ପାଉଣ୍ଡ ତୀରନ୍ଦାଜ ଅଭିଷେକ ବର୍ମା ଶନିବାର ବ୍ୟକ୍ତିଗତ ଇଭେଣ୍ଟରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅତନୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପ୍ରଥମ ଥର ସେମାନେ ଏକତ୍ର ଫାଇନାଲ ଜିତିଥିବାରୁ ସେ ଖୁବ୍‌ ଆନନ୍ଦିତ। ଅତନୁ ଓ ଦୀପିକା ଦୁଇବର୍ଷ ଧରି ପରସ୍ପର ସହ ମିଳାମିଶା ପରେ ବିବାହ କରିଥିଲେ। ଜୁନ୍‌ ୩୦ରେ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ ହେବ। ଅତନୁ କହିଛନ୍ତି, ସେମାନେ ଦମ୍ପତି ହୋଇଥିଲେ ହେଁ ପଡ଼ିଆରେ କିନ୍ତୁ ଅନ୍ୟ ପ୍ରତିଯୋଗୀଙ୍କ ଭଳି ପରସ୍ପରକୁ ଉତ୍ସାହିତ କରିଥାଉ। ସୂଚନାଯୋଗ୍ୟ, ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ଦୀପିକା ଏହି ଇଭେଣ୍ଟରେ ଇତିମଧ୍ୟରେ ୫ ରୌପ୍ୟ ଓ ୩ ବ୍ରୋଞ୍ଜ ଜିତିସାରିଛନ୍ତି, ହେଲେ ପ୍ରଥମଥର ମିକ୍ସଡ ଯୋଡ଼ିରେ ସ୍ବର୍ଣ୍ଣ ଲାଭ କରିପାରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଯୋଗ୍ୟତା ହାସଲ କରିସାରିଥିବା କୋରିଆ ବ୍ୟତୀତ ଚାଇନା ଓ ଚାଇନିଜ୍‌ ତାଇପେ ଭଳି ଅନ୍ୟ ଏସିଆନ ହେଭିଓ୍ବେଟ୍‌ ଦେଶଗୁଡ଼ିକ ଏହି ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ଫଳରେ ଭାରତ ପଦକ ତାଲିକାରେ ୪ ସ୍ବର୍ଣ୍ଣ ସହ ଶୀର୍ଷରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri